Astrospeak
  • Live TV
  • Read In English

Antyodaya Housing Scheme: ୬୦ ହଜାର ଲୋକଙ୍କୁ ପକ୍କାଘରର କାର୍ଯ୍ୟାଦେଶ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭକଲେ ମୁଖ୍ୟମନ୍ତ୍ରୀ । ହଟିଲା ପୂର୍ବ ସରକାରର ବିଜୁ ପକ୍କାଘର ଏବଂ ମୋ ଘର ଯୋଜନା । ପ୍ରଥମଥର ପାଇଁ କେନ୍ଦ୍ର ଯୋଜନା ବାଦ୍ ରାଜ୍ୟ ସରକାର ହାତକୁ ନେଇଛନ୍ତି ନିଜସ୍ୱ ବଡ଼ କାର୍ଯ୍ୟକ୍ରମ । ୬୦ ହଜାର ଘର ପାଇଁ ଦିଆଗଲା କାର୍ଯ୍ୟାଦେଶ । ଏହାସହ ୩ ବର୍ଷରେ ତିଆରି ହେବ ୫ ଲକ୍ଷ ଘର ।

୬୦ ହଜାର ଲୋକଙ୍କୁ ‘ଅନ୍ତ୍ୟୋଦୟ ଗୃହ’ ।
୬୦ ହଜାର ଲୋକଙ୍କୁ ‘ଅନ୍ତ୍ୟୋଦୟ ଗୃହ’ ।

ରାଜ୍ୟରେ ଗରିବଙ୍କ ମୁଣ୍ଡରେ ଛାତ ଦେବାକୁ ପ୍ରଥମ ଥର ଏକ ବଡ଼ ଯୋଜନା ଶୁଭାରମ୍ଭ କରିଛନ୍ତି ମୋହନ ସରକାର । ଆଜି ୬୦ ହଜାର ଲୋକଙ୍କୁ ପକ୍କାଘର ପାଇଁ କାର୍ଯ୍ୟାଦେଶ ବାଣ୍ଟିବା ସହିତ ୩ବର୍ଷରେ ୫ଲକ୍ଷ ଘର ଦେବାକୁ ଲକ୍ଷ୍ୟ ରଖିଛନ୍ତି ସରକାର । ଏହି ଅବସରରେ ପୂର୍ବ ସରକାରକୁ ଟାର୍ଗେଟ୍ କରି ବିଜୁ ପକ୍କାଘର କଥା ଉଲ୍ଲେଖ କରିଥିଲେ ମୁଖ୍ୟମନ୍ତ୍ରୀ ।

ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭକଲେ ମୁଖ୍ୟମନ୍ତ୍ରୀ । ହଟିଲା ପୂର୍ବ ସରକାରର ବିଜୁ ପକ୍କାଘର ଏବଂ ମୋ ଘର ଯୋଜନା । ପ୍ରଥମଥର ପାଇଁ କେନ୍ଦ୍ର ଯୋଜନା ବାଦ୍ ରାଜ୍ୟ ସରକାର ହାତକୁ ନେଇଛନ୍ତି ନିଜସ୍ୱ ବଡ଼ କାର୍ଯ୍ୟକ୍ରମ । ୬୦ ହଜାର ଘର ପାଇଁ ଦିଆଗଲା କାର୍ଯ୍ୟାଦେଶ । ଏହାସହ ୩ ବର୍ଷରେ ତିଆରି ହେବ ୫ ଲକ୍ଷ ଘର।

ଏହି ଯୋଜନାରେ ପ୍ରତ୍ୟେକ ଘର ପାଇଁ ଦିଆଯିବ ୧ ଲକ୍ଷ ୨୦ ହଜାର ଟଙ୍କାର ସହାୟତା । ତା ସହିତ ବିଭିନ୍ନ ଯୋଜନାରେ ମିଳିବ ଶୌଚାଳୟ, ରନ୍ଧନ ଗ୍ୟାସ, ସ୍ୱଚ୍ଛ ପାନୀୟ ଜଳ ଓ ବିଦ୍ୟୁତ୍ ସଂଯୋଗ । ଆଜି କଳାହାଣ୍ଡି ଭବାନୀପାଟଣାରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ପ୍ରଧାନମନ୍ତ୍ରୀ ଆବାସ ସହରୀ ଓ ଗ୍ରାମୀଣ ଆଦି ଯୋଜନା କାର୍ଯ୍ୟକାରୀ ହେଉଛି ।

