ସଂକ୍ଷେପରେ ଆଜିର ତାଜା ଖବର - Thursday, 13 March 2025

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

Raja Chakra EOW Case: ବିଜେଡି ବେକରେ ରାଜା ଚକ୍ର କଣ୍ଟା; ବଦ୍ରି ପାତ୍ରଙ୍କ ବିସ୍ଫୋରଣକୁ ନେଇ ହଲଚଲ୍

ବିଜେଡି ନେତା ରାଜା ଚକ୍ରଙ୍କ ଗିରଫଦାରୀ ପରେ ଦଳରେ କମ୍ପନ । ଖୋଦ୍ ନିଜ ଦଳର ବରିଷ୍ଠ ନେତା ବିଧାୟକ ବଦ୍ରି ପାତ୍ର କହିଛନ୍ତି, ରାଜାଙ୍କ ପକେଟରେ ଥିଲେ ତତ୍କାଳୀନ ଜିଲ୍ଲାପାଳ ଓ ଏସପି । ପାଣ୍ଡିଆନ୍ ଓ ସିଏମଓ ବି ଏନେଇ ଅବଗତ ଥିଲେ । ଆଉ ବଦ୍ରିଙ୍କ ଏଭଳି ବୟାନ ପରେ ତେଜିଛି ରାଜନୀତି । ବିଜେଡିକୁ ଘେରି ଶାସକ ବିଜେପି ଓ କଂଗ୍ରେସ କରିଛନ୍ତି ଜୋରଦାର ହମଲା । More

Anandbazar mahaprasad: ଆନନ୍ଦବଜାରରେ ଭିଡ଼ କମାଇବାକୁ ଯୋଜନା, ଉତ୍ତର ଦ୍ବାର ବାହାରେ ହୋଇପାରେ ଅନ୍ନଛତ୍ର

ଶ୍ରୀମନ୍ଦିର ଆନନ୍ଦ ବଜାରର ଭିଡ଼ ନିୟନ୍ତ୍ରଣ ପାଇଁ ଉତ୍ତର ଦ୍ବାର ବାହାରେ ଅନ୍ନଛତ୍ର କରାଯିବାକୁ ଯୋଜନା। ଆଜି ଏହି ସୂଚନା ଦେଇଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅଧପନ୍ତରିଆ କାର୍ଯ୍ୟକୁ ଦ୍ବିତୀୟ ଥର ପାଇଁ ଅନୁଧ୍ୟାନ କରିବା ପରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ସ୍ଥାନାନ୍ତର ଓ ଅଭ୍ୟର୍ଥନା କକ୍ଷ ପ୍ରତିଷ୍ଠା ନେଇ ପ୍ରସ୍ତାବ ଥିବା ମଧ୍ୟ କହିଛନ୍ତି। More

Father killed Sons: ଦ୍ବିତୀୟ ବିବାହକୁ ବିରୋଧ, ଜେଜେ ମା’ ସହ ମିଶି ବାପା ସାଜିଲା ହତ୍ୟାକାରୀ

ନୟାଗଡ଼ ଧାନଚାଙ୍ଗଡ଼ା ଗାଁରେ ୨ ନାବାଳକଙ୍କ ରହସ୍ୟଜନକ ମୃତ୍ୟୁର ବଡ଼ ଖୁଲାସା। ବାପାର ଦ୍ବିତୀୟ ବିବାହ ପାଇଁ ପିଲାଙ୍କ ଆତ୍ମହତ୍ୟା ନୁହେଁ, ବରଂ ଦ୍ବିତୀୟ ବିବାହକୁ ବିରୋଧ କରିବାକୁ ଯାଇ ହତ୍ୟାର ଶିକାର ହୋଇଛନ୍ତି ୨ ଭାଇ। ଜେଜେ ମା’ ସହ ବାପା ହିଁ ୨ ପିଲାଙ୍କୁ ତଣ୍ଟିଚିପି ହତ୍ୟା ପରେ ଆତ୍ମହତ୍ୟାର ରୂପ ଦେଇଥିବା ସ୍ପଷ୍ଟ କରିଛି ନୟାଗଡ଼ ପୋଲିସ। More

