ସଂକ୍ଷେପରେ ଆଜିର ତାଜା ଖବର - Saturday, 24 August 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଗୃହ ବିଭାଗ ଚାର୍ଜଫ୍ରେମରେ ସାଂଘାତିକ ତଥ୍ୟ; ଜଗଦ୍ଦେବଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଥିଲେ କୁଟ୍ଟେ !

ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଡି.ଏସ୍. କୁଟ୍ଟେ ! ନିର୍ବାଚନ ବେଳେ ବିଜେପି ବିଜ୍ଞାପନକୁ ଅନୁମତି ନଦେବାକୁ ପକାଉ ଥିଲେ ଚାପ ! ତୃତୀୟ ମହଲାରୁ ଫୋନ୍ କରି ଅଧିକାରୀଙ୍କୁ କରୁଥିଲେ ପ୍ରଭାବିତ ! More

'ସୁଭଦ୍ରା' ଯୋଜନା SOPକୁ ନେଇ ତେଜିଲା ରାଜନୀତି; ଗ୍ୟାରେଣ୍ଟି ନା ଧୂଆଁବାଣ କହି ନବୀନଙ୍କ ନିଶାନା...

ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବିଜେପି ସରକାରକୁ ଟାର୍ଗେଟ୍ କରି ସୋସିଆଲ ମିଡିଆରେ ୫ଟି ପଏଣ୍ଟ ଉଲ୍ଲେଖ କରିଛନ୍ତି। ଲେଖିଛନ୍ତି- ନିର୍ବାଚନ ସମୟରେ ବିଜେପି କହିଥିଲା ପ୍ରତ୍ୟେକ  ମହିଳାଙ୍କୁ ୫୦ ହଜାର ଟଙ୍କା ମିଳିବ, ହେଲେ ଦେଉଛନ୍ତି ମାତ୍ର ୫ହଜାର ଟଙ୍କା। More

ସିକ୍ରେଟ୍ ଚାମ୍ବରରେ ଚାଲିଥିଲା ଦେଶୀ ମଦ ଭାଟି; ଚାଲିଲା ବୁଲଡୋଜର...

ଅବକାରୀ ମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ ପରେ କମିଶନରେଟ୍ ପୋଲିସର କୁଇକ୍ ଆକ୍ସନ। ବୁଲିଛି ବୁଲଡୋଜର୍, ମାଟିରେ ମିଶିଛି ସିକ୍ରେଟ୍ ଚାମ୍ବର ଭିତରେ ଚାଲିଥିବା ବେଆଇନ ଦେଶୀ ମଦ ଭାଟି। More

ଉପରମୁଣ୍ଡାରେ ବର୍ଷା ପରେ ଫୁଲିଛି ହୀରାକୁଦ, ଖୋଲିଲା ଆଉ ୮ ଗେଟ୍‌

ହୀରାକୁଦଠାରେ ବନ୍ୟା ଜଳ ଅଧିକ ପ୍ରବେଶ କରିଥିବାରୁ ଆଉ ୮ଟି ଗେଟ ଖୋଲାଯାଇଛି । ଆଶା କରାଯାଉଛି ଆସନ୍ତାକାଲି ସୁଦ୍ଧା ଇନ୍‌ ଫ୍ଲୋ ୩ ଲକ୍ଷ ୬୦ ହଜାର କ୍ୟୁସେକ ଟପିବ । More

ସ୍କୁଲ ଯାଉଛି କହି ମହାନଦୀକୁ ଡେଇଁଲେ ହାଇସ୍କୁଲ ଛାତ୍ରୀ; ସର୍ଚ୍ଚ ଅପରେସନ୍‌ ଜାରି

ସମ୍ବଲପୁର ଚାଉଁରପୁର ବ୍ରିଜରୁ ମହାନଦୀକୁ ଡେଇଁ ପଡିଥିବା ସୂଚନା। ଛାତ୍ରୀଜଣକ ହାଇସ୍କୁଲରେ ପଢୁଥିବା ସୂଚନା ମିଳିଛି। More

ଗ୍ରେସ୍ ମାର୍କ ଦାବିରେ OTET ପରିକ୍ଷାର୍ଥୀଙ୍କ ଧାରଣା; ବୋର୍ଡ ଅଫିସ ଆଗରେ ନାରାବାଜି

କଟକ ବୋର୍ଡ ଅଫିସ ଆଗରେ ଧାରଣାରେ ବସିଲେ OTET ପରୀକ୍ଷାର୍ଥୀ। ଚଳିତ ବର୍ଷ OTET ପରୀକ୍ଷାରେ ଉପୁଜିଥିବା ସମସ୍ୟାକୁ ନେଇ ବିକ୍ଷୋଭ ଓ ନାରାବାଜି କରିଛନ୍ତି। More

