ସଂକ୍ଷେପରେ ଆଜିର ତାଜା ଖବର - Thursday, 09 May 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ରୋଚକ ସ୍ଥିତିରେ ବାଲେଶ୍ୱର ସଦର ରାଜନୀତି, କାହାର ମୁଦ୍ଦା ବଦାଳାଇବ ଲୋକଙ୍କ ମୁଡ୍ ?

ରାଜନୀତିର ଛକାପଞ୍ଝା ଭିତରେ ସରଗରମ ପ୍ରଚାର। କାହାକୁ ନେତା ବାଛିବେ ଜନତା ? କାହାର ମୁଦ୍ଦା ବଦାଳାଇବ ଲୋକଙ୍କ ମୁଡ୍ ? ରୋଚକ ସ୍ଥିତିରେ ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀର ରାଜନୀତି । More

ବିଜେଡି ଜାରି କଲା ନିର୍ବାଚନୀ ଇସ୍ତାହର, ୧୦୦ ୟୁନିଟ୍ ଯାଏଁ ମିଳିବ ମାଗଣା ବିଜୁଳି

ଆଗାମୀ ନିର୍ବାଚନ ପାର୍‌ ହେବା ପାଇଁ ଇସ୍ତାହରରେ ବଡ଼ ବଡ଼ ପ୍ରତିଶ୍ରୁତି ଦେଇଛି ବିଜେଡି । ବିଶେଷ କରି ଯୁବ ଭୋଟର ଓ ମଧ୍ୟବିତ୍ତ ବର୍ଗର ଲୋକଙ୍କୁ ଫୋକସ୍‌ରେ ରଖିଛି ଦଳ । More

କାଲି ପୁଣି ଆସିବେ ମୋଦି, ଭୁବନେଶ୍ୱରରେ କରିବେ ବିଶାଳ ରୋଡ୍‌ ସୋ’

ବ୍ରହ୍ମପୁର ଓ ନବରଙ୍ଗପୁର ଗସ୍ତର ୩ ଦିନ ପରେ ପୁଣି ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ପିଏମ୍ ମୋଦି। ସଂଧ୍ୟାରେ ଭୁବନେଶ୍ୱରରେ ବିଶାଳ ରୋଡ୍ ଶୋ କରିବେ ପ୍ରଧାନମନ୍ତ୍ରୀ। More

ନିଜ ହାତରେ ସଂସାର ଉଜାଡ଼ିଲା ବାପା, କୁନି ଝିଅ-ପତ୍ନୀଙ୍କୁ ମାରିବା ପରେ କଲା ଆତ୍ମହତ୍ୟା

ବାପା ଖେଳିଲା ଜୁଆ, ଉଜାଡ଼ିଦେଲା ସୁଖର ସଂସାର । ନା ଟିକି ଝିଅଟିର ମୁହଁକୁ ସେ ଚାହିଁଲା, ନା ସାତଜନ୍ମର ସାଥୀ ପ୍ରତି ସାମାନ୍ୟ ଦରଦ ଦେଖାଇଲା । ଜୁଆ ଖେଳି ଲକ୍ଷ ଲକ୍ଷ ଟଙ୍କାର ୠଣବୋଝକୁ ସହିନପାରି ଶେଷରେ ୧୨ ବର୍ଷର ଝିଅ ସହ ପତ୍ନୀକୁ ଗୁଳି କରି ହତ୍ୟା କଲା ସ୍ୱାମୀ । More

‘ମୁଣ୍ଡପିଛା ଆୟରେ ଓଡ଼ିଶାର ସ୍ଥାନ ତଳଆଡୁ ୪ ନମ୍ବର’

ବେକାରୀରେ ନମ୍ବର ୱାନ୍, ରାଜ୍ୟରେ ୪୩% ଯୁବବର୍ଗ ବେରୋଜଗାର। ଓଡ଼ିଶାରୁ ଦାଦନ ଯାଉଥିବା ଲୋକଙ୍କ ସଂଖ୍ୟା ପ୍ରତିବର୍ଷ ବଢୁଛି ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ସାଂସଦ ଅପରାଜିତା। More

ଚିନ୍ତାରେ ଲିଚୁ ଚାଷୀ, ଅମଳ ପୂର୍ବରୁ ନଷ୍ଟ ହେଲାଣି ପେନ୍ଥା ପେନ୍ଥା ଲିଚୁ

ଦାଉ ସାଧିଲା ପ୍ରବଳ ଗ୍ରୀଷ୍ମପ୍ରବାହ । ଚିନ୍ତାରେ ଲିଚୁ ଚାଷୀ । ଅମଳ ପୂର୍ବରୁ ନଷ୍ଟ ହେଲାଣି ପେନ୍ଥା ପେନ୍ଥା ଲିଚୁ । ଚଳିତ ବର୍ଷ ପ୍ରବଳ ଖରା ଓ ବର୍ଷା ନହେବାରୁ ଲିଚୁ ଚାଷୀ ଚିନ୍ତାରେ ପଡ଼ିଛି । ଗଛରେ ପେନ୍ଥା ପେନ୍ଥା ଲିଚୁକୋଳି ହୋଇଥିଲେ ମଧ୍ୟ ପ୍ରବଳ ଖରାରେ ଲିଚୁଗୁଡ଼ିକ ଫାଟିଯିବା ସହ ପଚିବାକୁ ଆରମ୍ଭ କଲାଣି । More

ଅଦ୍ରିଜାଙ୍କ ପ୍ରଶ୍ନ..ମୋ ଅତ୍ୟାଚାର କଥା ଜାଣି ବି କେମିତି ଟିକେଟ୍ ଦେଲେ ନବୀନ..

