Astrospeak
  • Live TV
  • Read In English

ସଂକ୍ଷେପରେ ଆଜିର ତାଜା ଖବର - Thursday, 27 March 2025

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

All Villages To Get Revenue Status: ଖୁସି ଖବର ଦେଲେ ରାଜସ୍ବ ମନ୍ତ୍ରୀ; ଖୁବ୍‌ଶୀଘ୍ର ସବୁ ପଡ଼ା ଗାଁକୁ ମିଳିବ ରାଜସ୍ବ ମାନ୍ୟତା

ଖୁବ୍‌ଶୀଘ୍ର ରାଜ୍ୟର ସବୁ ପଡ଼ା ଗାଁକୁ ମିଳିବ ରାଜସ୍ବ ଗ୍ରାମର ମାନ୍ୟତା । ଆଜି ବିଧାନସଭାରେ ରାଜସ୍ବ ମନ୍ତ୍ରୀ ଏ ସମ୍ପର୍କୀତ ପ୍ରଶ୍ନର ଉତ୍ତର ରଖି, ନୂଆ ସରକାର ଆସିବା ପରେ ୨୬୩ ପଡ଼ା ଗାଁ ରେଭିନ୍ୟୁ ଭିଲେଜ୍‌କୁ ପରିବର୍ତ୍ତିତ ହୋଇଥିବା କହିଛନ୍ତି । More

Congress Protest: ନାରୀଙ୍କୁ ନ୍ୟାୟ ପାଇଁ ବିଧାନସଭା ଘେରାଉ: ଚେୟାରକୁ ଅସ୍ତ୍ର କରି ଉଡ଼େଇଲେ

ଚେୟାରକୁ ଅସ୍ତ୍ର କରି ଉଡ଼େଇଲେ, ପୋଲିସ ଆଡ଼କୁ ଢେଲାପଥର-ଅଣ୍ଡା ଟମାଟୋ ବର୍ଷା କରିବା ସାଙ୍ଗକୁ ଗାଡ଼ିରେ ବି ନିଆଁ ଲଗେଇଲେ। ନାରୀଙ୍କୁ ନ୍ୟାୟ ପାଇଁ ବିଧାନସଭା ଘେରାଉ ବେଳେ ଆଜି ପୁଣି ଉଗ୍ର ଓ ହିଂସ୍ର ହୋଇଛି କଂଗ୍ରେସ ବିକ୍ଷୋଭ। ଫଳରେ 15 ପୋଲିସ କର୍ମଚାରୀ ଆହତ ହେବା ସହ ପୋଲିସର ପାଲଟା କାର୍ଯ୍ୟାନୁଷ୍ଠାନରେ ମଧ୍ୟ ବହୁ କଂଗ୍ରେସ କର୍ମୀ ଆହତ ହୋଇଥିବା ଦଳ ଅଭିଯୋଗ କରିଛି। ଏମିତିକି କଂଗ୍ରେସ କର୍ମୀଙ୍କ ଚେୟାର ମାଡ଼ରେ ଓଟିଭି ରିପୋର୍ଟର ପ୍ରଭାତ ବିଷୋୟୀ ମଧ୍ୟ ଆହତ ହୋଇଛନ୍ତି। More

Baruni Snana: ଅଜ୍ଞାତବାସ କାଳରେ ପାଣ୍ଡବମାନେ ଏଇଠି ବୁଡ଼ ପକାଇ କରିଥିଲେ ପୂଜାର୍ଚ୍ଚନା

କାହିଁ କେବେଠାରୁ ଏଠାରେ ବାରୁଣୀ ବୁଡ ପଡ଼ିଆସୁଥିବା ବେଳେ କିମ୍ବଦନ୍ତୀ କହେ ପାଣ୍ଡବମାନେ ଅଜ୍ଞାତବାସ କାଳରେ ଏଠାରେ ବୁଡ଼ପକାଇ ପୂଜାର୍ଚ୍ଚନା କରିଥିଲେ । ସେଥିପାଇଁ ସେବେଠାରୁ ଏଠାରେ ହଜାର ହଜାର ଶ୍ରଦ୍ଧାଳୁ ବୁଡ ପକାଉଛନ୍ତି। More

Ex CM Naveen Patnaik: ଚାଲିଛି ରାଜନୀତି ପାଲା, ନବୀନଙ୍କ ଲଗାଇଛନ୍ତି ସବୁ ନାଟ !