Censorship in jatra: ଯାତ୍ରାରେ ସୀମା ଜଗିବ ସେନ୍ସର, ବିଧାନସଭା ଷ୍ଟାଣ୍ଡିଂ କମିଟିର ସୁପାରିସ

ଫିଲ୍ମ ଭଳି ଯାତ୍ରାରେ ସୀମା ଜଗିବ ସେନ୍ସର। ଅଶ୍ଳୀଳତା ବନ୍ଦ କରିବାକୁ ଗଠନ କର ଅପେରା ସେନସର ବୋର୍ଡ। ରାଜ୍ୟ ସରକାରଙ୍କୁ ଏଭଳି ସୁପାରିସ କରିଛି ବିଧାନସଭା ଷ୍ଟାଣ୍ଡିଂ କମିଟି। ସେପଟେ ସଂସ୍କୃତି ବିଭାଗ ପକ୍ଷରୁ ଏକ ଅପେରା ଗାଇଡଲାଇନ୍ ପ୍ରସ୍ତୁତ କରାଯାଇଥିବା ବେଳେ ଅନୁମୋଦନ ପରେ ତାହା କାର୍ଯ୍ୟକାରୀ କରାଯିବ। More

Raja Chakra Arrested: 'ଚକ୍ର' ଦୁର୍ନୀତିର ଚକ୍ରବ୍ୟୁହ ଭାଙ୍ଗିଲା, ୮ ଦିନ ପରେ ଗିରଫ କଲା କ୍ରାଇମବ୍ରାଞ୍ଚ

ବର୍ଷ କେଇଟା ଭିତରେ ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଦୁର୍ନୀତି ଜରିଆରେ ହକରରୁ ଶ୍ରମିକ ଓ ସାଧାରଣ ମଣିଷଙ୍କ ହକ୍ ହଡ଼ପ କରି ଟଙ୍କାର ପାହାଡ଼ ଠିଆ କରିଥିବା ବିଜେଡି ନେତା ସୌମ୍ୟଶଙ୍କର ଓରଫ ରାଜା ଚକ୍ରଙ୍କୁ ଗିରଫ ପରେ ସୋସାଇଟି ଆଳରେ ସେ କେମିତି କରୁଥିଲେ କୋଟି କୋଟିର ଖେଳ ତାର ପର୍ଦ୍ଦାଫାସ୍ କରିଛି କ୍ରାଇମବ୍ରାଞ୍ଚ୍। More

Bus Accident: ୧୫ ଫୁଟ୍‌ ତଳକୁ ଖସିଲା ବସ୍; ଜଣେ ମୃତ, ୩୦ ଆହତ

ବସ୍‌ଟି ଯାତ୍ରୀମାନଙ୍କ ଚିଙ୍ଗିରିକେଲାରୁ ସୁନ୍ଦରଗଡ଼ ଅଭିମୁଖେ ଆସୁଥିଲା। ପ୍ରଥମେ ବସ୍‌ଟି ବାଇକଟି ଧକ୍କା ଦେଇଥିଲା। ପରେ ବସ୍‌ ଟି ଭାରସାମ୍ୟ ହରାଇ ୧୫ ଫୁଟ୍‌ ତଳକୁ ଖସି ପଡ଼ିଥିଲା।ଅଗ୍ନିଶମ ବାହିନୀ ଓ ପୋଲିସ ପହଞ୍ଚି ବସ୍‌ରେ ଚାପି ହୋଇଯାଇଥିବା ଯାତ୍ରୀମାନଙ୍କୁ ଉଦ୍ଧାର କରିଛନ୍ତି। More