ଅଦ୍ରିଜାଙ୍କ ଦେଢ଼ଶୂର କଳିକେଶଙ୍କୁ ବଲାଙ୍ଗିର ବିଧାନସଭାରୁ ପ୍ରାର୍ଥୀ କରିଛି ବିଜେଡି। ଯଦି ମୋତେ ନ୍ୟାୟ ମିଳୁନି, ଅନ୍ୟମାନଙ୍କ ଅବସ୍ଥା କଣ ଥିବ ବୋଲି ପ୍ରଶ୍ନ ଉଠାଇଛନ୍ତି। ଏପରିକି ମୁଁ ବଲାଙ୍ଗିରରେ ବୁଲିବି, ମୋ ନିର୍ଯାତନା କାହାଣୀ ଲୋକଙ୍କୁ କହିବି ବୋଲି କହିଛନ୍ତି ଅଦ୍ରିଜା। More

ପୁରୀରେ BJP ହେଭିୱେଟ୍‌ ନେତା; ଶ୍ରୀଜିଉଙ୍କ ଦର୍ଶନ କରିବେ ଗଡ଼କରୀ

ପୁରୀରେ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ। ସ୍ବତନ୍ତ୍ର ହେଲିକପ୍ଟରରେ ପୁରୀରେ ପହଞ୍ଚିଲେ। ଶ୍ରୀଜିଉଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ଗଡ଼କରୀ। More

ଅକ୍ଷୟ ତୃତୀୟାରେ ଘରେ ବନାନ୍ତୁ ‘ଗୋଲାପଜାମୁନ୍’

ଆମ ଓଡ଼ିଆ ଘରେ ବାର ମାସରେ ତେର ପର୍ବ । ଘରେ ବିଭିନ୍ନ ପର୍ବରେ ମିଠା ଓ ପିଠା ତିଆରି କରାଯାଏ । ପବିତ୍ର ଅକ୍ଷୟ ତୃତୀୟାରେ ଆଜି ଆମେ ବନେଇବା ସୁଆଦିଆ ମିଠା ‘ଗୋଲାପଜାମୁନ୍’। More

କେନ୍ଦ୍ରାପଡା ଆଳିରେ ବୈଜୟନ୍ତ ପଣ୍ଡାଙ୍କ ବିଶାଳ ବାଇକ୍‌ ରାଲି

କେନ୍ଦ୍ରାପଡା ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ବିରାଟ ରୋଡ ଶୋ କରୁଛନ୍ତି। ଆଳିର ବିଧାୟକ ପ୍ରାର୍ଥୀ କୃଷ୍ଣଚନ୍ଦ୍ର ପଣ୍ଡା ଓ ଶତାଧୀକ କର୍ମୀଙ୍କ ସହ ମୋଟର ସାଇକେଲ ଶୋଭାଯାତ୍ରାରେ ବାହାରିଛନ୍ତି। More

ତାତିରୁ ମିଳିଛି ଆଶ୍ବସ୍ତି,ଆହୁରି ୪ ଦିନ କାଳବୈଶାଖୀ ସମ୍ଭାବନା

କାଳବୈଶାଖୀ ବର୍ଷା ପାଇଁ ତାତିରୁ ମିଳିଛି ଆଶ୍ବସ୍ତି । ରାଜ୍ୟର ବିଭିନ୍ନ ସ୍ଥାନରେ ଦିନ ତାପମାତ୍ରା କମିଛି । ଆହୁରି ୪ ଦିନ କାଳବୈଶାଖୀ ସମ୍ଭାବନା । More

ପ୍ରଧାନମନ୍ତ୍ରୀଙ୍କ କନ୍ଧମାଳ ଗସ୍ତ, ୧୧ତାରିଖରେ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବେ ମୋଦି

୧୧ ତାରିଖରେ ପ୍ରଧାନମନ୍ତ୍ରୀଙ୍କ କନ୍ଧମାଳ ଗସ୍ତ,ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବେ ମୋଦି । ବିଜେପି ମହଲରେ ଉତ୍ସାହର ଲହରି । More

ଓଡ଼ିଶାରେ ବିଜେପି ହେଭିୱେଟ୍, ଆଜି ଆସିବେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ

