Advertisment

ପାଟ୍ରିଓଟିକ୍ ଥ୍ରୀଲର୍‌ ଫିଲ୍ମ 'ରକ୍ତତୀର୍ଥ'ର ଷ୍ଟ୍ରିମିଙ୍ଗ୍‌ ଆରମ୍ଭ

ଦର୍ଶକଙ୍କ ଅପେକ୍ଷାର ଅନ୍ତ ହୋଇଛି। ଆଜିଠାରୁ ‘ତରଙ୍ଗ ପ୍ଲସ୍‌’ରେ ଷ୍ଟ୍ରିମିଙ୍ଗ୍‌ ହୋଇଛି ‘ରକ୍ତତୀର୍ଥ’। ଲୋକେ ଓଡିଆରେ ପାଟ୍ରିଓଟିକ୍ ଥ୍ରୀଲର୍‌ର ଅନୁଭବ ନେବେ। ପ୍ରତ୍ୟେକ ଅଭିନେତାଙ୍କ ଦମଦାର ଅଭିନୟ ଦର୍ଶକଙ୍କୁ ବାନ୍ଧି ରଖିବ।

ଅଦ୍ୟତନ ହୋଇଛି
Raktatirtha Streaming From Today

Taranga team new odia web series raktatirtha streaming from today

Advertisment

ଦର୍ଶକଙ୍କ ଅପେକ୍ଷାର ଅନ୍ତ ହୋଇଛି। ଆଜିଠାରୁ ‘ତରଙ୍ଗ ପ୍ଲସ୍’ ରେ ଷ୍ଟ୍ରିମିଙ୍ଗ୍‌ ହୋଇଛି ‘ରକ୍ତତୀର୍ଥ’। ଲୋକେ ଓଡିଆରେ ପାଟ୍ରିଓଟିକ୍ ଥ୍ରୀଲର୍‌ର ଅନୁଭବ ନେବେ। ପ୍ରତ୍ୟେକ ଅଭିନେତାଙ୍କ ଦମଦାର ଅଭିନୟ ଦର୍ଶକଙ୍କୁ ବାନ୍ଧି ରଖିବ।

Advertisment

୧୯୪୨ ମସିହା ସେପ୍ଟେମ୍ବର ୨୮ ତାରିଖ ଓଡିଶା ଇତିହାସର ଏକ ଲୋମଟାଙ୍କୁରା ଅଧ୍ୟାୟ।  ଭଦ୍ରକ ର "ଇରମ" ଠାରେ ଦେଶପ୍ରେମୀଙ୍କ ଉପରେ ବର୍ଷିଯାଇଥିଲା ଇଂରେଜମାନଙ୍କ ଅମାନୁଷିକ ଗୁଳିକାଣ୍ଡ। ଏଥିରେ ପ୍ରାଣ ହରାଇଥିଲେ ୨୯ ଜଣ ସ୍ୱାଧୀନତା ସଂଗ୍ରମୀ। ଜାଲିଆନାୱାଲାବାଗ୍ ହତ୍ୟାକାଣ୍ଡ ଭଳି ଅତ୍ୟନ୍ତ ଲୋମହର୍ଷଣକାରୀ ଥିଲା ସେଦିନର ଏହି ଦୃଶ୍ୟ। ଦେଶପ୍ରେମ ପାଇଁ ସମୂହ ପ୍ରାଣବଳିର ସେଇ ମହାନ୍ ଗାଥାକୁ ସ୍ମରଣ କରିବାକୁ ତରଙ୍ଗ ଟିମ୍ ପ୍ରସ୍ତୁତ କରିଛି ଏକ ଦେଶାତ୍ମବୋଧକ ୱେବ୍ ସିରିଜ୍ ଯାହାର ନା’ “ରକ୍ତତୀର୍ଥ”।

କିଛିଦିନ ପୂର୍ବରୁ ‘ତରଙ୍ଗ ପ୍ଲସ୍’ରେ ଏହାର ଅଫିସିଆଲ୍ ଟ୍ରେଲର୍ ରିଲିଜ୍ ହୋଇଥିଲା। ଟ୍ରେଲର ପୋଷ୍ଟ୍ ହେବାର ମାତ୍ର କେଇ ଘଣ୍ଟା ମଧ୍ୟରେ ଏହାକୁ ପାଖାପାଖି ହଜାର ହଜାର ଭିୟୁ ମିଳିସାରିଥିଲା। ଟ୍ରେଲର୍‌ରୁ ସ୍ପଷ୍ଟ ବାରିହୋଇଯାଉଥିଲା ଯେ ଏହି ସିରିଜ୍ ଖୁବ୍ ଦମଦାର୍ ହେବାକୁ ଯାଉଛି।