କଂଗ୍ରେସ ଗାଡ଼ିର ଡ୍ରାଇଭର ସାଜିଛନ୍ତି ବିଜେଡି ସୁପ୍ରିମୋ ? ଗୃହରେ ଗର୍ଜୁଛନ୍ତି, ଗୃହ ବାହାରେ ଏକାଠି ପ୍ରତିବାଦ କରୁଛନ୍ତି । ଅପ୍ରସଙ୍ଗକୁ ନେଇ କମ୍ପାଉଛନ୍ତି ବିଧାନସଭା ।  More

Odisha CM criticizes Congress: କଂଗ୍ରେସକୁ ମୁଖ୍ୟମନ୍ତ୍ରୀଙ୍କ ଟାର୍ଗେଟ୍‌; ପ୍ରଶ୍ନକାଳରେ ଭାଗ ନନେବା ମାନେ କଣ ? 

ମିଛ କହିବାର ଗୋଟେ ସୀମା ଅଛି। ଗୃହକୁ ବନ୍ଦ କରିବା, ପ୍ରଶ୍ନକାଳରେ ଭାଗ ନନେବା ମାନେ କଣ ? ଏହା କି ପରମ୍ପରା ? ଏତେ ସମୟ ଧରି ଗୃହକୁ ଅଚଳ କରିବା ଅଧିକାର କିଏ ଦେଲା ? ଏମାନଙ୍କୁ ଓଡିଶାବାସୀ କ୍ଷମା ଦେବେ ତ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।  More

Panchang Today 27th March 2025: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ମୀନ ମାସ ଚୈତ୍ର କୃଷ୍ଣପକ୍ଷ । ଇଂରାଜୀରେ ୨୭ ତାରିଖ ଗୁରୁବାର । ଚନ୍ଦ୍ର- କୁମ୍ଭ ଅହୋରାତ୍ର । ତିଥି- ୧୩ଶୀ ରାତ୍ରି ୧୧.୦୩ ଗତେ ୧୪ଶୀ । ଘାତଚନ୍ଦ୍ର- ମିଥୁନ ଓ ମୀନ ରାଶିର ଅହୋରାତ୍ର । More

Kotia’s Bananas: କୋଟିଆ କଦଳୀର ବଢୁଛି ଚାହିଦା; ପଡ଼ୋଶୀ ଦଲାଲ ମାଲେମାଲ, ଚାଷୀ ହନ୍ତସନ୍ତ...

କୋଟିଆ କଦଳୀର ଆଦର ବଢୁଥିବା ବେଳେ ନିଜ ମାଟିରେ ଚାଷୀଙ୍କୁ କରାଯାଉଛି ହତାଦର। ବିନା ସରକାରୀ ସହାୟତାରେ ଚାଷୀ କରୁଛନ୍ତି କଦଳୀ ଚାଷ ।  More

High Drama at Odisha Assembly: କଂଗ୍ରେସ ନେତାଙ୍କ ଉଗ୍ର ରୂପ; ପୋଲିସ ଅଧିକାରୀଙ୍କ କଲର ଝିଙ୍କିଲେ, କାନ୍ଧରୁ ଷ୍ଟାର ଭିଡ଼ି ଧରିଲେ

ଆଚରଣ- ଉଗ୍ର, ଅଶୋଭନୀୟ । କ୍ୟାମେରାରେ କଏଦ୍ ସାରା କାରନାମା । ପୋଲିସକୁ ଧକ୍କାପେଲା କଲେ, ଧମକାଇଲେ । ବ୍ୟାରିକେଡ୍ ବି ଭାଙ୍ଗିଲେ । ଡ୍ୟୁଟିରେ ଥିବା ପୋଲିସ ଅଧିକାରୀଙ୍କ କଲର ଝିଙ୍କିଲେ । More

Odisha Assembly: କଂଗ୍ରେସର ଆଗ୍ରେସିଭ ମୁଡ୍, ଦିଶାହୀନ ହୋଇଛି ବିଜେଡି…ଲୋକଙ୍କ ସ୍ବାର୍ଥକୁ ଫୋକସ କରୁନି ଶଙ୍ଖ ଦଳ

୧୧ ଫେବ୍ରୁଆରୀ ୨୦୨୫ । ଭକ୍ତ ଚରଣ ଦାସ ନୂଆ ପିସିସି ସଭାପତି ନିଯୁକ୍ତ । ୧୫ ଫେବ୍ରୁଆରୀ ୨୦୨୫ । ଅଜୟ କୁମାର ଲଲ୍ଲୁଙ୍କୁ ନୂଆ ପିସିସି ପ୍ରଭାରୀ ଦାୟିତ୍ବ । ଅଜୟ ଓ ଭକ୍ତ ଅର୍ଥାତ୍ A ଓ B ବଳରେ ବଳିୟାନ୍ ହେଉଛି C ଅର୍ଥାତ୍ କଂଗ୍ରେସ । More

