ସଂକ୍ଷେପରେ ଆଜିର ତାଜା ଖବର - Saturday, 13 July 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

କାଲିଠୁ ପୁରୀରେ ରହିବେ ୩ ମନ୍ତ୍ରୀ, ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ରହିବାକୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ରଥଯାତ୍ରାର ଅବଶିଷ୍ଟ ରୀତିନୀତି ନିରୀକ୍ଷଣ କରି, ସେସବୁ ଯେପରି ଶୃଙ୍ଖଳିତ ଓ ବ୍ୟବସ୍ଥିତ ହେବ ତାହା ସୁନିଶ୍ଚିତ କରିବାକୁ ଏହି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । More

ବିଜେଡିରେ ଏବେ ସବୁ ଗୋଳମାଳିଆ, ପରାଜୟ ପରଠୁ ଦଳରେ ତେଜୁଛି ବିରୋଧର ସ୍ବର

ପରାଜୟ ପରଠୁ ବିଜେଡିରେ ଏବେ ସବୁ ଗୋଳମାଳିଆ । ଦଳ ଭିତରୁ ଧିରେ ଧିରେ ବିରୋଧର ସ୍ବର ତୀବ୍ର ହେଉଛି । ଗୋହି ଖୋଳାଖୋଳି ବଢ଼ିଚାଲିଛି । କାହା ମୁହଁରେ ଯେମିତି ଲଗାମ୍ ନାହିଁ। More

କେତେବେଳେ ଖୋଲିବ ରତ୍ନଭଣ୍ଡାର, ସମୟ କହିଲେ ତଦାରଖ କମିଟି ଅଧ୍ୟକ୍ଷ

‘ଦିନ ୧ଟା ପରେ ଶୁଭ ସମୟ ଆସୁଛି, ୧ଟା ପରେ ହିଁ ରତ୍ନଭଣ୍ଡାର ଖୋଲାଯିବ । ଯାହା ଆଶା କରୁଛୁ ଗୋଟାଏରୁ ସାଢ଼େ ଗୋଟାଏରେ ଖୋଲାଯିବ । More

କାଲି ଖୋଲିବ ରତ୍ନଭଣ୍ଡାର, ଶ୍ରୀମନ୍ଦିର ପ୍ରଶାସନକୁ ଦିଆଗଲା SOP

ଶ୍ରୀମନ୍ଦିର ପ୍ରଶାସନକୁ ପ୍ରଦାନ କରାଗଲା ନିର୍ଦ୍ଧାରିତ ଏସ୍ଓପି । ରାଜ୍ୟ ସରକାର ପ୍ରସ୍ତୁତ କରିଥିବା ଏସ୍ଓପି ମିଳିବା ପରେ, ଶ୍ରୀମନ୍ଦିର ପ୍ରଶାସନର ଜରୁରୀ ବୈଠକ ଚାଲିଥିବା ସୂଚନା ମିଳିଛି । More

ଦିନକ ପରେ ବାହୁଡ଼ା; ବିଳମ୍ବର ଘଟୁନି ଅନ୍ତ, କେମିତି ସୁରୁଖୁରେ ବାହୁଡ଼ିବେ ଶ୍ରୀଜିଉ

ଦିନକ ପରେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା । କିନ୍ତୁ, କ୍ରମାଗତ ବିଭ୍ରାଟ ସହ ଶ୍ରୀଜିଉଙ୍କ ନୀତିକାନ୍ତିରେ ଅହେତୁକ ବିଳମ୍ବର ଘଟୁନି ଅନ୍ତ । କେତେବେଳେ ସକାଳ ଧୂପ ମଧ୍ୟାହ୍ନରେ ତ ଆଉ କେତେବେଳେ ମଧ୍ୟାହ୍ନ ଧୂପ ରାତିରେ ହେଉଛି । More

ଘଟିବ ୪୬ ବର୍ଷ ପ୍ରତୀକ୍ଷାର ଅନ୍ତ ! ଆସନ୍ତାକାଲି ଖୋଲିପାରେ ଶ୍ରୀମନ୍ଦିର ରତ୍ନଭଣ୍ଡାର

ସାତ୍ତ୍ବିକ ଆହାର ଭୋଜନ, ସେବାୟତଙ୍କ ଭଳି ପୋଷାକ ପରିଧାନ ! ଶ୍ରୀଲୋକନାଥଙ୍କ ଆଗରେ ଶପଥ, ବାହାରେ କରିବେନି ରହସ୍ୟ ପ୍ରଘଟ ! ରତ୍ନଭଣ୍ଡାର ଭିତରେ ସଭିଏଁ ମାନିବେ ନିର୍ଦ୍ଧାରିତ ବିଧି ବ୍ୟବସ୍ଥା । More

