ସଂକ୍ଷେପରେ ଆଜିର ତାଜା ଖବର - Sunday, 02 March 2025

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

Naba Das Murder Case: ବିଜେପି ନେତାଙ୍କ ବିସ୍ଫୋରକ ବୟାନ୍‌, ସିବିଆଇ ତଦନ୍ତ ହେଲେ ଫସିବେ ଦୁଇ ବିଜେଡି ନେତା...

ପ୍ରଦୀପ ପୁରୋହିତ କହିଛନ୍ତି, ସିବିଆଇ ତଦନ୍ତ ପାଇଁ ନବଙ୍କ ପରିବାର ରାଜ୍ୟ ସରକାରଙ୍କୁ ଲିଖିତ ଭାବେ ଜଣେଇଲେ ବିଜେଡିର ଦୁଇଟି ବଡ଼ ମୁଣ୍ଡ ଫସିଯିବେ। ସେମାନେ ଜେଲ୍‌କୁ ଯିବେ। ସେଥିପାଇଁ ଦୀପାଳିଙ୍କ ଉପରେ ବିଜେଡିର ଚାପ ବଢିଛି। ସିବିଆଇ ତଦନ୍ତ ପାଇଁ ଲିଖିତ ଭାବେ ରାଜ୍ୟ ସରକାରଙ୍କୁ ଦେବା ଲାଗି ମନା କରିଛି ବିଜେଡି। More

Girl Student Suicide: ପରୀକ୍ଷା ବେଳେ କପି ଚେକିଂ ଆଳରେ ଅସଦାଚରଣ ! ଜୀବନ ହାରିଲେ ଛାତ୍ରୀ

ପରୀକ୍ଷା ହଲ୍‌କୁ ପ୍ରବେଶ ପୂର୍ବରୁ କପି ଚେକ୍ ବାହାନାରେ ସ୍ପେଶାଲ ସ୍କ୍ବାର୍ଡର ସଦସ୍ୟ ଥିବା ଜଣେ ପୁରୁଷ ଅଧ୍ୟାପକ ଝିଅକୁ ଏକ ନିରୋଳା ସ୍ଥାନକୁ ଡାକିଥିଲେ । ସେଠାରେ ଛାତ୍ରୀଙ୍କ ଶରୀରର ବିଭିନ୍ନ ଅଙ୍ଗକୁ ଛୁଇଁବା ସହ ଏକଥା କାହା ଆଗରେ ପ୍ରକାଶ ନକରିବାକୁ ଧମକ ବି ଦେଇଥିଲେ । More

Subhadra Yojana: ସୁଭଦ୍ରା ଆବେଦନର ଶେଷ ତାରିଖ ମାର୍ଚ୍ଚ ୩୧; ରାକ୍ଷୀ ପୂର୍ଣ୍ଣିମାରେ ମିଳିବ ଏକକାଳୀନ ୩ଟି ଯାକ କିସ୍ତି

ଗୋଟିଏ ପଟେ ଦ୍ୱିତୀୟ କିସ୍ତି ଟଙ୍କା ପାଇବାକୁ ସୁଭଦ୍ରା ହିତାଧିକାରୀମାନେ ଚାହିଁ ବସିଥିବା ବେଳେ, ଏବେବି ଅନେକଙ୍କୁ ମିଳିନି ପ୍ରଥମ କିସ୍ତିର ଖୁସି। ଚାରି ପାଞ୍ଚ ମାସ ପୂର୍ବରୁ ଆବେଦନ ଓ ବାରମ୍ବାର ଡକୁମେଣ୍ଟ ଦାଖଲ କରିଥିଲେ ମଧ୍ୟ ସହାୟତାରୁ ବଞ୍ଚିତ ଥିବା କହିଛନ୍ତି ବହୁ ମହିଳା। More

Car Accident In Capital: ରାଜଧାନୀରେ ଦୁର୍ବୃତ୍ତଙ୍କ ଉତ୍ପାତ; କେଉଁଠି ନିଆଁ ଲଗାଇ ଦେଉଛନ୍ତି, କେଉଁଠି କାର୍‌ ଘରେ ପଶାଇ ଦେଉଛନ୍ତି

