Astrospeak
  • Live TV
  • Read In English

Big Plans For Bhubaneswar: ବଦଳିଯିବ ଭୁବନେଶ୍ୱର, ଖୁବ୍‌ଶୀଘ୍ର ଆରମ୍ଭହେବ ତିନି ଥାକିଆ ଏଲିଭେଟେଡ୍ ରୋଡ୍

କ୍ୟାପିଟାଲ ସିଟିର ସର୍ବାଧିକ ବ୍ୟସ୍ତବହୁଳ ରାସ୍ତା ଜୟଦେବ ବିହାରରୁ ନନ୍ଦନକାନନ ପର୍ଯ୍ୟନ୍ତ ଗାଡ଼ି ଭିଡ଼ କମାଇବାକୁ ଏଲିଭେଟେଡ୍ ରୋଡ୍ ଯୋଜନା ଖୁବ୍‌ଶୀଘ୍ର ବାସ୍ତବ ରୂପ ନେବାକୁ ଯାଉଥିବା କହିଛନ୍ତି ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।

Bhubaneswar Smart City
ଏମିତି ହେବ ତିନି ଥାକିଆ ରାସ୍ତା...

ରାଜଧାନୀର ସର୍ବାଧିକ ବ୍ୟସ୍ତବହୁଳ ଜୟଦେବ ବିହାର ଛକରୁ ନନ୍ଦନକାନନ ରାସ୍ତାରେ ନିର୍ମାଣ ହେବ ତିନି ଥାକିଆ ଏଲିଭେଟେଡ୍ ରୋଡ୍ । ଆସନ୍ତା ମାସରୁ ନାଗପୁର ସହର ଢାଞ୍ଚାରେ, ଏହି କରିଡର୍ କାମ ଆରମ୍ଭ ହେବ । ଏହି ସୂଚନା ଦେଇ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି- ତଳେ ୬ ଲେନ୍, ଉପରେ ୪ ଲେନ୍ ରୋଡ୍ ରହିବ ଓ ଉପରେ ମେଟ୍ରୋ ଟ୍ରେନ୍ ଚାଲିବ । ଏଥିପାଇଁ ଜମି ଅଧିଗ୍ରହଣ ସମସ୍ୟା ରହିବନି ।

ସେପଟେ ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ମଧ୍ୟ ରାଜ୍ୟ ସରକାର ତତ୍ପର ହୋଇଥିବା କହିଛନ୍ତି ନଗର ଉନ୍ନୟନମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ମନ୍ତ୍ରୀ କହିଛନ୍ତି ମେଟ୍ରୋ ପ୍ରକଳ୍ପ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ ହୋଇଛି ଓ କମିଟି ମେଟ୍ରୋ ଟ୍ରେନ୍ ଚଳାଚଳ କରୁଥିବା ବିଭିନ୍ନ ସହରକୁ ଯାଇ ସେଠିକା ଡିଜାଇନ୍ ଅନୁଧ୍ୟାନ କରୁଛନ୍ତି ।

ଜୟଦେବ ବିହାରରୁ ନନ୍ଦନକାନନ, କ୍ୟାପିଟାଲ ସିଟିର ସର୍ବାଧିକ ବ୍ୟସ୍ତବହୁଳ ରାସ୍ତାରେ ଗାଡ଼ି ଭିଡ଼ କମାଇବାକୁ ଏଲିଭେଟେଡ୍ ରୋଡ୍ ଯୋଜନା ଖୁବଶୀଘ୍ର ବାସ୍ତବ ରୂପ ନେବାକୁ ଯାଉଥିବା କହିଛନ୍ତି ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ମନ୍ତ୍ରୀ ବିସ୍ତୃତ ଭାବେ ବୁଝାଇ କହିଛନ୍ତି, ଜୟଦେବ ବିହାର-ନନ୍ଦନକାନନ ରାସ୍ତାରେ ଏବେ ସବୁଠୁ ଅଧିକ ଭିଡ଼ । ସକାଳ ୯ରୁ ରାତି ୧୧ ଯାଏଁ ଘଣ୍ଟା ଘଣ୍ଟା ଟ୍ରାଫିକ୍ ଜାମ୍ । ୧୫ କିଲୋମିଟର ବିଶିଷ୍ଟ ଏ ରାସ୍ତାକୁ ଅତିକ୍ରମ କରିବାକୁ ଲାଗିଯାଉଛି ଘଣ୍ଟାଏରୁ ଅଧିକ ସମୟ । ତେଣୁ ଏଲିଭେଟେଡ୍ ରୋଡ୍ ପ୍ଲାନ୍ ସାକାର କରିବାକୁ ମୁଖ୍ୟମନ୍ତ୍ରୀଙ୍କ ସ୍ବିକୃତୀ ମିଳିସାରିଛି । ଏହି ଡବଲ ଡେକର ବିଶିଷ୍ଟ ରୋଡ୍‌ରେ ତଳେ ୬ଲେନ୍ ବିଶିଷ୍ଟ ରାସ୍ତା ରହିବ । ତା’ଉପରେ ଫୋର ଲେନ୍ ରୋଡ୍ ନିର୍ମାଣ ହେବ ଓ ସବା ଉପରେ ଚାଲିବ ମେଟ୍ରୋ ଟ୍ରେନ୍ । ସବୁ ଛକରେ ରହିବ ସଂଯୋଗୀକରଣ ବାଇପାସ୍ ରାସ୍ତା ।

