ଭାରତକୁ ମାଳଦ୍ୱୀପ ଅଡୁଆ, ଭାରତୀୟ ସୈନ୍ୟଙ୍କୁ ଫେରାଇ ଦେବା କଥା କହିଲେ ନୂଆ ରାଷ୍ଟ୍ରପତି

ମାଳଦ୍ୱୀପକୁ ନିୟନ୍ତ୍ରଣକୁ ନେବାକୁ ଚେଷ୍ଟା କରୁଛି କି ଚୀନ୍ .... ୭ ଦିନ ଭିତରେ ଭାରତ ଫେରିବେ ସୈନ୍ୟ: ମୋଇଜୁ

Maldives President-Elect Says Moving Indian Troops Out Is 'Top Most Priority'

ନିଜ ଚକ୍ରାନ୍ତରେ ସଫଳ ହେବ କି ଚୀନ ? ଭାରତ ମହାସାଗରୀୟ ଦ୍ୱୀପରାଷ୍ଟ୍ର ମାଳଦ୍ୱୀପରେ ଭାରତର ପ୍ରଭାବ କମାଇ ଏହାକୁ ନିଜ ନିୟନ୍ତ୍ରଣକୁ ନେବାରେ ସଫଳ ହେବକି ବେଜିଂ ? କ୍ଷୁଦ୍ର ହେଲେ ମଧ୍ୟ ପ୍ରତିରକ୍ଷା ଦୃଷ୍ଟିରୁ ମାଳଦ୍ୱୀପ ବେଶ ଗୁରୁତ୍ୱ ରଖୁଛି। ତେବେ ମାଳଦ୍ୱୀପର ନୂଆ ରାଷ୍ଟ୍ରପତି ମହମ୍ମଦ ମୋଇଜୁ ଚୀନ ସପକ୍ଷବାଦୀ। ଏଠାରେ ମୁତୟନ ଭାରତୀୟ ସୈନ୍ୟଙ୍କୁ ଫେରାଇ ଦେବା ଓ ମାଳଦ୍ୱୀପରେ ଭାରତର ପ୍ରଭାବ ହ୍ରାସ କରିବା ପ୍ରତିଶ୍ରୁତି ଦେଇ ନିର୍ବାଚନ ଜିତିଛନ୍ତି ମୋଇଜୁ। ଦାୟିତ୍ୱ ନେବାର ପ୍ରଥମ ୭ ଦିନ ମଧ୍ୟରେ ଭାରତୀୟ ସୈନ୍ୟଙ୍କୁ ବିଦା କରିବେ ବୋଲି ସେ କହିଛନ୍ତି । ମାଲଦ୍ୱୀପରେ ଚାଲିଥିବା ଇଣ୍ଡିଆ ଆଉଟ କ୍ୟାମ୍ପେନର ସେ ହେଉଛନ୍ତି ମୁଖ୍ୟ କର୍ଣ୍ଣଧାର।...

ନିକଟରେ ଏକ ବିଦେଶୀ ଚ୍ୟାନେଲକୁ ସାକ୍ଷାତକାର ଦେଇ ନିଜ ପ୍ରତିଶ୍ରୁତି ଦୋହରାଇଛନ୍ତି ମୋଇଜୁ। ଯାହାକି ନୂଆଦିଲ୍ଲୀର ଚିନ୍ତା ବଢାଇ ଦେଇଛି। କାରଣ ମାଳଦ୍ୱୀପ ଉପରେ ରହିଛି କୁଚକ୍ରି ଚୀନର ନଜର। ଚୀନ ଏଠାରେ ବିପୁଳ ପରିମାଣର ପୁଞ୍ଜି ନିବେଶ କରୁଥିବା ବେଳେ ଏହି ଦ୍ୱୀପ ରାଷ୍ଟ୍ରକୁ ନିଜ ନିୟନ୍ତ୍ରଣକୁ ନେବାକୁ ଚାହୁଁଛି। ନୂଆ ରାଷ୍ଟ୍ରପତି ମୋଇଜୁ ହେଉଛନ୍ତି ଇଣ୍ଡିଆ ଆଉଟ କ୍ୟାମ୍ପେନର ପୁରୋଧା ଓ ଚୀନ ସପକ୍ଷବାଦୀ। ତେଣୁ ଏଠାରେ ପ୍ରଭାବ ବିସ୍ତାର କରିବା ଚୀନକୁ ସହଜ ହେବ। ଏସବୁ ଆଶଙ୍କା ଭିତରେ ମୋଇଜୁ କହିଛନ୍ତି ଯେ ତାଙ୍କ ବିଦେଶ ନୀତି ଫୋକସରେ ରହିବ ଭାରତ।

ଏମିତିକି ଦାୟିତ୍ୱ ନେବା ପରେ ପ୍ରଥମ ବିଦେଶ ଗସ୍ତରେ ସେ ଭାରତ ଆସିବେ। ଏହା ନୂଆଦିଲ୍ଲୀ ପାଇଁ ସାମାନ୍ୟ ଆଶ୍ୱସ୍ତିକର ହୋଇପାରେ। ତେବେ ମୋଇଜୁଙ୍କ ସମୟରେ ଭାରତ- ମାଳଦ୍ୱୀପ ସଂପର୍କ କି ମୋଡ଼ ନେଉଛି ଏବେ ତା ଉପରେ ନଜର।...