କଟକ ତ୍ରିଶା ହସ୍ପିଟାଲରେ କେମିତି ଲାଗିଲା ନିଆଁ ? ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଅଗ୍ନିକାଣ୍ଡର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ହସ୍ପିଟାଲରେ ଅଗ୍ନି ନିରାପତ୍ତା ସମ୍ପର୍କରେ ତଦନ୍ତ ପାଇଁ ଅଗ୍ନିଶମ ଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । More

ନର୍ସିଂହୋମ୍‌ରେ ଭୟାଭୟ ଅଗ୍ନିକାଣ୍ତ; ଆଇସିୟୁରେ ଲାଗିଲା ନିଆଁ, ଉଦ୍ଧାର ଜାରି

କଟକର ଏକ ଘରୋଇ ନର୍ସିଂହୋମ୍‌ରେ ଲାଗିଲା ନିଆଁ । ପୁରୀଘାଟ ଥାନା ନିକଟ ନର୍ସିଂହୋମ୍‌ର ୩ୟ ମହଲାରେ ନିଆଁ ଲାଗିଛି । More

କାର୍ଗିଲ ବୀରଙ୍କୁ ଦିଲ୍ଲୀ ଡାକରା; ଗ୍ଲାଲାଣ୍ଟ୍ରି ଆୱାର୍ଡରେ ସମ୍ମାନିତ ହେବେ ଓଡ଼ିଆ ପୁଅ

୧୯୬୪ ମସିହା ଜାନୁଆରୀ ମାସରେ ଭାରତୀୟ ବାୟୁସେନାରେ ଯୋଗଦେଇଥିଲେ ବାରିପଦାର ଅଜୟ କୁମାର ଭଞ୍ଜ। ସେ ଭାରତୀୟ ବାୟୁ ସେନାର ସବୁଠୁ ଲଢୁଆ ବିମାନ ‘ମିରାଜ-୨୦୦୦’ର ମୁଖ୍ୟ ଇଂଜିନିୟର ଭାବେ କାର୍ଯ୍ୟ କରୁଥିଲେ। ତାଙ୍କ ଅଧୀନରେ ଥିଲେ ୨୪ଟି ମିରାଜ ଯୁଦ୍ଧ ଜାହାଜ ସହ ଅନେକ କନିଷ୍ଠ ଇଂଜିନିୟର। More

୪ଦିନ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷିବ; ଆଜି ପାଇଁ ୮ଜିଲ୍ଲାକୁ ସତର୍କତା ଜାରି

ଆଜିଠୁ ରାଜ୍ୟରେ ବଢ଼ିବ ବର୍ଷାର ପରିମାଣ ଓ ବିସ୍ତୃତି। ବଙ୍ଗୋପସାଗରରେ ସମ୍ଭାବ୍ୟ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ ବଢିବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। More

+୩ ପାଠ୍ୟକ୍ରମରୁ ମୁହଁ ଫେରାଉଛନ୍ତି ଛାତ୍ରଛାତ୍ରୀ; ଖାଲି ପଡ଼ିଛି ଦେଢ ଲକ୍ଷରୁ ଅଧିକ ସିଟ୍‌...

ରାଜ୍ୟରେ ସ୍ନାତକ ପାଠ୍ୟକ୍ରମ ପ୍ରତି ବିମୁଖ ଛାତ୍ରଛାତ୍ରୀ ! ଯୁକ୍ତ ୨ ଶିକ୍ଷା ଗ୍ରହଣ ପରେ କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗରେ ପଢ଼ିବା ଲାଗି ଆଗ୍ରହ ପ୍ରକାଶ କରୁନାହାଁନ୍ତି । ରାଜ୍ୟରେ ଯୁକ୍ତ ୩ ବା ସ୍ନାତକ ପାଇଁ ଦୁଇଟି ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା ୧୧ ତାରିଖରେ ଶେଷ ହୋଇଥିବା ବେଳେ ୧ଲକ୍ଷ ୫୩ହଜାର ୨୪୨ ସିଟ୍ ଖାଲି ପଡିଛି । More

ଆଜି ରତ୍ନଭଣ୍ଡାର SOP ! ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ଅପେକ୍ଷା..