Panchang Today 24th August 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ସୌର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ୨୪ ତାରିଖ ଶନିବାର ଚନ୍ଦ୍ର- ମେଷ ଅହୋରାତ୍ର ତିଥି-୫ମୀ ପ୍ରାତଃ ୦୭.୫୨ ଗତେ ୬ଷ୍ଠୀ ନିଶାନ୍ତ ୦୫.୩୧ ଗତେ ୭ମୀ ଘାତଚନ୍ଦ୍ର- ମେଷ ରାଶିର ଅହୋରାତ୍ର ଘାତବାର- ବୃଷ, ସିଂହ ଓ କନ୍ୟା ରାଶିର ପୁଷ୍କର ଦୋଷ- ୧ ପାଦ- କୃଷିହାନି-ଭୂମିଦାନ ନିଶାନ୍ତ ୦୫.୩୧ ଗତେ ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ More

ମହିଳାଙ୍କ ପାଇଁ ଖୁସି ଖବର, ସୁଭଦ୍ରା ଯୋଜନାରେ ବର୍ଷକୁ ମିଳିବ ୧୦ ହଜାର

ରାଜ୍ୟର ଆର୍ଥିକ ଅନଗ୍ରସର ପରିବାରର ମହିଳାଙ୍କ ପାଇଁ ଆସିଲା ଖୁସି ଖବର । ଚଳିତ ଆର୍ଥିକ ବର୍ଷରୁ ରାଜ୍ୟ ସରକାର କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି ବହୁ ପ୍ରତିକ୍ଷୀତ ତଥା ବହୁ ଚର୍ଚ୍ଚିତ 'ସୁଭଦ୍ରା' ଯୋଜନା । More

ସବୁ ସୀମା ଟପିଲେ ବିରୋଧୀ, ବିଧାନସଭାରେ ମହିଳା ବାଚସ୍ପତିଙ୍କୁ ଘେରାବନ୍ଦୀ ଉଦ୍ୟମ

ବିଶୃଙ୍ଖଳାର ସବୁ ସୀମା ଟପିଲେ ବିରୋଧୀ । ବିଧାନସଭାରେ ମହିଳା ବାଚସ୍ପତିଙ୍କୁ ଘେରାବନ୍ଦୀ କରିବା ଉଦ୍ଦେଶ୍ୟରେ ପୋଡ଼ିୟମ୍ ଦଖଲ ପାଇଁ ବିଜେଡି ବିଧାୟକଙ୍କ ଉଦ୍ୟମ। More

କଳଙ୍କିତ ତାରିଖ, ବଳିଦାନ ଦିବସ.. କେବେ ମିଳିବ ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କୁ ନ୍ୟାୟ!

ଆଜିର ଦିନରେ ୧୬ ବର୍ଷ ତଳେ କନ୍ଧମାଳରେ ବେଦାନ୍ତକେଶରୀ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା । More

ମାଟି ତଳ, ନଦୀ ପଠା ସାଜୁଛି ମଦଭାଟି!! ରେଡ୍ ଭିତରେ ଖୋଲୁଛି ବିଷ ବେପାରର ପେଡ଼ି

ଦିନେ କି ଅଧେ ନୁହେଁ, ମାସେ କି ବର୍ଷେ ବି ନୁହେଁ । ବର୍ଷ ବର୍ଷ ଧରି ବେଆଇନ ମଦର ପସରା ବସାଇ ଲୋକଙ୍କ ଜୀବନ ସହ ଖେଳୁଛନ୍ତି ମାଫିଆ । More

ବଢ଼ିଲା କୁଟ୍ଟେ ଓ ଆଶିଷ ସିଂଙ୍କ ଅଡ଼ୁଆ, ଉଭୟଙ୍କ ପ୍ରତି ହୋଇପାରେ କାର୍ଯ୍ୟାନୁଷ୍ଠାନ

କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରକ୍ରିୟା ଆରମ୍ଭ କଲା ଗୃହବିଭାଗ । ୩୦ ଦିନ ଭିତରେ ଉତ୍ତର ଦେବାକୁ ଉଭୟଙ୍କୁ ବିଭାଗୀୟ ନିର୍ଦ୍ଦେଶ ହୋଇଛି । More