ନିଶାରେ ଚୁର୍ କାର ଡ୍ରାଇଭର ଭିଆଇଛି ଉନ୍ମତ କାଣ୍ଡ। କାନ୍ଥ ଭାଙ୍ଗି ଘରେ ପଶିଯାଇଛି କାର୍। ବରମୁଣ୍ଡା ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଘଟଣା। ଆଜି ଭୋର ସାଢ଼େ ୪ଟା ବେଳେ ଏକ ଆପାର୍ଟମେଣ୍ଟ ନିକଟରେ ଘଟିଛି ଏଭଳି ଘଟଣା। କାନ୍ଥ ଭାଙ୍ଗିବା ପରେ ନିଶାଶକ୍ତ ଯୁବକମାନେ ଯୁକ୍ତି କରୁଥିବା ଭିଡିଓ ମଧ୍ୟ ଭାଇରାଲ ହୋଇଛି More

Jajpur NC College: ଯାଜପୁର ଏନ୍‌ସି କଲେଜ ଯୁକ୍ତ ୨ କୋଠା ନିର୍ମାଣ ଅଧାପନ୍ତରିଆ, ଠିକା ସଂସ୍ଥା ଛୁ...

ଏନପିସିସି ଠିକା ସଂସ୍ଥା ପକ୍ଷରୁ ୫ ମହଲା ଅଟ୍ଟାଳିକା ନିର୍ମାଣ କାର୍ଯ୍ୟ କରାଯାଉଥିବା ବେଳେ ଅଧାରୁ ଠିକା ସଂସ୍ଥା କାମ ଛାଡି ଦେଇଥିବା ଅଭିଯୋଗ ହୋଇଛି । ଗୋଟେପଟେ ପୁରାତନ ସ୍କୁଲର ଖେଳ ପଡିଆ ନଷ୍ଟ କରାଯାଇଥିବା ବେଳେ ଅନ୍ୟପଟେ ଯଦି ସରକାର ଏହି କଲେଜ ନିର୍ମାଣ ଲାଗି ଅନୁମତି ଦେଇଥିଲେ ତେବେ ଅର୍ଥଶ୍ରାଦ୍ଧ କରି ଅଧାରୁ କାହିଁକି ବନ୍ଦ କରାଗଲା ବୋଲି ସ୍ଥାନୀୟ ବାସୀନ୍ଦା ଓ ସହରବାସୀ ପ୍ରଶ୍ନ କରିଛନ୍ତି । More

ଟମାଟୋ କିଆରିରେ ଟ୍ରାକ୍ଟର ମଡ଼ାଇଲେ

ଦିନେ ସେଞ୍ଚୁରୀ ମାରିଥିବା ଟମାଟୋକୁ କିଲୋ ପିଛା ଦି ଟଙ୍କାରେ ବି କେହି ପଚାରୁନାହାନ୍ତି। କ୍ଷେତରେ ଟ୍ରାକ୍ଟର ମଡାଇ ଦେଲେ ଚାଷୀ। More

Subhadra Yojana: ମାର୍ଚ୍ଚ ୬ରେ ମିଳିବ ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟ ଟଙ୍କା

ମାର୍ଚ୍ଚ ୬ରେ ମିଳିବ ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟ ସୁଭଦ୍ରା ଟଙ୍କା । ପଞ୍ଚମ କିସ୍ତିରେ ଉପକୃତ ହେବେ ରାଜ୍ୟର ୧ ଲକ୍ଷ ୭୦ ହଜାର ମହିଳା । ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା । More

Today Panchang 2nd Mar 2025: ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ଘରେ କରନ୍ତୁ ଶୁଭ କାର୍ଯ୍ୟ...

କୁମ୍ଭ ମାସ ଫାଲ୍‌ଗୁନ ଶୁକ୍ଲପକ୍ଷ । ଇଂରାଜୀରେ ୦୨ ତାରିଖ ରବିବାର। ଚନ୍ଦ୍ର- ମୀନ ଅହୋରାତ୍ର। ତିଥି- ୩ୟା ରାତ୍ରି ୦୯.୦୨ ଗତେ ୪ର୍ଥୀ। ଘାତଚନ୍ଦ୍ର- ଧନୁ ରାଶିର ଅହୋରାତ୍ର। More

Odisha CM Mohan Majhi: ମୟୁରଭଞ୍ଜ ଗସ୍ତରେ ମୁଖ୍ୟମନ୍ତ୍ରୀ; ପ୍ରଥମ ଦିନରେ ଘୋଷଣା ହେଲା ଏହି ସବୁ ପ୍ରକଳ୍ପ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଇଦିନିଆ ମୟୁରଭଞ୍ଜ ଗସ୍ତର ପ୍ରଥମ ଦିନରେ କୋଟି କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କରିଛନ୍ତି । More

Sankhamedi Village: ଓଡ଼ିଶା ନା ପଶ୍ଚିମବଙ୍ଗ; ଶଙ୍ଖାମେଦୀ କାହାର?

