Astrospeak
  • Live TV
  • Read In English

ସଂକ୍ଷେପରେ ଆଜିର ତାଜା ଖବର - Monday, 24 March 2025

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

Consuming Anganwadi Chhatua: ବିଷ ପାଲଟିଲା ଛତୁଆ ନା ପାରିବାରିକ ବିବାଦରୁ ଅଘଟଣ ? ଲାଗିରହିଛି ରହସ୍ୟ...

ନିଷ୍ପାପ ଶିଶୁକନ୍ୟା ଦୁଇଟି। ଜାଣିନଥିଲେ ଦୁନିଆ କ’ଣ। ଜୀବନକୁ ଜାଣିବା ଆଗରୁ ମରଣ ତାଙ୍କୁ କୋଳେଇ ନେଲା। ମା’ କାନ୍ଦୁଛି ଛାତିଫଟାଇ, ଭାଙ୍ଗିଯାଉଛି ବାପର ଧୈର୍ଯ୍ୟ।  More

Fake DSP Nabbed in Bhubaneswar: ରାଜଧାନୀରେ ବୁଲୁଛନ୍ତି ନକଲି ପୋଲିସ୍; ଚାକିରି ନାଁରେ ଲଗାଉଥିଲେ ଚୁନ...

ନକଲି ହୋଇ ଅସଲିଙ୍କୁ ଦେଖାଉଥିଲେ ହାକିମାତି । ଚେକିଂ ବେଳେ ସାମ୍ନାକୁ ଆସିଲା ଅସଲ ଚେହେରା । ଜବତ ହେଲା ବିଡ଼ା ବିଡ଼ା ଜାଲ୍ ନୋଟ୍ । ଖାଲି ଜାଲ୍ ନୋଟ୍ କାହିଁକି, ଜାଲି ଡକ୍ୟୁମେଣ୍ଟ, ଫେକ୍ ଆଇ କାର୍ଡ, ଫେକ୍ ପ୍ରମୋସନ ଲେଟର ଏବଂ ନକଲି ଖାକି ଡ୍ରେସ୍ ବି ଜବତ ହୋଇଛି ଦୁଇ ଅଭିଯୁକ୍ତଙ୍କଠାରୁ।  More

Odisha Weather Update: କମିବ କାଳବୈଶାଖୀ ବର୍ଷା; ପୁଣି କଲବଲ କରିବ ତାତି

ଆସନ୍ତାକାଲିଠୁ ପାଗରେ ଆସିବ ପରିବର୍ତ୍ତନ । ଏଥିସହ ତାପମାତ୍ରା ବଢିବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଆଗାମୀ ୪ରୁ ୫ ଦିନ ମଧ୍ୟରେ ଦିନ ତାପମାତ୍ରା ୪-୫ ଡିଗ୍ରୀ ବୃଦ୍ଧି ପାଇବ । More

President Droupadi Murmu: ଆଜି ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ନୀଳମାଧବଙ୍କୁ କରିବେ ଦର୍ଶନ

ଆଜି ଓଡ଼ିଶା ଆସିବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଅପରାହ୍ଣ ସାଢେ ଗୋଟାଏରେ ବାୟୁସେନାର ସ୍ବତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ ରାଷ୍ଟ୍ରପତି । ସେଠାରୁ ହେଲିକପ୍ଟର ଯୋଗେ ନୟାଗଡ଼ ଅଭିମୁଖେ ଯିବେ । More

Panchang Today 24th March 2025: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ମୀନ ମାସ ଚୈତ୍ର କୃଷ୍ଣପକ୍ଷ । ଇଂରାଜୀରେ ୨୪ ତାରିଖ ସୋମବାର। ଚନ୍ଦ୍ର- ଧନୁ ଦିବା ୧୦.୨୩ ଗତେ ମକର। ତିଥି- ୧୦ମୀ ନିଶାନ୍ତ ୦୫.୦୫ ଗତେ ୧୧ଶୀ।ଘାତଚନ୍ଦ୍ର- ତୁଳା ଓ କୁମ୍ଭ ରାଶିର, ଦିବା ୧୦.୨୩ ଗତେ ସିଂହ ରାଶିର। ଘାତବାର- ମିଥୁନ ରାଶିର। ପୁଷ୍କର ଦୋଷ- ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ରାତ୍ରି ୦୪.୨୬ ପର୍ଯ୍ୟନ୍ତ। More

Sand Mining Operations: ବଢ଼ିଲା ବାଲି ମାଫିଆଙ୍କ ହୃଦ୍‌କମ୍ପ,ସୁରକ୍ଷାକର୍ମୀଙ୍କ ସହ ସିସିଟିଭି ଜଗିବ ବାଲି ଖାଦାନ

ସରକାରଙ୍କ ନୂଆ ଏସ୍ଓପିରେ ବାଲି ଖାଦାନକୁ ନେଇ ଆସିଛି କଡ଼ା ନିୟମ । ବାଲି ଚୋରା ଚାଲାଣ ରୋକିବ ନୂଆ ସରକାରଙ୍କ ନୂଆ ଏସ୍ଓପି । ବାଲି ଖାଦାନରେ ଲାଗିବ ସିସିଟିଭି । ବ୍ଲକ୍ ହାତରେ ରହିବ ବାଲି ଘାଟ ଦାୟିତ୍ୱ । ଚୋରି ଜଗିବେ ଗ୍ରାମ ପଞ୍ଚାୟତ ଏବଂ ସରପଞ୍ଚ । More

Mahanadi Water Dispute: ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଦୀର୍ଘ ଦିନର ମହାନଦୀ ଜଳ ବିବାଦରେ ପଡ଼ିବ କି ଯବନିକା ?