ଆଜି ଓଡ଼ିଶା ଆସିବେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ । ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ବି ଓଡ଼ିଶା ଆସିବେ । ଗଡ଼କରୀ ପୁରୀ କୃଷ୍ଣପ୍ରସାଦରେ ଜନସଭାରେ ଯୋଗଦେବେ । ମାଲକାନଗିରି, ଚିତ୍ରକୋଣ୍ଡା ଓ ଖଲ୍ଲିକୋଟରେ ପ୍ରଚାର କରିବେ ବିଶ୍ବଶର୍ମା । More

Panchang Today 9th May 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ

ସୌର ମେଷ ମାସ ବୈଶାଖ ଶୁକ୍ଳପକ୍ଷ। ଇଂରାଜୀରେ ୦୯ ତାରିଖ ଗୁରୁବାର। ଚନ୍ଦ୍ର- ବୃଷ ଅହୋରାତ୍ର। ତିଥି- ପ୍ରତିପଦ ପ୍ରାତଃ ୦୬.୨୧ ଗତେ ୨ୟା ରାତ୍ରି ୦୪.୧୮ ଗତେ।। ଘାତଚନ୍ଦ୍ର- ବିଛା ରାଶିର ଅହୋରାତ୍ର। More

ବିବାହ ବାର୍ଷିକୀ; ଜଗା ଦର୍ଶନ ପୂର୍ବରୁ ଟାଣିନେଲା ଯମ

ରାତି ପାହିଲେ ପାଳିଥାନ୍ତେ ବିବାହ ବାର୍ଷିକୀ। ପୁରୀରେ ଜଗା ଦର୍ଶନ କରି ବାକି ତକ ଜୀବନ ଖୁସିରେ କାଟିବାକୁ ଥିଲା ଇଚ୍ଛା। ହେଲେ ନିୟତୀର ଇଚ୍ଛା ଆଗରେ ସବୁ କିଛି ଛାରଖାର। More

କାହା ସମର୍ଥନରେ ଯିବ କେନ୍ଦୁଝର ସଦର ଜନମତ ? ମଇଦାନରେ ପ୍ରଚାରକୁ ଜୋର କରିଛନ୍ତି ପ୍ରାର୍ଥୀ

କମ୍ପୁଛି ନିର୍ବାଚନୀ ମଇଦାନଳ, ପ୍ରଚାରକୁ ଜୋର କରିଛନ୍ତି ପ୍ରାର୍ଥୀ । କେନ୍ଦୁଝର ସଦର ନିର୍ବାଚନ ମଣ୍ଡଳୀରେ ଏଥର ଦେଖିବାକୁ ମିଳିବ ଜୋରଦାର ଟକ୍କର । More

ବାରବାଟୀ-କଟକରୁ ଧାମନଗର, ଭାଗ୍ୟ ପରୀକ୍ଷା କରୁଛନ୍ତି ହାଇପ୍ରୋଫାଇଲ୍ ଡିଗ୍ରୀଧାରୀ ଯୁବପିଢ଼ି

ଆଖିରେ ଅନେକ ସ୍ୱପ୍ନ, ମନରେ ଜନତାଙ୍କ ପାଇଁ ବହୁତ କିଛି କରିବାର ଦୂର୍ବାର ଇଚ୍ଛା । ଆଉ ସେହି ସ୍ୱପ୍ନ ଓ ଇଚ୍ଛାକୁ ସାକାର ପାଇଁ ରାଜନୀତି ଭଳି ଦୁର୍ଗମ ବାଟକୁ ବାଛିଛନ୍ତି ଉଚ୍ଚଶିକ୍ଷିତା ସୋଫିଆ ଫିର୍ଦ୍ଦୋସ । More

ଚର୍ଚ୍ଚାରେ ଚାନ୍ଦବାଲି ପଲିଟିକ୍ସ, ବିଜେପିରେ ମିଶିବା ପୂର୍ବରୁ ଜିଲ୍ଲା ପରିଷଦ ସଦସ୍ୟ ନିଖୋଜ

ଚର୍ଚ୍ଚାରେ ଚାନ୍ଦବାଲି ପଲିଟିକ୍ସ। ବିଜେପିରେ ଯୋଗ ଦେବା ପୂର୍ବରୁ ଜିଲ୍ଲା ପରିଷଦ ସଦସ୍ୟ ରଞ୍ଜନ ସାହୁଙ୍କ ମିଳୁନି ଖୋଜ୍ ଖବର। More

BJPର ହାଇଭୋଲଟେଜ୍‌ ପ୍ରଚାର: ମୋଦି-ଶାହ-ରାଜନାଥଙ୍କ ଗର୍ଜନରେ କମ୍ପୁଛି ରାଜ୍ୟ..ଥରହର ବିରୋଧୀ ଶିବିର

ବିଜେପି ହେଭିୱେଟ୍‌ଙ୍କ ପ୍ରଚାରରେ କମ୍ପୁଛି ମୈଦାନ୍। ଗୋଟିଏ ଦିନରେ ଦୁଇ ଷ୍ଟାର କ୍ୟାଂପେନରଙ୍କ ମାରାଥନ୍ ପ୍ରଚାର। More