Raja Chakra Arrested: ବିଜେଡି ନେତା ରାଜା ଚକ୍ର ଗିରଫ

ବିଜେଡି ଛତ୍ରଛାୟାରେ କଳା ସାମ୍ରାଜ୍ୟ ବିଛାଇଥିଲା ରାଜା ଚକ୍ର। ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ହେରଫେର ମାମଲାରେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ ରାଜା। ହାଇକୋର୍ଟ ତାଙ୍କ ଆଗୁଆ ଜାମିନକୁ ଖାରଜ କରିଦେଇଥିଲେ। More

Biju Patnaik Politics: ବିଜୁଙ୍କ ଲିଭି ନଥିଲା ଜୁଇ, ହୋଟେଲରେ ନବୀନ ଖାଉଥିଲେ ମାଉଁଶ

ବିଜେପି ବିଧାୟକମାନେ ଆଲୋଚନାରେ ଭାଗନେଇ କହିଥିଲେ ବିଜୁଙ୍କୁ ସମ୍ମାନ ମିଳୁ ନା ତାଙ୍କ ନାଁରେ ପଞ୍ଚାୟତିରାଜ ଦିବସ ପାଳିତ ହେଉ, ପ୍ରଥମେ ବିଜେଡି ସ୍ପଷ୍ଟ କରୁ । ବିଧାୟକ ବାବୁ ସିଂ ଆଉ ଗୋଟିଏ ପାଦ ଆଗକୁ ଯାଇ କହିଲେ ବିଜୁଙ୍କ ଦାହ ସଂସ୍କାର ସମୟରେ ନବୀନ ଆଇଁଶ ଖାଇଥିଲେ।ଯଦି ମୋ କଥା ଅସତ୍ୟ ତେବେ ମୁଁ ରାଜାଙ୍କ ଚପଲ ଧରି ଯିବି ବୋଲି ଖୋଲା ଚ୍ୟାଲେଞ୍ଜ କରିଥିଲେ। More

Budhi Thakurani Yatra: ଏପ୍ରିଲ ୩ରୁ ମା’ ବୁଢୀ ଠାକୁରାଣୀ ଯାତ୍ରା; ଆସିଲା ଶୁଭ ଖୁଣ୍ଟି

ମଧ୍ୟରାତ୍ରରେ ପାରମ୍ପାରିକ ବାଦ୍ୟ ତୂରୀ ଓ ମହୁରୀ ବାଜାରେ ପ୍ରକମ୍ପିତ ହୋଇଥିଲା ଅଞ୍ଚଳ। ପରେ ମା’ଙ୍କୁ ଆମନ୍ତ୍ରଣ ପାଇଁ ହଜାର ହଜାର ଭକ୍ତ ଶୁଭ ଖୁଣ୍ଟି ସହ ବୁଢୀ ଠାକୁରାଣୀ ମନ୍ଦିରକୁ ଯାଇ ମାଆଙ୍କୁ ନିମନ୍ତ୍ରଣ ଦେଇଥିଲେ। ଆଉ ରାତ୍ର ପ୍ରାୟ ଗୋଟାଏ ୩୦ ମିନିଟରେ ମା’ଙ୍କ ଶୁଭ ଖୁଣ୍ଟି ଦେଶୀ ବେହେରାଙ୍କ ଘର ଆଗରେ ସ୍ଥାପନ କରାଯାଇଥିଲା। More

Pradeep Majhi Marriage: ମନ ଚୋରି କରିଥିଲେ ସାମ୍ବାଦିକା; ଏବେ ସରିଲା ବାହାଘର

କଥାରେ ଅଛି ପ୍ରେମ ମାନେନି ବନ୍ଧବାଡ଼, ମାନେନି ବୟସର ପରିସୀମା । ବର୍ତ୍ତମାନ ପ୍ରଦୀପଙ୍କୁ ୪୯ ବର୍ଷ ବୟସ ହୋଇଥିବାବେଳେ ତାଙ୍କର ଏହି ବିବାହ ଚର୍ଚ୍ଚାର ବିଷୟ ପାଲଟିଛି । ସବୁଠାରୁ ବଡ଼ କଥା ହେଉଛି, ଉଭୟ ସୁଶ୍ରୀ ଓ ପ୍ରଦୀପ ଗୋଆରେ ୱେଡିଂ ସୁଟ୍‌ ମଧ୍ୟ କରିଛନ୍ତି। More