Advertisment

ଅଧିକ ପଢ଼ନ୍ତୁ: ବର୍ବରତାର କାହାଣୀ - ‘ରକ୍ତତୀର୍ଥ’

ଟ୍ରେଲର୍‌ ଆରମ୍ଭରେ ଦେଶପ୍ରେମର ଝଲକ ଦେଖିବାକୁ ମିଳେ। ‘ବନ୍ଦେ ମାତରମ୍‌’ ସ୍ୱରରେ ଝଙ୍କୃତ ହୁଏ ଜଙ୍ଗଲ। ଏହି ଏତିକି ବେଳେ ବ୍ୟାକ୍ ଗ୍ରାଉଣ୍ଡରୁ ଭାସିଆସୁଛି ଏକ ଗମ୍ଭୀର ସ୍ୱର, “ଏ ଗାଥା ଓଡିଆଙ୍କ ଗର୍ବ ଓ ଗୌରବର।” ଠିକ୍ ଏହା ପରର ଦୃଶ୍ୟ ମନେପକେଇ ଦେଉଛି ସେ ସମୟର ଗରିବୀ ଉପରେ ଜମିଦାରର ଜୁଲମ ଆଉ ଚାବୁକ୍ ପ୍ରହାର।

ଦେଶକୁ ଇଂରେଜ କବଳରୁ ମୁକ୍ତ କରିବା ନେଇ ଓଡିଆଙ୍କ ରକ୍ତ ଫୁଟିଉଠୁଛି। ମଧୁବାବୁ ଓ ଗୋପବନ୍ଧୁଙ୍କ ଦାୟାଦମାନେ ବ୍ରିଟିସ୍ ଶାସନ ବିରୋଧରେ ଲଢିବା ନେଇ ଶପଥ ନିଅନ୍ତି। ସ୍ୱାଭିମାନୀ ଓଡିଆ ଇଂଗ୍ରେଜ ଶାସନ ତଳେ ଆତ୍ମସମର୍ପଣ ନକରି ବିରୋଧ କରିବାକୁ ଆଗେଇ ଆସନ୍ତି। ଏହି ସିରିଜ୍ ଓଡିଆର ବିରତ୍ୱର କାହାଣୀ ମନେପକେଇ ଦେବାକୁ ଯଥେଷ୍ଟ।

Advertisment

ଏଥିରେ ଅଭିଶେଖ ଗିରି, କୁକିଜ୍ ସ୍ୱାଇଁ, ଋଷି, ଧରିତ୍ରୀ, ଅଳକା ଶତପଥୀ, ମନୋଜ ପଟ୍ଟନାୟକ, ଆଶୁତୋଷ ମହାପାତ୍ର, ପୃଥ୍ୱୀରାଜ୍, ପ୍ରସନ୍ନଜିତ୍ ପ୍ରମୁଖ ବଳିଷ୍ଠ ଭୂମିକାରେ ଅଭିନୟ କରିବାର ନଜର ଆସିବେ। ଏଥିରେ ଦିଲ୍ଲୀପ ଚୌଧୁରୀଙ୍କ ଦମଦାର ସଂଳାପ ସାଙ୍ଗକୁ ସୁଶାନ୍ତ ମଣିଙ୍କ ଜବରଦସ୍ତ ନିର୍ଦ୍ଦେଶନା ଲୋକଙ୍କୁ ସେଇ ବାସ୍ତବ ଦୁନିଆକୁ ନେଇଯିବ। ଏହାର ପ୍ରଯୋଜନା ଦାୟିତ୍ୱ ସଞ୍ଜିବ ଦ୍ୱିବେଦୀ ଓ ଶୁଭଲକ୍ଷ୍ମୀ ପଟ୍ଟନାୟକ ନେଇଛନ୍ତି।

ଏହାର ମ୍ୟୁଜିଜ୍ ଗୌରବ ଆନନ୍ଦ ଦେଇଥିବା ବେଳେ ସୁଶାନ୍ତ ମଣି ଲିରିକ୍ସ ରଚନା କରିଛନ୍ତି। ରଞ୍ଜନ ଶତପଥୀ କ୍ରିଏଟିଭ୍ ହେଡ୍ ଓ ଚିଫ୍ ଏକ୍‌ଜିକ୍ୟୁଟିଭ୍ ପ୍ରଡ୍ୟୁସର ଦାୟିତ୍ୱ ଦେବୀଦତ୍ତ ମହାନ୍ତି ନେଇଛନ୍ତି।

Taranga Plus Taranga Cine Productions RaktaTirtha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