ମୁଖ୍ୟମନ୍ତ୍ରୀ କହିଛନ୍ତି, ମହାନଦୀ ବିବାଦ ଏବେ ଟ୍ରିବ୍ୟୁନାଲରେ ବିଚାରାଧୀନ ଥିଲେ ବି ଟ୍ରିପଲ୍ ଇଞ୍ଜିନ ସରକାର କିଭଳି ଏହାର ଆପୋଷ ସମାଧାନ କରିବେ । ସେ ଦିଗରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଆଗୁଆ ପ୍ରସ୍ତାବ ଦେଇଛନ୍ତି । ଖୁବ୍‌ଶୀଘ୍ର ସଚିବସ୍ତରରେ ଓ ପରେ ମନ୍ତ୍ରୀସ୍ତରୀୟ ଆଲୋଚନା ହେବ । କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପରେ ଭାଇ ଭାଇର ଝଗଡ଼ା ଦୂରହେବ । More

Naba Das Murder Mystery: କ’ଣ ହେବ ନବ ହତ୍ୟା ମାମଲାର ପରବର୍ତ୍ତୀ କ୍ରାଇମବ୍ରାଞ୍ଚ ତଦନ୍ତ ?

ମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ଯେତିକି ଖୋଳତାଡ଼ ହେଉଛି । ସେତିକି ରହସ୍ୟ ବଢୁଛି । ନୂଆ ନୂଆ ଦିଗ ବି ସାମ୍ନାକୁ ଆସୁଛି । କ୍ରାଇମବ୍ରାଞ୍ଚ ଅତିରିକ୍ତ ଏସପିଙ୍କ ନେତୃତ୍ବରେ ଗ୍ରାଉଣ୍ଡ ଜିରୋରେ ସରିଛି ଗୋଟିଏ ପର୍ଯ୍ୟାୟ ତଦନ୍ତ । More

Commissionerate Police: ଅପରାଧ ହାର ନିୟନ୍ତ୍ରଣ ପାଇଁ କମିଶନରେଟ୍ ପୋଲିସର ବଡ଼ ଯୋଜନା

ଭୁବନେଶ୍ବର କମିଶନରେଟ୍ ପୋଲିସର ହେବ ନବକଳେବର । ଭାଗ ଭାଗ ହେବ ଭୁବନେଶ୍ବର ସହରାଞ୍ଚଳ ପୋଲିସ୍ ଜିଲ୍ଲା । ଗଠନ ହେବ ଭୁବନେଶ୍ବର ଇଷ୍ଟ ଓ ଭୁବନେଶ୍ବର ୱେଷ୍ଟ ୟୁପିଡି । More

Arun Bothra : ସୋସିଆଲ ମିଡ଼ିଆ ପୋଷ୍ଟ ବଢ଼ାଇଲା ଚର୍ଚ୍ଚା; କ’ଣ ଇଙ୍ଗିତ କରୁଛନ୍ତି ଅରୁଣ ବୋଥ୍ରା?

ଜାତୀୟ ଗଣମାଧ୍ୟମର ଖବରକୁ ରିପୋଷ୍ଟ କରି ବୋଥ୍ରା ଲେଖିଛନ୍ତି, ଚାରି ବର୍ଷ ପୂର୍ବେ, ମୁମ୍ବାଇ ପୋଲିସକୁ ଅନେକ ଟିଭି ଆଙ୍କର ଓ ଅଗଣିତ ସୋସିଆଲ ମିଡିଆ ଆକାଉଣ୍ଟ ଜରିଆରେ ଭିତ୍ତିହୀନ ଅଭିଯୋଗ ସହ ନିନ୍ଦିତ କରାଯାଇଥିଲା। ହେଲେ ଏବେ, ଏହା ସ୍ପଷ୍ଟ ଯେ ପୋଲିସ୍ ବୃତ୍ତିଗତ ଭାବେ ନିଜର ତଦନ୍ତ କରିଥିଲା । ଅପରାଧ ତଦନ୍ତ ବିଷୟରେ କୌଣସି ଧାରଣା ନଥିବା ଲୋକମାନେ ମିଛ ଏବଂ ଅପବାଦପୂର୍ଣ୍ଣ ମନ୍ତବ୍ୟ ଦେଇ ପ୍ରଚାର ସୃଷ୍ଟି କରିପାରିବେ । More