Heat Wave: ଜଳିବ ପଶ୍ଚିମ ଓଡ଼ିଶା; ୪ଦିନ ପାଇଁ ହିଟ୍ ୱେଭ୍ ୱାର୍ଣ୍ଣିଂ

ହୋଲିରେ ବି ଅନୁଭବ ହେବ ଟାଇଁ ଟାଇଁ ଖରା। ୧୩ରୁ ୧୬ ତାରିଖ ୪ ଦିନ ପାଇଁ ୟେଲୋ ସହ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆଜି ପାଇଁ ବଲାଙ୍ଗିର,ବୌଦ୍ଧ, ସମ୍ବଲପୁର ଓ ଝାରସୁଗୁଡା ସହ ଆଭ୍ୟନ୍ତରୀଣ ଓଡ଼ିଶାର ୪ ଜିଲ୍ଲା ପାଇଁ ୟେଲୋ ସତର୍କତା ଜାରି କରିଛି ବିଭାଗ। More

Ayushman Bharat Scheme: ଏପ୍ରିଲ ପହିଲାରୁ ରାଜ୍ୟରେ ଲାଗୁ ହେବ ଆୟୁଷ୍ମାନ ଭାରତ ଯୋଜନା

ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ୬୭ ଲକ୍ଷ ୮୦ ହଜାରରୁ ଅଧିକ ପରିବାର ଉପକୃତ ହେବାକୁ ଥିବା ବେଳେ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ୩୫ ଲକ୍ଷ ୮୪ ହଜାରରୁ ଅଧିକ ପରିବାର ଉପକୃତ ହେବେ । ସେହିପରି ୭୦ ବର୍ଷ ବୟସରୁ ଅଧିକ ବୟସର ଲୋକମାନଙ୍କୁ ଆୟୁଷ୍ମାନ ବୟୋବନ୍ଦନା ଯୋଜନାରେ ସାମିଲ କରାଯିବ । ସୂଚନା ଅନୁଯାୟୀ ୭୦ ବର୍ଷରୁ ଉର୍ଦ୍ଧ୍ୱ ବୟସର ଲୋକଙ୍କ ସଂଖ୍ୟା ୨୩,୧୨,୯୭୯ । ତେବେ ଏମାନଙ୍କ ମଧ୍ୟରୁ ପ୍ରାୟ ୧୭ ଲକ୍ଷ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ସାମିଲ ଥିବାରୁ ଅଧିକ ୬ ଲକ୍ଷ ହିତାଧିକାରୀ ଏହି ଯୋଜନାରେ ଯୋଡ଼ିହେବେ । More

20 historic Eateries: କଟକରେ ୬ ପିଢିର ଦୋକାନ; ପୁରୁଣା ବ୍ୟବସାୟୀଙ୍କୁ ଖୋଜି ଖୋଜି ସମ୍ବର୍ଦ୍ଧନା, ଜାଣନ୍ତୁ କାହିଁକି...

