Advertisment

ବିଶ୍ୱସ୍ତରୀୟ ବାହାସ୍ଫୋଟକୁ ଖୋଲା ପରିହାସ: ଧୂ ଧୂ ଖରାରେ ସିଝୁଛି ରୋଗୀଙ୍କ ଜୀବନ

ଶହ ଶହ ରୋଗୀ ବସିବା ପାଇଁ କିଏ ଗଛମୂଳ ତ ଆଉ କିଏ କାନ୍ଥ ବାଡ଼ରେ ଆଶ୍ରା ନେଇଛନ୍ତି।

ଅଦ୍ୟତନ ହୋଇଛି
undefined

Patients suffer due to scarcity of sheds at SCB hospital in Cuttack

Advertisment

ଧୂ ଧୂ ଖରାରେ ସିଝୁଛି ଜୀବନ। ମୁଣ୍ଡରେ ଛାତ ନାହିଁ, କି ମୁଣ୍ଡ  ଗୁଞ୍ଜିବାକୁ ଛାଇ ଟିକେ ନାହିଁ। ଆଗକୁ ବିଶ୍ବସ୍ତରୀୟ ହେବାକୁ ଯାଉଥିବା କଟକ ଏସସିବି ମେଡିକାଲରେ ଏଭଳି ବିତୁଛି ରୋଗୀ ଜୀବନ। ବର୍ଷକର ଛୁଆକୁ ଧରି ବଡ଼ ମେଡିକାଲ ଆସିଛନ୍ତି ବାପା-ମାଆ। ଦିନ ପ୍ରାୟ ୧୧ଟା ବେଳେ ଆଉଟ ଡୋର୍ ବାହାରେ ଅପେକ୍ଷା କରିଛନ୍ତି, ପାଳି ପଡ଼ିଲେ ଡାକ୍ତର ଦେଖାଇବେ। ହେଲେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରୁଥିବା ଏ ରୋଗୀ ଓ ସହାୟକଙ୍କ ପାଇଁ ଛାଇର ସାମାନ୍ୟତମ ସୁବିଧା ନାହିଁ କି ଅସ୍ଥାୟୀ ବନ୍ଦୋବସ୍ତ ବି ନାହିଁ।

Advertisment

ସେମିତି ଆଉ ଜଣେ ପ୍ରାୟ ୮୦ ବର୍ଷ ବୟସର ବୃଦ୍ଧ ଜଣକ ବାଲେଶ୍ବର ରୁ ଆସିଛନ୍ତି। ତାଙ୍କ ପାଇଁ ବି ଭିତରେ ବସିବାକୁ ସ୍ଥାନ ଟିକେ କି ବାହାରେ ସୁବିଧା କିଛି ନଥିବାରୁ ସଂକ୍ରମିତ ଗୋଡ଼କୁ ଧରି ରାସ୍ତା କଡ଼ରେ ଏଇଭଳି ଅବସ୍ଥାରେ ବସି ଡାକ୍ତରଙ୍କୁ ଅପେକ୍ଷା ସେ କରିଛନ୍ତି। କଟକ ସହର ରେ ୪୦ ଡିଗ୍ରୀ ଉପରେ ତାତି ଭିତରେ ଏମିତି ଜଣେ କି ଦୁଇଜଣ ନୁହଁ, ଶହ ଶହ ରୋଗୀ ବସିବା ପାଇଁ କିଏ ଗଛମୂଳ ତ ଆଉ କିଏ କାନ୍ଥ ବାଡ଼ରେ ଆଶ୍ରା ନେଇଛନ୍ତି। ଏମିତିକି ଯେଉଁଠି ବୁଲା ଗାଈ ଓ ବୁଲା କୁକୁରଙ୍କ ଗହଳି, ସେଇଠି ଆଶ୍ରୟ ନେଇଛନ୍ତି ଗୁରୁତର ରୋଗୀ।

ଅଧିକ ପଢ଼ନ୍ତୁ: ଯାଜପୁର ମୁଖ୍ୟ ଚିକିତ୍ସାଳୟର ଏ କି ଅବସ୍ଥା ? ଗରମରେ ଆଉଟୁପାଉଟୁ ରୋଗୀ, ସମ୍ପର୍କୀୟ ଘରୁ ଆଣୁଛନ୍ତି ଫ୍ୟାନ୍‌

Advertisment

ରେଫରାଲ ହସ୍ପିଟାଲ ଭାବେ କଟକ ବଡ଼ ମେଡିକାଲକୁ ରାଜ୍ୟ ଓ ରାଜ୍ୟ ବାହାରୁ ଦୈନିକ ଶହ ଶହ ସଂଖ୍ୟାରେ ରୋଗୀ ଆସୁଛନ୍ତି। ତେବେ ପ୍ରଶ୍ନ ଉଠୁଛି, ଏତେ ସଂଖ୍ୟାରେ ରୋଗୀଙ୍କ ଆତଯାତ ଓ ଘଣ୍ଟା ଘଣ୍ଟାର ଅପେକ୍ଷା ଭିତରେ ଏ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦେଖି ମେଡିକାଲ ପ୍ରଶାସନ ଛାଇ ଟିକେର ବ୍ୟବସ୍ଥା କରୁନି କାହିଁକି ? ମେଡିକାଲର ଉନ୍ନତିକରଣ ପାଇଁ ଏବେ ନିର୍ମାଣ କାମ ଚାଲିଥିବାରୁ ସ୍ଥାୟୀ ନହେଲା ନାହିଁ, ଅସ୍ଥାୟୀ ଟେଣ୍ଟ୍ କି ସାମିଆନାଟେ ଟାଙ୍ଗିବାରେ ଅସୁବିଧା କେଉଁଠି? ଦିନ ୧୦ଟା ପରେ ଲୋକ ଘରୁ ନବାହାରିକୁ ସରକାରଙ୍କ ଗାଇଡଲାଇନ୍ ଭିତରେ ଏଠି ରୋଗୀ ଓ ରୋଗୀ ସମ୍ପର୍କୀୟ ଘଣ୍ଟା ଘଣ୍ଟ ଧରି ଖରାରେ  ଅପେକ୍ଷା କେତେଦୂର ଠିକ୍ ? 

SCB Medical Medical Negligence
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