ସଂକ୍ଷେପରେ ଆଜିର ତାଜା ଖବର - Thursday, 15 August 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ମନ୍ତ୍ରୀଙ୍କ ଆଗରେ ଦୁଃଖ ବଖାଣିଥିଲା କୁନି ଝିଅ ସୋନାଲି, ବର୍ଷକ ପରେ ବି ଫଳ ଶୂନ !

ବଦଳିଲାନି କୁନି ଝିଅ ସୋନାଲିର ଗାଁ ପଦୁଗୁଡ଼ା ଭାଗ୍ୟ । ଗାଁରେ ରାସ୍ତା, ପାଣି ଓ ସ୍କୁଲ ସ୍ଥିତି ଯାହାକୁ ତାହା। More

କଂଗ୍ରେସରେ ନୂଆ ଷ୍ଟିୟରିଂ କମିଟିକୁ ନେଇ ଝଡ଼, ତାତିଲେ ତାରା-ନରସିଂହ !

ନୂଆ ଷ୍ଟିୟରିଂ କମିଟିରେ ନାହାନ୍ତି ତାରା, ନରସିଂହ, ନିରଞ୍ଜନ, ପ୍ରସାଦଙ୍କ ଭଳି ଅଭିଜ୍ଞ । More

୨୦୪୭ ସୁଦ୍ଧା ଦେଢ଼ ଟ୍ରିଲିୟନ୍ ଡଲାର ଅର୍ଥନୀତିରେ ପହଞ୍ଚିବ ଓଡ଼ିଶା

ସବୁ ପ୍ରତିଶ୍ରୁତି ପାଳନ କରିବ ବିଜେପି ସରକାର କହିଲେ ମୁଖ୍ୟମନ୍ତ୍ରୀ । ବିରୋଧୀଙ୍କୁ ପରୋକ୍ଷରେ ବି ତୀର ମାରିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । More

ମିଛ କହିଥିଲା ବିଜେଡି ସରକାର, କ୍ଷତିପୂରଣ ଦେବେ କହି ଭଣ୍ଡେଇଦେଲେ..!

ଅଧାପନ୍ତରିଆ ହାଡୁଆ ମଧ୍ୟମ ଜଳସେଚନ ପ୍ରକଳ୍ପ । କ୍ଷତିପୂରଣ ନେଇ ଚିନ୍ତାରେ ବିସ୍ଥାପିତ ପରିବାର । More

ପରେଡ୍‌ ବେଳେ ଅଚେତ୍‌ ହେଲେ ଛାତ୍ର, ମନ୍ତ୍ରୀ ଘସିଦେଲେ ଘୋଡ଼

ଗାଡ଼ିରୁ ଓହ୍ଲାଇ ଆସି ଛାତ୍ରର ଭଲମନ୍ଦ ବୁଝିଲେ ମନ୍ତ୍ରୀ । ତୁରନ୍ତ ଆମ୍ବୁଲାନ୍ସ ଡକାଇ ଛାତ୍ରକୁ ମେଡିକାଲ ପଠାଇଲେ । More

ବଳଭଦ୍ର ପଡ଼ିଯିବା ଘଟଣା; ତଦନ୍ତକୁ ନେଇ ଅସନ୍ତୁଷ୍ଟ ସେବାୟତ !

'ତିନି ଜଣିଆ କମିଟି ଆମ ସହ ଆଲୋଚନା କରିନାହାନ୍ତି । 'ଆଲୋଚନା କରିନାହାନ୍ତି କି ତଦନ୍ତ ପରିସରଭୁକ୍ତ କରାଯାଇନି ।' More

୨୪ ଘଣ୍ଟାରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର; ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି !

ଆସନ୍ତା ୨୪ ଘଣ୍ଟାରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା ନେଇ ସୂଚନା । ଗାଙ୍ଗେୟ ପଶ୍ଚିମବଙ୍ଗରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା ରହିଛି ।  More

ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଋତୁସ୍ରାବ ପାଇଁ ଦିନେ ଛୁଟି

ଋତୁସ୍ରାବ ପାଇଁ ଦିନେ ଛୁଟି ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ । More

Panchang Today 15th August 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୈାର କର୍କଟ ମାସ ଶ୍ରାବଣ ଶୁକ୍ଳପକ୍ଷ । ଇଂରାଜୀରେ ୧୫ ତାରିଖ ଗୁରୁବାର ଚନ୍ଦ୍ର- ବିଛା ଦିବା ୧୨.୫୧ ଗତେ ଧନୁ ତିଥି- ୧୦ମୀ ଦିବା ୧୦.୨୭ ଗତେ ୧୧ଶୀ ଘାତଚନ୍ଦ୍ର- ଦିବା ୧୨.୫୧ ଗତେ ତୁଳା ଓ କୁମ୍ଭ ରାଶିର ଘାତବାର- ତୁଳା ଓ କୁମ୍ଭ ରାଶିର ପୁଷ୍କର ଦୋଷ- ନାସ୍ତି । More