ସୁଆଦିଆ ଜଳଖିଆ ହେଉ କି ଫାଷ୍ଟପୁଡ୍, କିଏ ଶହେ ତ କିଏ ୫୦ ବର୍ଷର ଦୋକାନ।  ପୀଢ଼ି ପରେ ପିଢି ଧରି ଚାଲି ଆସୁଥିବା ଏଭଳି ୨୦ଟି ଦୋକାନକୁ ଚିହ୍ନଟ କରି ତାର ବ୍ୟବସାୟୀଙ୍କୁ କିଛିଦିନ ତଳେ ଇନଟାକ୍ ପକ୍ଷରୁ ସମ୍ବର୍ଦ୍ଧିତ କରାଯିବା ସହ ସେମାନଙ୍କୁ ଦିଆଯାଇଛି ଇନଟାକ୍ ହେରିଟେଜ୍ ଟ୍ୟାଗ୍।  More

Home Guard Frenzy: ହୋମଗାର୍ଡ ଚାକିରି ପାଇଁ ପାଠୁଆ ହାଉଜାଉ, ବିଟେକ୍-ଏମଟେକ୍ ଓ ଏମସିଏ ଡିଗ୍ରୀଧାରୀ ପକାଇଛନ୍ତି ଫର୍ମ

ଉଚ୍ଚଶିକ୍ଷିତ ପିଲାଙ୍କ ରେସ୍ ଲାଗିଛି ହୋମଗାର୍ଡ ଚାକିରି ପାଇଁ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ଆବେଦନକାରୀଙ୍କ ମଧ୍ୟରେ କିଏ କିଏ ବିଟେକ୍ ଓ ଏମଟେକ୍ କରିଛନ୍ତି ତ କିଏ ଏମସିଏ ଏବଂ ଡିଗ୍ରୀ। More

Naveen Patnaik: ବଦଳିଗଲା କି ବିଜେଡିର ସମଦୂରତା ନୀତି ? ବିରୋଧୀ ଶିବିରରେ ଶଙ୍ଖଦଳ ମିଶୁଥିବା ନେଇ ଚର୍ଚ୍ଚା

ବଳି ପଡ଼ିଲା କି ବିଜେଡିର ସମଦୂରତା ନୀତି ? ବିପର୍ଯ୍ୟୟ ପରେ ବିରୋଧୀ ଶିବିରରେ ଯୋଗ ଦେବ କି ବିଜେଡି ? ତାମିଲ ନେତାଙ୍କ ସମର୍ଥନରେ ବାହାରି ଜାତୀୟ ରାଜନୀତି ଆଡ଼କୁ ଆଖେଇଛନ୍ତି କି ନବୀନ ? More

Wedding Fever Grips Odisha: ନେତାଙ୍କ ମ୍ୟାରେଜ୍ ସିଜିନ୍; ମାସକରେ ବିବାହ ବନ୍ଧନରେ ବାନ୍ଧି ହେଲେଣି ୪ଜଣ ନେତା...

କାହାର ପ୍ରଥମ ତ କିଏ କରିଛନ୍ତି ଦ୍ବିତୀୟ ବିବାହ। ମାସକ ଭିତରେ ଚାରି ଚାରି ଜଣ ନେତା ବାନ୍ଧି ହେଲେଣି ବିବାହ ବନ୍ଧନରେ। କିଏ ଗୋଆରେ ତ କିଏ ଜୟପୁର, ପରିବାର ଓ ଅଳ୍ପ ବନ୍ଧୁବାନ୍ଧବଙ୍କ ଗହଣରେ ହାତରୁ ଦି ହାତ ହୋଇଛନ୍ତି ନେତା।  More

Raja Chakra Under EOW Radar: ୯ ଦିନ ଧରି ରାଜାଙ୍କ ସାମ୍ରାଜ୍ୟ ଉପରେ ନନଷ୍ଟପ୍ ରେଡ୍; ଆଗକୁ କାହା ପାଳି ?

ବିଜେଡି ନେତା ରାଜା ଚକ୍ରଙ୍କ କଳା ସାମ୍ରାଜ୍ୟ ଉପରେ ଚାଲିଛି ନନ୍ ଷ୍ଟପ୍‌ ରେଡ୍। ଆଜି ଗୋଟିଏ ଦିନରେ ୩ ଜାଗାରେ ଛାପା ମାରିଛନ୍ତି କ୍ରାଇମବ୍ରାଞ୍ଚର STF ଓ EOW।  More