ପଶ୍ଚିମବଙ୍ଗ ସୀମାନ୍ତ ଗାଁ ଶଙ୍ଖାମେଦୀରେ ରହୁଛନ୍ତି ୧୫୦ ଓଡ଼ିଆ ପରିବାର। ଓଡ଼ିଆ ସ୍କୁଲ ଅଛି, ଓଡ଼ିଆ ଭୋଟର୍ ମଧ୍ୟ ଅଛନ୍ତି। ଓଡ଼ିଶା ସରକାରଙ୍କ ପକ୍ଷରୁ ଗାଁ ଲୋକଙ୍କୁ ରାସନକାର୍ଡ ଓ ଆଧାରକାର୍ଡ ମିଳିଛି। More

Odisha Government: ୯ ମାସରେ IPS ସ୍ତରରେ ୨ଥର ଅଦଳବଦଳ; ଅପରାଧ ନିୟନ୍ତ୍ରଣରେ ଫେଲ୍ ନା ସଶକ୍ତ ଉଦ୍ୟମ?

୫ ମାସ ଭିତରେ IPS ସ୍ତରରେ ପୁଣି ଏକ ବଡ଼ ଅଦଳବଦଳ ଦେଖିବାକୁ ମିଳିଛି । ନୂଆ ସରକାର ଆସିବାର ୯ ମାସ ଭିତରେ ଦୁଇ ଦୁଇ ଥର IPS ସ୍ତରରେ ଅଦଳବଦଳ ହୋଇଛି । ଏକାଥରକେ ୨୬ ଜଣଙ୍କୁ ବିଭିନ୍ନ ପଦ ପଦବୀରେ ନିଯୁକ୍ତି ଦିଆଯାଇଛି । ଭୁବନେଶ୍ବର ଡିସିପି ପିନାକ ମିଶ୍ର ବଦଳି କରାଯାଇ ତାଙ୍କ ଜାଗାରେ କଟକ ଡିସିପି ଜଗମୋହନ ମୀନାଙ୍କୁ ଅବସ୍ଥାପିତ କରାଯାଇଛି । More

Dahibara Divas: ମହ ମହ ବାସିଲା କଟକ; ଆଉ କେତେ ଦିନ... କଟକ ଦହିବରାକୁ GI ଟ୍ୟାଗ୍‌?

ଦହିବରା-ଆଳୁଦମ୍ ଦିବସରେ ମହ ମହ ବାସିଲା କଟକ ସହର । ଖାଲି କଟକ କାହିଁକି, ରାଜ୍ୟର ବିଭିନ୍ନ ସ୍ଥାନରେ ବି ଖୁବ୍ ବିକ୍ରି ହୋଇଛି ଏହି ପାଟି ସୁଆଦିଆ ଆଇଟମ୍ । ଦହି ପାଣିରେ ଡୁବିଥିବା କଅଁଳ ବରା ଉପରେ ମସଲା ଆଳୁଦମ୍ । More

Four Marks Missing: ପୁଣି ବିବାଦରେ ମାଟ୍ରିକ ପରୀକ୍ଷା; ପ୍ରଶ୍ନପତ୍ରରୁ ଗାଏବ ହୋଇଯାଇଛି ମାର୍କ

ପ୍ରଶ୍ନପତ୍ରରେ ଏତେ ବଡ଼ ତ୍ରୁଟିକୁ ମାନିଛନ୍ତି ବୋର୍ଡ କର୍ତ୍ତୃପକ୍ଷ। ସ୍ୱୀକାର କରିଛନ୍ତି, ଭୁଲ୍‌ ହୋଇଛି। ତେବେ ପରୀକ୍ଷାର୍ଥୀଙ୍କ ଯେମିତି କୌଣସି କ୍ଷତି ହେବନି, ସେନେଇ ବିଚାର କରୁଛୁ ବୋଲି କହିଛନ୍ତି ବୋର୍ଡ ସଭାପତି। More