ସଂକ୍ଷେପରେ ଆଜିର ତାଜା ଖବର - Thursday, 27 February 2025

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

Uttam Mohanty: ଆଉ ନାହାନ୍ତି ଉତ୍ତମ ମହାନ୍ତି

ସେ ଓଡ଼ିଆ ସିନେମା ଜଗତର ଜଣେ ଲୋକପ୍ରିୟ ଅଭିନେତା । ୧୩୦ରୁ ଅଧିକ ଓଡ଼ିଆ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ଉତ୍ତମ ମହାନ୍ତି । More

BJP State President: କିଏ ହେବେ ରାଜ୍ୟ ବିଜେପି ସଭାପତି ? ଲାଗିରହିଛି ନାନା ଚର୍ଚ୍ଚା, ଆସନ୍ତାକାଲି ଛିଡ଼ିପାରେ ଅଙ୍କ...

ନଡ୍ଡା ଛିଡେଇବେ ରାଜ୍ୟ ସଭାପତି ଅଙ୍କ ! ରିପିଟ୍ ହେବେ ମନମୋହନ ନା ମଙ୍ଗ ଧରିବେ ନୂଆ ଚେହେରା । ଯଦିଓ ଗତକାଲି ବୈଠକରେ ବୋର୍ଡ ଏବଂ ନିଗମ ନିଯୁକ୍ତି ତାଲିକା ଏକ ପ୍ରକାର ଚୂଡାନ୍ତ ହୋଇଛି, କିନ୍ତୁ ରାଜ୍ୟ ସଭାପତି ନିଯୁକ୍ତି ଘୁଞ୍ଚି ଘୁଞ୍ଚି ଯାଉଛି।  More

Lingaraj Temple: କେଉଁ କାରଣରୁ ମହାଦୀପ ଧରି ଚଢ଼ିବା ବେଳେ ଖସିପଡ଼ିଲେ ସମର୍ଥା ସେବାୟତ ? ଜାଣନ୍ତୁ...

ଏତେ ବଡ଼ ଅଘଟଣ । ଆଖି ଯାହା ଆଗରୁ କେବେ ଦେଖିନଥିଲା । କାନ କେବେ ଯାହା ଶୁଣିନଥିଲା । ଲିଙ୍ଗରାଜ ମନ୍ଦିରରେ ସେମିତି ଏକ ମହାଅଘଟଣ ଘଟିଗଲା ମହାଶିବରାତ୍ରିରେ । ମନ୍ଦିର ଚୂଡ଼ାରେ ପହଞ୍ଚିବା ଆଗରୁ ମହାଦୀପ ତଳକୁ ଖସି ପଡ଼ିଲା ।  More

Successful Surgery: ନାବାଳକ ଦେହରେ ୪ଟି ଗୋଡ଼

୧୭ ବର୍ଷର ନାବାଳକ । ଦେହରେ ୪ଟି ଗୋଡ଼ । ଆସ୍ୱାଭାବିକକୁ ନେଇ ଚନ୍ତାରେ ଥିଲା ପରିବାର । ପିଲାଟିର ଭବିଷ୍ୟତକୁ ନେଇ ସମସ୍ତେ ଥିଲେ ଚିନ୍ତିତ । ହେଲେ ଦିଲ୍ଲୀ AIIMS ସାଜିଲା ସାହାରା । ଡାକ୍ତରମାନେ ସଫଳତାର ସହ ଅପରେସନ କରି ପାଲାଟିକୁ ନୂଆ ରାହା ଦେଖାଇଛନ୍ତି । More

Today Panchang 27th Feb 2025: ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ଘରେ କରନ୍ତୁ ଶୁଭ କାର୍ଯ୍ୟ...

କୁମ୍ଭ ମାସ ଫାଲ୍‌ଗୁନ କୃଷ୍ଣପକ୍ଷ । ଇଂରାଜୀରେ ୨୭ ତାରିଖ ଗୁରୁବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ.... More

jp nadda Visit to Odisha: ଆଜି ଓଡ଼ିଶା ଆସିବେ ଜେପି ନଡ୍ଡା

ରାତିରେ କୋଣାର୍କ ଇକୋ ରିସର୍ଟରେ ରହିବେ। ଆସନ୍ତାକାଲି ପୂର୍ବାହ୍ନ ପ୍ରାୟ ୧୦ଟାରେ ନବମ ଜାତୀୟ ସ୍ୱାସ୍ଥ୍ୟ ସମ୍ମିଳନୀକୁ ଉଦଘାଟନ କରିବେ ଜେପି ନଡ୍ଡା। କାଲି ଅପରାହ୍ନ ୨ଟାରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଯିବେ ଶ୍ରୀମନ୍ଦିର। More

Board And Corporation Chairperson Posts Vacant: ବିଜେପିର ବୋର୍ଡ-ନିଗମ କସରତ୍ ଜୋରଦାର; କେଉଁ ନେତାଙ୍କୁ ମିଳିବ କେଉଁ ନିଗମ ବଢ଼ିଲା ଚର୍ଚ୍ଚା...