ସଜେଇ ହୋଇଛି ରାଜଧାନୀର ମହାତ୍ମା ଗାନ୍ଧି ମାର୍ଗ, ପତାକା ଉତ୍ତୋଳନ କରିବେ ମୁଖ୍ୟମନ୍ତ୍ରୀ

ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଇଁ ସ୍ୱତନ୍ତ୍ର ଆୟୋଜନ । ରାଜଧାନୀର ମହାତ୍ମା ଗାନ୍ଧି ମାର୍ଗରେ ପତାକା ଉତ୍ତୋଳନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । More

ଓଡ଼ିଶା ପାଇଁ ଷ୍ଟିୟରିଂ କମିଟି ଗଠନ କଲା AICC

ଏହି କମିଟିରେ ପ୍ରଭାରୀ ଅଜୟ କୁମାରଙ୍କ ସମେତ ୧୪ ଜଣ ସଦସ୍ୟ ରହିଛନ୍ତି । More

ନୂଆ ବିଧାୟକଙ୍କ ପାଠଶାଳାକୁ ନେଇ କେଁ, ଦିଗଦର୍ଶନ କାର୍ଯ୍ୟକ୍ରମରେ ଭାଗ ନେବେନି ବିଜେଡି ବିଧାୟକ

ବିଧାନସଭାରେ ନୂଆ ବିଧାୟକଙ୍କ ଦିଗଦର୍ଶନ କାର୍ଯ୍ୟକ୍ରମକୁ ନେଇ ତେଜିଲା ରାଜନୀତି । କେନ୍ଦ୍ରମନ୍ତ୍ରୀଙ୍କ ଦ୍ବାରା କାର୍ଯ୍ୟକ୍ରମର ଉଦଘାଟନ ଓ ଉଦଯାପନକୁ ବିଜେଡି, ଦଳୀୟ କାର୍ଯ୍ୟକ୍ରମ ବୋଲି ଅଭିଯୋଗ କରି ଏଥିରେ ସାମିଲ ହେବ ନାହିଁ ବୋଲି କହିଛି । More

କେବେ ପୂରା ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ? ଲୋକାର୍ପଣର ୭ ମାସ ପରେ ବି ସବୁଠି କାମ ଅଧା-ଅଧୁରା

୧୭ ଜାନୁଆରୀ ୨୦୨୪, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ । ତେବେ ଲୋକାର୍ପଣର ୭ ମାସ ପରେ ବି ପରିକ୍ରମା ପ୍ରକଳ୍ପ କାମ ଆଜି ବି ଅସଂପୂର୍ଣ୍ଣ । More

୬ଟି ବ୍ଲକରେ ହେବ ଉପନିର୍ବାଚନ; ୨ ମାସ ପରେ ପୁଣି ମୈଦାନରେ ମୁହାଁମହିଁ ହେବେ BJP-BJD

ସାଧାରଣ ନିର୍ବାଚନର ଦୁଇ ମାସ ପରେ ପୁଣି ମୈଦାନରେ ମୁହାଁମହିଁ ହେବେ ବିଜେପି-ବିଜେଡି। ପଞ୍ଚାୟତ ସମିତି ଉପନିର୍ବାଚନରେ ହେବ ବଳ କଷାକଷି। ବିଜେଡି ପାଇଁ ଅଗ୍ନି ପରୀକ୍ଷା, ଶାସକ ଦଳ ବିଜେପି ପାଇଁ ସମ୍ମାନର ପ୍ରଶ୍ନ।  More

କାହିଁକି ମାଦକ ଦ୍ରବ୍ୟରେ ସାମିଲ ହେଲା ଭାଙ୍ଗ ? କ’ଣ ହେବ ଫାଇଦା ? ଜାଣନ୍ତୁ...

ଭାଙ୍ଗିଗଲା ଭାଙ୍ଗପ୍ରେମୀଙ୍କ ହୃଦୟ । ହୋଲି ହେଉ ଅବା ଜାଗର, ଆଉ ସହଜ ହେବନି ସର୍ବସାଧାରଣରେ ଭାଙ୍ଗ ପକାଇ ମଉଜ କରିବା । More