ମାଳଦ୍ୱୀପରେ ଏବେ ୭୫ ଜଣ ଭାରତୀୟ ସୈନ୍ୟ ଥିବା ମାଳଦ୍ୱୀପ ନାସନାଲ ଡିଫେନ୍ସ ଫୋର୍ସ କହିଛି, ଭାରତ ଦେଇଥିବା ଡୋନିୟର ଏୟାରକ୍ରାଫଟ ଓ ଦୁଇଟି ହେଲକେପ୍ଟରକୁ ଅପରେଟ ଓ ରକ୍ଷଣାବେକ୍ଷଣ ଲାଗି ଏହି ସୈନ୍ୟ ଅଛନ୍ତି। ତେବେ ଏହା ମାଳଦ୍ୱୀପର ସାର୍ବଭୌମତାରେ ହସ୍ତକ୍ଷେପ ବୋଲି ରାଷ୍ଟ୍ରପତି ନିର୍ବାଚିତ ମୋଇଜୁ ଦେଶବାସୀଙ୍କୁ ବୁଝାଇବାକୁ ଚେଷ୍ଟା କରୁଛନ୍ତି ।

ମାତ୍ର ତାଙ୍କର ଆସଲ ଆପତ୍ତି ହେଉଛି ଉଥୁରୁ ଥିଲା ଫାଲହୁରେ ସେଠିକାର କୋଷ୍ଟଗାର୍ଡ ପାଇଁ ଭାରତ ତିଆରି କରୁଥିବା ବନ୍ଦର । ଏଠାରେ ମାଳଦ୍ୱୀପ ନୌସେନା ଲାଗି ବନ୍ଦର ଓ ଡକୟାର୍ଡ ନିର୍ମାଣ ପାଇଁ ଭାରତ ୫୦ ମିଲିୟନ ଡଲାର ଋଣ ଦେଇଛି। ସେହିପରି ମାଳଦ୍ୱୀପ ପାଇଁ ଏକ ନୈସେନା ବେସ୍ ତିଆରି ଲାଗି ମଧ୍ୟ ଇବ୍ରାହିମ ସୋଲି ସରକାର ସହ ଚୁକ୍ତି କରିଛି।

ତେବେ ଏହି ପ୍ରକଳ୍ପ ସରିଲେ ମାଳଦ୍ୱୀପ ଭାରତ ଦାସ ହୋଇଯିବ ବୋଲି ମୋଇଜୁ ଯୁକ୍ତି କହୁଛନ୍ତି।ତେଣୁ ଭାରତୀୟ ସୈନ୍ୟ କିଭଳି ମାଳଦ୍ୱୀପ ଛାଡିବେ ତାହା ତାଙ୍କର ପ୍ରାଥମିକତା ରହିଛି। ଅନ୍ୟପକ୍ଷରେ ଚୀନ ସହ କୌଣସି ପ୍ରତିରକ୍ଷା ଚୁକ୍ତି କରାଯିବ ନାହିଁ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।...

ମୋଇଜୁଙ୍କ ବିଜୟ ଚୀନର ବିଜୟ ବୋଲି କୁହାଯାଉଛି। କାରଣ ପୂର୍ବତନ ରାଷ୍ଟ୍ରପତି ଅବଦ୍ଦୁଲା ୟେମିନି ଯିଏ କି ଚୀନର ଜଣେ ଦୃଢ ସପକ୍ଷବାଦୀ, ତାଙ୍କ ସମର୍ଥନରେ ନିର୍ବାଚନ ଜିତିଛନ୍ତି ମୋଇଜୁ। ଦୁର୍ନୀତି ଅଭିଯୋଗକୁ ନେଇ ଗତ ଅଗଷ୍ଟ ମାସରେ ମାଳଦ୍ୱୀପ ସୁପ୍ରିମକୋର୍ଟ ତାଙ୍କୁ ନିର୍ବାଚନ ଲଢିବାରୁ ଅଯୋଗ୍ୟ ଘୋଷଣା କରିବା ପରେ ମୋଇଜୁ ତାଙ୍କ ସ୍ଥାନ ନେଇଛନ୍ତି।

ତେବେ ୨୦୧୩ରୁ ୨୦୧୮ ଯାଏଁ ୟେମିନି କ୍ଷମତାରେ ଥିବା ବେଳେ ହିଁ ଚୀନର ବେଲଟ ଆଣ୍ଡ ରୋଡ୍ ପ୍ରକଳ୍ପରେ ସାମିଲ ହୋଇଥିଲେ। ଫଳରେ ମାଳଦ୍ୱୀପକୁ ଚୀନି ପୁଞ୍ଜିର ସୁଅ ଛୁଟିଥିଲା। ମାଳଦ୍ୱୀପର ଭିତ୍ତିଭୂମି ପ୍ରକଳ୍ପରେ ଚୀନ ବିପୁଳ ଅର୍ଥ ଲଗାଇବା ସହ ଫ୍ରି-ଟ୍ରେଡ ଏଗ୍ରିମେଣ୍ଟ ବି ସ୍ୱାକ୍ଷର ହୋଇଥିଲା। ଫଳରେ ଏହି ଦ୍ୱୀପ ରାଷ୍ଟ୍ରରେ ଚୀନ ନିଜ ପତିଆରା ବଢାଇବାରେ ସଫଳ ହୋଇଥିଲା। ତେବେ ଚୀନ ପୁଞ୍ଜି ମାଳଦ୍ୱୀପକୁ ଋଣଯନ୍ତାରେ ପକାଇ ଦେଇଥିବା ଅଭିଯୋଗ ବି ହୋଇଥିଲା। ଯାହାକି ୨୦୧୮ରେ ୟେମିନିଙ୍କ ପତ୍ତନର କାରଣ ହୋଇଥିଲା।...