ରତ୍ନଭଣ୍ଡାର ତଦାରଖ କମିଟିର ପ୍ରସ୍ତାବ ଅନୁସାରେ ଆସନ୍ତା ୧୪ ତାରିଖରେ ରତ୍ନଭଣ୍ଡାର ଖୋଲିବାକୁ ରାଜ୍ୟ ସରକାରଙ୍କୁ ସୁପାରିଶ କରିଛି ଶ୍ରୀମନ୍ଦିର ପରିଚାଳନା କମିଟି। ଏବେ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ଅପେକ୍ଷା ରହିଛି। More

ସୁନ୍ଦରଗଡ଼ରେ ଚିନ୍ତା ବଢାଇଛି ଡେଙ୍ଗୁ, ହଟସ୍ପଟ୍ ପାଲଟିଛି ରାଉରକେଲାର ସେକ୍ଟର-୧୪

ଚଳିତ ବର୍ଷ ଆରମ୍ଭରୁ ଜୁଲାଇ ୯ ପର୍ଯ୍ୟନ୍ତ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ସରକାରୀ ଭାବେ ୫୭ ରହିଛି । ତେବେ ଏମାନଙ୍କ ମଧ୍ୟରୁ ପ୍ରାୟ ୮୦ ପ୍ରତିଶତ ରୋଗୀ ସେକ୍ଟର-୧୪ ଅଞ୍ଚଳରୁ ଚିହ୍ନଟ ହେଉଛନ୍ତି । More

କ୍ରୀଡ଼ା ରାଜନୀତିରେ ବି ବଡ଼ ପଟ୍ଟ ପରିବର୍ତ୍ତନ, FAO ସଭାପତି ହେଲେ ସମୀର ଦେ’..!

ଫାଓ ସଭାପତି ପଦରୁ ଇସ୍ତଫା ଦେଇଥିଲେ ବିଜେଡି ସାଂସଦ ଦେବାଶିଷ । OCA ସଭାପତି ବବି ଦାସଙ୍କୁ ନେଇ ବଢ଼ିଲା ଚର୍ଚ୍ଚା । More

ମୋହନ ସରକାରଙ୍କ ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍ ପାଇଁ କସରତ, ବିଶେଷଜ୍ଞଙ୍କ ମତ ଶୁଣିଲେ CM

ମୋହନ ସରକାରର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍ ପ୍ରସ୍ତୁତି । ନୂଆ ତରିକା, ନୂଆ ଅନ୍ଦାଜ୍ । ଅର୍ଥ ବିଭାଗ ଦାୟିତ୍ବରେ ଥିବା ଖୋଦ୍ ମୁଖ୍ୟମନ୍ତ୍ରୀ ସବୁ ଅଂଶୀଦାରଙ୍କଠୁ ମତାମତ ଶୁଣିଲେ, ନୋଟ୍ ମଧ୍ୟ କଲେ । More

ସ୍କୁଲ ରୂପାନ୍ତରୀକରଣ ନାଁରେ 'ଷ୍ଟିକର୍' ସ୍କାମ୍ ! ବିନା ଟେଣ୍ଡରରେ କାମ ଦେଇ ୮ କୋଟି ହରିଲୁଟ୍ !

ସ୍କୁଲ ରୂପାନ୍ତରୀକରଣ ନାଁରେ ସାଂଘାତିକ 'ଷ୍ଟିକର୍' ସ୍କାମ୍ ! ବିନା ଟେଣ୍ଡରରେ କାମ ଦେଇ ୮ କୋଟି ଟଙ୍କା ହରିଲୁଟ୍ ! କେନ୍ଦୁଝର ଜିଲ୍ଲାରେ DMF କେଳେଙ୍କାରୀର କଳା ଫର୍ଦ୍ଦ ! More

​​​​​​​ଆସୁ ଆସୁ ଆକ୍ସନ ! ରଥ ଉପରକୁ ମୋବାଇଲ୍ ବ୍ୟାନ, ବିଶୃଙ୍ଖଳାକାରୀ ସେବକଙ୍କୁ ଚେତାବନୀ

ପୂର୍ବ ଅଭିଜ୍ଞତା ସତ୍ତ୍ୱେ ଶ୍ରୀମନ୍ଦିର ନୂଆ ମୁଖ୍ୟ ପ୍ରଶାସକଙ୍କ ପାଇଁ ବହୁ ଚାଲେଞ୍ଜ । ବାହୁଡ଼ା, ନୀଳାଦ୍ରିବିଜେ ସହ ରତ୍ନଭଣ୍ଡାର ଅଳଙ୍କାର ଗଣତି ପ୍ରମୁଖ ଚ୍ୟାଲେଞ୍ଜ । More