ଯୋଜନା ପାଇଁ ଖର୍ଚ୍ଚ ହେବ ୨୭ଶହ କୋଟି ଟଙ୍କା । ଏଥିଲାଗି ଡିପିଆର ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ଓ ଏପ୍ରିଲ ଶେଷ ସୁଦ୍ଧା କାମ ଆରମ୍ଭ ଯୋଜନା ଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି । ଏଥିପାଇଁ ଜମି ଅଧିଗ୍ରହଣ ଭଳି ସମସ୍ୟା ଆଦୌ ରହିବ ନାହିଁ ବୋଲି କହିଛନ୍ତି ମନ୍ତ୍ରୀ । ସର୍ବାଧିକ ବ୍ୟସ୍ତବହୁଳ ଜୟଦେବ ବିହାରରୁ ନନ୍ଦନକାନନ ରାସ୍ତାରେ ଏଲିଭେଟେଡ୍ ରୋଡ୍ ନିର୍ମାଣ କଥା ଶୁଣି ଖୁସି ହୋଇଛନ୍ତି ରାଜଧାନୀ ବାସିନ୍ଦା । କହିଛନ୍ତି ଏ ରାସ୍ତା କଟକକୁ ମଧ୍ୟ ସଂଯୋଗ କରୁଛି । ତେଣୁ ଏଲିଭେଟେଡ୍ ନିର୍ମାଣ କାର୍ଯ୍ୟ ଧାର୍ଯ୍ୟ ସମୟରେ ସରିବା ଉଚିତ ।

ଅପରପକ୍ଷେ ଭୁବନେଶ୍ବରରୁ ଗାଡ଼ି ଭିଡ଼ କମାଇବାକୁ ଏଲିଭେଟେଡ୍ ରାସ୍ତା ଭଳି ରିଂ ରୋଡ୍ ଓ ପାରାଲାଲ୍ ରୋଡ୍ କୁ ମଧ୍ୟ ସେତିକି ଗୁରୁତ୍ବ ଦିଆଯିବା ଦରକାର ବୋଲି ମତ ରଖିଛନ୍ତି ପୂର୍ବତନ ଯନ୍ତ୍ରୀ । ସେପଟେ ରାଜଧାନୀରେ ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ମଧ୍ୟ ସରକାର ତତ୍ପର ହୋଇ ପଡ଼ିଥିବା କହିଛନ୍ତି ନଗର ଉନ୍ନୟନମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ମନ୍ତ୍ରୀ କହିଛନ୍ତି ମେଟ୍ରୋ କାମ ଆଗେଇ ଚାଲିଛି ଓ ଏଥିପାଇଁ ଉଚ୍ଚସ୍ତରୀୟ କମିଟି ଗଠନ ହୋଇଛି । କମିଟି ମେଟ୍ରୋ ଚଳାଚଳ କରୁଥିବା ବିଭିନ୍ନ ସହରକୁ ଯାଇ ସେଠିକାର ଡିଜାଇନ୍ ଅନୁଧ୍ୟାନ କରିଛନ୍ତି । ଅନ୍ୟପଟେ କ୍ୟାପିଟାଲ ରିଜନ ରିଂ ରୋଡ୍ ବା ସିଆରଆରରେ ରାଜଧାନୀର ଚତୁଃପାର୍ଶ୍ବରେ ରିଂ ରୋଡ୍ କାମ ପାଇଁ ଟେଣ୍ଡର ସରିଛି । ଖୁବଶୀଘ୍ର NHAI କାମ ଆରମ୍ଭ କରିବ ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।

ଅଧିକ ପଢ଼ନ୍ତୁ : ସବୁଜ ବନାନୀରେ ଖିଲିଖିଲି ହୋଇ ହସୁଛି ଲାଲଗଡ଼ କୋରାପୁଟ