ଦେଢ଼ଶହରୁ ଉର୍ଦ୍ଧ୍ୱ ନେତାଙ୍କୁ ଥଇଥାନ ପାଇଁ ବ୍ଲୁପ୍ରିଣ୍ଟ୍ କ'ଣ ହେବ ଆଧାର ? କେଉଁ ନେତାଙ୍କୁ ମିଳିବ କେଉଁ ନିଗମ ? ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ପଦରେ କିଏ ବସିବେ ? ସ୍ବତନ୍ତ୍ର ଉନ୍ନୟନ ପରିଷଦରେ କାହାକୁ କରାଯିବ ନିଯୁକ୍ତି ? ସାଧାରଣ ନିର୍ବାଚନ ପୂର୍ବରୁ ଆମଦାନୀ ନେତା କେଉଁଠି ହେବେ ଥଇଥାନ ? ଏସବୁ ପ୍ରଶ୍ନର ଉତ୍ତର ଖୋଜିବାକୁ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓଙ୍କ ସରକାରୀ ବାସଭବନରେ ମାନସ ମନ୍ଥନ କରିଛି ରାଜ୍ୟ ବିଜେପି। More

Unveiling Boudh: ଇତିହାସ ରଚିବାର ଲକ୍ଷ୍ୟରେ ରେଳବିଭାଗ; ପାହାଡ଼ ଭେଦି ସାକାର ହେବାକୁ ଯାଉଛି ରେଳ ସ୍ବପ୍ନ...

ଅମଡ଼ା ବାଟରେ ଲୌହ ପଥ ବିଛାଇ ତିଆରି କରାଯାଉଛି ବିକାଶର ନୂଆ ବାଟ। ରାତିଦିନ ଏକ୍ କରି ଲାଗିପଡ଼ିଛନ୍ତି କୁଶଳୀ ଶ୍ରମିକ। ରେଳପଥ ସଂଯୋଗୀକରଣରେ ନୂଆ ଏକ ଇତିହାସ ରଚିବାର ଲକ୍ଷ୍ୟ ରଖିଛି ରେଳବିଭାଗ। More

KISS Student Missing: ଅଚ୍ୟୁତଙ୍କ KISSରୁ କେମିତି ଗାଏବ ହୁଅନ୍ତି ଛାତ୍ରଛାତ୍ରୀ ? ସାମାଜିକ କର୍ମୀ ବି କଲେ ବଡ଼ ଖୁଲାସା...

କିସ୍‌ରୁ ନିଖୋଜ ହୋଇଯାଉଛନ୍ତି ପିଲା! ଘର ଲୋକଙ୍କୁ ବି ମିଳୁନି ଖବର। ଏକଥା ଆମେ କହୁନୁ, କହୁଛନ୍ତି କିସ୍‌ରୁ ନିଖୋଜ ଜଣଏ ଛାତ୍ରଙ୍କ ପରିବାର ଲୋକ ଏଭଳି ଅଭିଯୋଗ ଆଣିଛନ୍ତି ।  More

CBSE To Hold 2 Board Exams a Year: ବର୍ଷକୁ ୨ଥର ହେବ CBSE ଦଶମ ବୋର୍ଡ ପରୀକ୍ଷା; ପ୍ରଥମଟି ଭଲ ନହେଲେ, ଟେନସନ୍ ନାହିଁ...

ଇମ୍ପ୍ରୁଭମେଣ୍ଟ ପାଇଁ ଦେଇ ହେବ ଦ୍ବିତୀୟ ବୋର୍ଡ ପରୀକ୍ଷା । ପ୍ରଥମଟି ବାଧ୍ୟତାମୂଳକ, ଦ୍ବିତୀୟଟି ଇଚ୍ଛାଧୀନ । ଛାତ୍ରଛାତ୍ରୀଙ୍କୁ ଚାପମୁକ୍ତ କରିବାକୁ ଦଶମ ପରୀକ୍ଷାରେ ଜାତୀୟ ଶିକ୍ଷାନୀତି 2020 ଆଧାରରେ ଏମିତି ସଂସ୍କାର ଆଣିବାକୁ ଯାଉଛି ସିବିଏସ୍ଇ।  More

Mahashiv Ratri 2025: ତୁଠ ପଥରରେ ଗୋଡ଼ ଘଷି ୧୪ ବର୍ଷ ଯମଦଣ୍ଡ, ଗଛରେ ପିଶାଚ ହୋଇ ଅବସ୍ଥାନ

କ'ଣ ହୁଏ ଯଦି ଆମେ ଜାଣତରେ ହେଉ କି ଅଜାଣତରେ, ପ୍ରଭୁ ଶିବଙ୍କୁ ଅସମ୍ମାନ ହେଲାପରି କିଛି କରିବସନ୍ତି? ପ୍ରଭୁ ଶିବଙ୍କ ପୂଜାନୀତି ଏବଂ ଓଷାବ୍ରତ ସଂପର୍କରେ ଥରେ ମାତା ପାର୍ବତୀ ତାଙ୍କୁ ପଚାରି ବସିଲେ। ପ୍ରତ୍ୟୁତ୍ତରରେ ପ୍ରଭୁ ଶିବ ତାଙ୍କୁ ଏକାଦିକ ପୌରାଣିକ ଘଟଣାର ବର୍ଣ୍ଣନା କରିଥିଲେ। ଶୁଣନ୍ତୁ ଏହି ସୁନ୍ଦର କାହାଣୀଟି, ଯାହା ଜଣେ ଋଷିଙ୍କୁ ନେଇ। More