Advertisment

ଲୋୟର PMGରେ ହଲ୍ଲାବୋଲ୍ ! ଶିକ୍ଷକ-ସରପଞ୍ଚ-ଆୟୁଷ ଡାକ୍ତରୀ ଛାତ୍ରଙ୍କ ସରକାରଙ୍କୁ ଚେତାବନୀ

ଆନ୍ଦୋଳନ ବେଳେ ଆଶା କର୍ମୀ-ପୋଲିସ୍ ମୁହାଁମୁହିଁ । ଧାରଣାସ୍ଥଳରେ ପହଞ୍ଚିଲେ ବିଜେପି ବିଧାୟକ ଦଳ ।

Protest At Lower PMG

Protest At Lower PMG

Advertisment

ଲୋକଙ୍କ ଅଭିଯୋଗର ସମାଧାନ ମୋ ସରକାରର ସର୍ବାଗ୍ରେ ବୋଲି ଯେତେବେଳେ ବିଧାନସଭାରେ ମନ୍ତବ୍ୟ ରଖୁଥିଲେ ମୁଖ୍ୟମନ୍ତ୍ରୀ, ଠିକ୍ ସେତିକିବେଳେ ବିଧାନସଭା ବାହାରେ ଦେଖିବାକୁ ମିଳିଥିଲା କିଛି ଭିନ୍ନ ଚିତ୍ର । ନିଜର ଅଭିଯୋଗ ଆଉ ତାର ସମାଧାନ ପାଇଁ କିଏ ପାଟିରେ କୁଟା ଦେଇ ବସିଥିଲା ତ କିଏ ଅଧିଆ ପଡ଼ିଥିଲା ? ବଡ଼ କଥା ହେଲା ଏସବୁ ଦାବି ଆଜି କି କାଲି ନୁହେଁ । କାହାର ୧୦ ବର୍ଷର ପୁରୁଣା ତ କାହାର ନବୀନ ସରକାର କ୍ଷମତାକୁ ଆସିବା ଠାରୁ । ହେଲେ ଏ ଯାଏଁ ସମାଧାନ ଶୂନ ।

Advertisment

ପାଟିରେ କୁଟା ଦେଇ ଲୋୟର ପିଏମ୍‌ଜିରେ ଅଧିଆ ପଡ଼ିଛନ୍ତି ଗାଁ ସାଥୀ । ରାଜ୍ୟର ପ୍ରାୟ ୬୦ରୁ ୭୦ ହଜାର ଗାଁସାଥୀ ଏବେ ବେକାର । ମାସିକ ୧୦ ହଜାର ପ୍ରୋତ୍ସାହନ ରାଶି ଦାବିରେ ଏମିତି ନିଆରା ଢଙ୍ଗରେ ପ୍ରତିବାଦ କରିଥିଲେ । ସେମିତି ସ୍ୱାସ୍ଥ୍ୟ ସେବାର ମୂଳ ଦୁଆ ଆଶା କର୍ମୀ ବି ଦେଇଛନ୍ତି ଧାରଣା । କିଏ ୧୫ ବର୍ଷ ତ କିଏ ୨୦ ବର୍ଷ ହେଲା କାମ କଲେଣି। ହେଲେ ଦରମା ନାହିଁ, ଯାହା ମାତ୍ର ୪ ହଜାର ପ୍ରୋତ୍ସାହନ ରାଶି । ସ୍ଥାୟୀ ନିଯୁକ୍ତି ସହ ମାସିକ ୨୬ ହଜାର ଟଙ୍କା ଦାବିରେ ଆଜି ବିଧାନସଭା ଘେରାଉ କରିବାକୁ ବାହାରିଥିଲେ। କିନ୍ତୁ ପୋଲିସ ବାଧା ଦେବାରୁ କିଛି ସମୟ ମୁହାଁମୁହିଁ ଏବଂ ଠେଲାପେଲା ସ୍ଥିତି ସୃଷ୍ଟି ହୋଇଥିଲା ।

ସମାନ କାମକୁ ସମାନ ଦରମା ଦାବିରେ ଲୋୟର ପିଏମଜିରେ ମହାସମାବେଶ କରିଥିଲେ କଲେଜ ଅଧ୍ୟାପକ । ୨୨୫ ଦିନ ଧରି ଧାରଣା ପରେ ସମାଧାନ ନହେବାରୁ ଆଜି ୬୬୨ କଲେଜରେ ତାଲା ଦେଇ ଲୋୟର ପିଏମଜିରେ ସମାବେଶ କରିଥିଲେ ୬୬୨ ବର୍ଗ କଲେଜ ଅଧ୍ୟାପକ ସଂଘ। ଅନ୍ୟପଟେ ପ୍ରାଥମିକ ଶିକ୍ଷକ ସଂଘ ଆନ୍ଦୋଳନରୁ ଓହରି ନଥିବା ବେଳେ ଆଜି ପୁଣି ଅନ୍ଦୋଳନକୁ ଓହ୍ଲାଇଛି ଓଷ୍ଟା ବା ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ। ସେହିପରି ଦାବି ପୂରଣ ପାଇଁ ପଛରେ ପଡିନଥିଲେ ଆୟୁଷ ଡାକ୍ତରୀ ଛାତ୍ରଛାତ୍ରୀ। ୨୧ ବର୍ଷ ହେଲା ଆୟୁଷ ଡାକ୍ତର ପଦବୀ ବାହାରି ନଥିବାରୁ ଟଙ୍କା ଖର୍ଚ୍ଚ କରି ଡିଗ୍ରୀ ହାସଲ ବି ନିଯୁକ୍ତି ପାଇଁ ଅପେକ୍ଷାରେ ହଜାର ହଜାର ଡାକ୍ତରୀ ଛାତ୍ରଛାତ୍ରୀ।

Advertisment

ସେପଟେ ଧାରଣା, ଦାବି, ଅନଶନକୁ ନେଇ ରାଜନୀତି ବି ତେଜିଛି। ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କ ନେତୃତ୍ୱରେ ବିଜେପି ବିଧାୟକ ଦଳ ଧାରଣା ସ୍ଥଳରେ ପହଞ୍ଚି ବିଭିନ୍ନ ସଂଗଠନ ସହ ଆଲଚନା କରିଛନ୍ତି। କଂଗ୍ରେସ ମଧ୍ୟ ସବୁ ଆନ୍ଦୋଳନକୁ ସମର୍ଥନ କରି ସରକାର ପୂରଣ ନକଲେ ବିଧାନସଭାରେ ଭିତରେ ଏହି ପ୍ରସଙ୍ଗ ଉଠେଇବ ବୋଲି କହିଛି।

BJD BJP Odisha Politics Protest
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