ଏହାକୁ ଆହୁରି ଜୋରଦାର କରାଯାଇ ଓଡ଼ିଶାରେ ଅନ୍ତ୍ୟୋଦୟ ଗୃହ ଯୋଜନା ଆରମ୍ଭ କରାଯାଇଛି । ଏହାଦ୍ୱାରା ଲୋକଙ୍କ ପକ୍କାଘର ଆଶା ପୂରଣ ହେବ । ପୂର୍ବ ସରକାରକୁ ସମାଲୋଚନା କରି ମୁଖ୍ୟମନ୍ତ୍ରୀ ପ୍ରଶ୍ନ କରିଛନ୍ତି ବିଜୁ ପକ୍କାଘର ଯୋଜନାରେ କେତେ ଘର ତିଆରି ହୋଇଛି? ଅପରପକ୍ଷେ ବିଜେଡି କହିଛି ନୂଆ ଯୋଜନା କେବଳ ପ୍ରଚାର ପ୍ରସାର, ସର୍ଭେ ଠିକ ହୋଇନି କି ଯୋଜନା ଠିକ୍ ହୋଇନି । ଆସନ୍ତୁ ଜାଣିବା ଏହି ଯୋଜନାରେ କେଉଁମାନେ ସାମିଲ ହୋଇ ପାରିବେ ।

ଏହି ଯୋଜନାରେ ଭିନ୍ନକ୍ଷମ, ବିଧବା, କର୍କଟ ଭଳି ଅନ୍ୟାନ୍ୟ ଗୁରୁତର ରୋଗରେ ପୀଡ଼ିତ ପରିବାର, ସହିଦ ପରିବାର, ଘରପୋଡ଼ି, ହାତୀ ଉପଦ୍ରବ, ବନ୍ୟା-ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟରେ କ୍ଷତିଗ୍ରସ୍ତ ପରିବାରକୁ ଅଗ୍ରାଧିକାର ଭିତ୍ତିରେ ଗୃହ ମଞ୍ଜୁର କରାଯିବ । ଏହା ସହିତ କର୍କଟ, କୁଷ୍ଠ, କିଡ଼ନୀ ରୋଗ, ଲିଭର ସିରୋସିସ, ଥାଲାସେମିଆ ଅଥବା HIV ପରି ବ୍ୟାଧିରେ ପୀଡ଼ିତ ପରିବାର ଏବଂ ଅନାଥ, ନିରାଶ୍ରୟଙ୍କୁ ଅନ୍ତ୍ୟୋଦୟ ଗୃହ ଯୋଜନାରେ ତୁରନ୍ତ ଗୃହ ଯୋଗାଇ ଦିଆଯିବ ।

ଚାଳ ଛପର ଘର ସହ ଆଜବେସଟସ୍, ଟିଣ ଓ ଟାଇଲ ଛପର ଘରକୁ କଚ୍ଚାଘର ରୂପେ ନିଆଯିବ । ଆବେଦନକାରୀ ଉଭୟ ଅଫଲାଇନ ଏବଂ ଅନଲାଇନ ଜରିଆରେ ଆବେଦନ କରିପାରିବେ । ଏହି ଯୋଜନା ଆରମ୍ଭ ପରେ ଖୁସି ପ୍ରକାଶ କରିଛନ୍ତି ବର୍ଷ ବର୍ଷ ଧରି ଅପେକ୍ଷା କରିଥିବା ଲୋକେ । ଚଳିତ ବର୍ଷ ଏହି ଯୋଜନା ପାଇଁ ୨,୬୦୦ କୋଟି ଟଙ୍କାର ବଜେଟ୍ ବ୍ୟବସ୍ଥା କରାଯାଇଥିବା ବେଳେ ଆଗାମୀ ୩ବର୍ଷରେ ଏଥିପାଇଁ ୭,୫୫୦ କୋଟି ଟଙ୍କା ଖର୍ଚ୍ଚ କରାଯିବ ।

ଅଧିକ ପଢ଼ନ୍ତୁ: ଖୋଲୁଛି ରାଜା ଚକ୍ର ସୁରକ୍ଷା ଢାଲର ଗୁମର; ଚାର୍ଜସିଟରୁ କେମିତି କଟିଲା ନାଁ, ଉଠିଲା ପ୍ରଶ୍ନ...