Baragarh Kidney Disease Hotspot: କ୍ୟାନସର୍ ପରେ ବରଗଡ଼କୁ କିଡନୀ ଚିନ୍ତା

ଗତ ୨୯ ଜାନୁଆରୀରେ ଶ୍ରୀଲଙ୍କାର ସାଂସଦ ଜୟସୁମନ୍ନା ସମ୍ବଲପୁର ବିଶ୍ୱବିଦ୍ୟାଳୟର ଜାତୀୟ ସମ୍ମିଳନୀରେ ଯୋଗଦେବା ସହ ଗବେଷଣା ଟିମ୍‌ ସାଙ୍ଗରେ ଯାଇ କ୍ଷେତ୍ର ପରିଦର୍ଶନ କରିଥିଲେ।

ଚିନ୍ତା ବଢ଼ାଇଲାଣି କିଡ୍‌ନୀ ରୋଗ

ବିଷ ପିଉଛି ବରଗଡ଼! ହୁ ହୁ ହୋଇ ବଢୁଛି କିଡନୀ ରୋଗୀଙ୍କ ସଂଖ୍ୟା। ଜିଲ୍ଲାର ୧୬ ଗାଁ କିଡନୀ ରୋଗ ହଟସ୍ପଟ୍‌ ପାଲଟିଛି। ୫ ବର୍ଷରେ ଜାତୀୟ ହାରଠାରୁ ୨ ପ୍ରତିଶତ ଅଧିକ ରୋଗୀ ଚିହ୍ନଟ ହୋଇଛନ୍ତି। ସମ୍ବଲପୁର ବିଶ୍ୱବିଦ୍ୟାଳୟ ଗବେଷଣା ପତ୍ରରେ ସାମ୍ନାକୁ ଆସିଛି ଏଭଳି ସାଂଘାତିକ ଆଉ ଚିନ୍ତାଜନକ ତଥ୍ୟ।

ପରିବେଶ ବିଜ୍ଞାନ ବିଭାଗ ଦ୍ୱାରା ହୋଇଥିବା ଗବେଷଣା ‘ଇଣ୍ଡିଆନ ଜର୍ଣ୍ଣାଲ ଅଫ ନେଫ୍ରୋଲୋଜୀ'ର ତଥ୍ୟ କହୁଛି- ଅତାବିରା, ବିଜେପୁର, ଗାଇସିଲଟ, ଭେଡେନ, ଭଟଲି ବ୍ଲକ୍‌ ଅନ୍ତର୍ଗତ ୧୬ଟି ଗାଁରେ ଜାତୀୟ ହାରରୁ ଦୁଇ ପ୍ରତିଶତ ଅଧିକ କିଡନୀ ରୋଗୀ ଅଛନ୍ତି।l ବଡ଼କଥା ହେଲା ଶ୍ରୀଲଙ୍କାରେ ଦେଖାଦେଉଥିବା ‘ଟକ୍ସିସ ନେଫ୍ରୋପାଥୀ’ ଡିଜିଜ୍ ସହ ବରଗଡ଼ର ସ୍ଥିତି ସମାନ। ଏଥିପାଇଁ ପ୍ରଦୂଷିତ ମାଟି, ପାଣି ଓ ରସାୟନିକ ସାର ପ୍ରୟୋଗରୁ ଉତ୍ପାଦିତ ବିଶାକ୍ତ ଖାଦ୍ୟ ହିଁ ଦାୟୀ।

ଅଧିକ ପଢ଼ନ୍ତୁ: ହସି ହସି ନିଜ ଯକୃତ ଦାନ କରିଦେଲେ ବଡ଼ ଜାଆ

ଗତ ୨୯ ଜାନୁଆରୀରେ ଶ୍ରୀଲଙ୍କାର ସାଂସଦ ଜୟସୁମନ୍ନା ସମ୍ବଲପୁର ବିଶ୍ୱବିଦ୍ୟାଳୟର ଜାତୀୟ ସମ୍ମିଳନୀରେ ଯୋଗଦେବା ସହ ଗବେଷଣା ଟିମ୍‌ ସାଙ୍ଗରେ ଯାଇ କ୍ଷେତ୍ର ପରିଦର୍ଶନ କରିଥିଲେ। ଶ୍ରୀଲଙ୍କାରେ ଆରଓ ସିଷ୍ଟମ ଦ୍ୱାରା ପିଇବା ପାଣି ଯୋଗାଣ ବ୍ୟବସ୍ଥା ଯୋଗୁ କିଡନୀ ରୋଗ ନିୟନ୍ତ୍ରଣ ହୋଇପାରିଛି। ଏଣୁ ବରଗଡରେ ମଧ୍ୟ ସମାନ ପନ୍ଥା ଆପଣାଇବାକୁ ସେ ପ୍ରଶାସନିକ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି।

ଅଧିକ ପଢ଼ନ୍ତୁ: ବାହାର ସୁନ୍ଦର, ଭିତର ଫମ୍ପା; କେବେ ଲୋକେ ପାଇବେ ସୁବ୍ୟବସ୍ଥିତ ସୁବିଧା ?

ମିଳିଥିବା ସୂଚନା ଅନୁସାରେ ଭଟଲି ବ୍ଲକର ରିସିପାଲି ଗାଁରେ ଗତ ୨ ବର୍ଷରେ କିଡନୀ ରୋଗରେ ଆକ୍ରାନ୍ତ ହୋଇ ଗାଁର ୧୦ ଜଣ ପ୍ରାଣ ହରାଇଥିବା ଅଭିଯୋଗ ହୋଇଛି। ଏବେ ମଧ୍ୟ ୨୦ରୁ ଅଧିକ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି। ଜମିରେ ଅତ୍ୟଧିକ କୀଟନାଶକ ପ୍ରଯୋଗ ଓ ପ୍ରଦୂଷିତ ଜଳ ବ୍ୟବହାର ପାଇଁ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏଣୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବାକୁ ଅନୁରୋଧ କରିଛନ୍ତି ଗ୍ରାମବାସୀ। ତେବେ ଏହି ଗୋଟିଏ ଗାଁ ନୁହେଁ, ସାରା ଜିଲ୍ଲାରେ ଏମିତି ସମସ୍ୟା ଲାଗି ରହିଛି।

ସମ୍ବଲପୁର ବିଶ୍ୱବିଦ୍ୟାଳୟର ସହକାରୀ ପ୍ରଫେସର ଡ.ଈଶ୍ୱର ବୈଠାରୁ, ପ୍ରଫେସର ପ୍ରଦୀପ ନାୟକ, ଭୀମସାର ନେଫ୍ରୋଲୋଜୀ ବିଭାଗର ଡା.ସୌରଭ ସୃଷ୍ଟିଙ୍କ ସହ ଅନ୍ୟ କିଛି ଜଣ ମିଶି କିଡନୀ ରୋଗୀଙ୍କ ଉପରେ ଏହି ଗବେଷଣା କରିଥିଲେ।