Gurupriya Setu: ଗୁରୁପ୍ରିୟା ସେତୁ ପରେ ବଦଳିଛି ଲାଲଗଡ଼ର ଚିତ୍ର, ସହିଦ ସ୍ତମ୍ଭ ପାଲଟିଛି ସେଲଫି ପଏଣ୍ଟ

ଦିନେ ଯେଉଁଠି ଲାଲବାହିନୀ ଲେଖୁଥିଲା ରକ୍ତର ଇତିହାସ, ସେଇଠି ଏବେ ଶାନ୍ତିର ରାଜୁତି। ଆଉ ଶୁଭୁନି ଗୁଳି ବନ୍ଧୁକର ଛାତିଥରା ଶବ୍ଦ। ହିଂସାର ଗୁରୁଗର୍ଜନକୁ ସବୁଦିନ ପାଇଁ ନିଜ କଂକ୍ରିଟ ତଳେ ଚାପି ଦେଇଛି ଗୁରୁପ୍ରିୟା ସେତୁ। ନିଜ ଗାଥା, ବିଚାରଧାରା ଓ ପ୍ରାଣ ହରାଇଥିବା ନକ୍ସଲଙ୍କ ସ୍ମୃତିଚାରଣ ସ୍ବରୂପ ଯେଉଁଠି ମୁଣ୍ଡ ଟେକିଥିଲା ସହିଦ ସ୍ତମ୍ଭ, ତାହା ଏବେ ପାଲଟିଛି ସେଲଫି ପଏଣ୍ଟ୍। ଏକଦା ଲାଲଗଡ଼ କୁହାଯାଉଥିବା ମାଲକାନଗିରି ସ୍ବାଭିମାନ ଅଞ୍ଚଳରେ କେମିତି ଫେରିଛି ଶାନ୍ତି ଓ ସଦ୍ଭାବନାର ଧାରା। More

Congress MLA Suspended: ବିଧାନସଭା ଇତିହାସରେ ଅଲୋଡ଼ା ଅଧ୍ୟାୟ, ବିଶୃଙ୍ଖଳିତ ଆଚରଣ ପାଇଁ ସବୁ କଂଗ୍ରେସ ବିଧାୟକ ସସପେଣ୍ଡ

ବିଧାନସଭା ଇତିହାସରେ ସୃଷ୍ଟି ହେଲା ଅଲୋଡ଼ା ଅଧ୍ୟାୟ। ବିଶୃଙ୍ଖଳିତ ଆଚରଣ ପାଇଁ ଏକାବେଳେ ନିଲମ୍ବିତ ହେଲେ କଂଗ୍ରେସ ଦଳର ସମସ୍ତ ୧୪ ବିଧାୟକ। ଗତକାଲି ଦିନ ସାରା ଏବଂ ରାତି ତମାମ ଯେଭଳି ବିରୋଧୀଙ୍କ ହାଇଡ୍ରାମା ଚାଲିଲା, ସାରା ରାଜ୍ୟ ଦେଖିଲା। କେବଳ ସେତିକି ନୁହେଁ, ଲୋୟର ପିଏମଜି ଓ ଆସେମ୍ବ୍ଲି ଆଗରେ ବି ନେତା ଓ କର୍ମୀଙ୍କ ଉଗ୍ର ଆଚରଣ, ଓଡ଼ିଶା ରାଜନୀତି ଇତିହାସରେ କେବେ ଦେଖିବାକୁ ମିଳିନଥିଲା। More

Parrot Killed: ଶୁଆକୁ ଫାଶୀ ଦେଇ କରୁଥିଲେ ରିଲ୍ସ , ବାନ୍ଧିନେଲା ପୋଲିସ

ମହଙ୍ଗା ପଡ଼ିଲା ଶୁଆକୁ ଫାଶୀ ଦେଇ ରିଲସ କରିବା । ଆଠମଲ୍ଲିକ ନାକଟି ଦେଉଳରୁ ଅଭିଯୁକ୍ତ ଗିରଫ । ବିରି ଖାଇଥିବା କାରଣରୁ ଶୁଆକୁ ଫାଶୀ ଦେଇ ସୋସିଆଲ ମିଡ଼ିଆରେ ଭିଡ଼ିଓ ଭାଇରାଲ କରିଥିଲେ ୨୫ ବର୍ଷୀୟ ଅଭିଯୁକ୍ତ ବାଇଗା ପିତଲି। ପରେ ସୋସିଆଲ ମିଡ଼ିଆରେ ଥିବା ତାଙ୍କ ମୋବାଇଲ ନମ୍ବର ଟ୍ରାକ କରି ଅଭିଯୁକ୍ତକୁ ଗିରଫ କରାଯାଇଥିବା ସୂଚନା ଦେଇଛନ୍ତି ଆଠମଲ୍ଲିକ DFO ସନ୍ତୋଷ । More