Advertisment

Spiritual Conclave ‘Manthan’ In Bhubaneswar: ଅସ୍ତବ୍ୟସ୍ତ ଜୀବନରେ କେତେ ଜରୁରୀ ଆଧ୍ୟାତ୍ମିକ ଅନୁଶୀଳନ?

ମୋଟିଭେସନାଲ୍‌ ସ୍ପିକର ଅକ୍ଷତ ଗୁପ୍ତା କହିଛନ୍ତି, କେଉଁଠି ଲେଖାଯାଇଛି ଇଂରାଜୀ ଶିଖିବା ପାଇଁ ଏ ଫର୍‌ ଆପ୍‌ଲ, ବି ଫର୍‌ ବଲ୍‌, ସି ଫର୍‌ କେଟ ଓ ଡି ଫର୍‌ ଡଗ୍‌ ଶିଖିବାକୁ ପଡ଼ିବ। କାହିଁକି ଏ ଫର୍‌ ଅଗ୍ନି ଶିଖାଯାଉନି? ଏ ଫର ଅମ୍ୱା, ଅମ୍ୱିକା ଓ ଅମ୍ୱଳିକା କାହିଁକି ଶିଖାଯାଉନି?

undefined

Spiritual conclave ‘Manthan’

Advertisment

ଅସ୍ତବ୍ୟସ୍ତ ଜୀବନରେ କେତେ ଜରୁରୀ ଆଧ୍ୟାତ୍ମିକ ଅନୁଶୀଳନ? ସତରେ କ’ଣ ଆଧ୍ୟାତ୍ମିକ ଅନୁଶୀଳନରେ ବ୍ୟଗ୍ର ଜୀବନ ଶୈଳୀରୁ ମିଳିବ ମୁକ୍ତି? ଜୀବନଧର୍ମୀ ମନୋରଞ୍ଜନ ଚ୍ୟାନେଲ୍‌ ପ୍ରାର୍ଥନା ଲାଇଫ୍‌ ପକ୍ଷରୁ ଆୟୋଜିତ ଆଧ୍ୟାତ୍ମିକ ଆଲୋଚନାଚକ୍ର ‘ମନ୍ଥନ’ରେ ଭାଗ ନେଇ ଅତି ପ୍ରାଞ୍ଜଳ ଭାବେ ଏହାର ସୂତ୍ର ବତାଇବା ସହ ବୈରାଗ୍ୟ ଓ ଗ୍ରାହ୍ୟସ୍ଥ ମଧ୍ୟରେ ବିସ୍ତୃତ ଅନ୍ତର ବୁଝାଇଛନ୍ତି ବାଗ୍ମୀ ବକ୍ତା ତଥା ବେଶ୍‌ ଲୋକପ୍ରିୟ ପ୍ରବଚିକା ଜୟା କିଶୋରୀ।

Advertisment

ଲୋକପ୍ରିୟ ପ୍ରବଚିକା ଜୟା କିଶୋରୀ କହିଛନ୍ତି, ଯଦି ବୈରାଗ୍ୟ ହେବାକୁ ଚାହୁଁଛନ୍ତି, ତାହାହେଲେ ପୂର୍ଣ୍ଣ ରୂପେ ବୈରାଗ୍ୟ ହୋଇଯାଆନ୍ତୁ। ଜୀବନକୁ ଭଲ ଭାବରେ ଜିଅଁନ୍ତୁ। ଯଦି ଗ୍ରାହ୍ୟସ୍ଥ ଜୀବନ ବିତାଇବାକୁ ଚାହୁଁଛନ୍ତି, ତାହାହେଲେ ପୂର୍ଣ୍ଣ ରୂପେ ଗ୍ରାହ୍ୟସ୍ଥ ଜୀବନ ବିତାନ୍ତୁ। କିନ୍ତୁ ମଝିରେ ରୁହନ୍ତୁ ନାହିଁ। ଆଜିର ଦୁନିଆରେ ଆମେ ସମସ୍ତେ ମଝିରେ ରହିଯାଉଛି। ନା ଏପାଖରେ ହୋଇପାରୁ ନା ସେପାଖରେ ହୋଇପାରୁଛୁ। ସେଥିପାଇଁ ପଶ୍ଚାତାପ କରୁଛୁ ବୋଲି ଜୟା କିଶୋରୀ କହିଛନ୍ତି।

ସେହିପରି ଜୀବନ ଜିଜ୍ଞାସାକୁ ନେଇ ସ୍ପିରିଚୁଆଲ୍‌ କନକ୍ଲେଭ୍‌ 'ମନ୍ଥନ'ର ଅନ୍ୟତମ ଆକର୍ଷଣ ସାଜିଥିଲେ ମୋଟିଭେସନାଲ ସ୍ପିକର ଅକ୍ଷତ ଗୁପ୍ତା। ଆଗାମୀ ପୀଢ଼ିର ଜୀବନ, କେତେ ବିଶ୍ୱାସନୀୟ ପୋଥି-ପୁରାଣ? ଏ ଶୀର୍ଷକ ଆଲୋଚନାରେ ଭାଗ ନେଇ ମାର୍ମିକ ଓ ସାରଗର୍ଭକ ତଥ୍ୟ ରଖି ପୁରାଣ ଓ ସତ୍ୟ ମଝିରେ ଥିବା ମାର୍ମିକ ତତ୍ତ୍ୱ ବଖାଣିଥିଲେ ଅକ୍ଷତ। ତା’ସହ ଆଗାମୀ ପୀଢ଼ିକୁ ଆମକୁ କ’ଣ ସବୁ ଶିଖାଇବା ଦରକାର ତାହା ମଧ୍ୟ ବତାଇଥିଲେ।

Advertisment

ଅଧିକ ପଢ଼ନ୍ତୁ : ବିକଟାଳ ହର୍ଣ୍ଣ ଉପରେ କମିଶନରେଟ ପୋଲିସ୍‌ର କଡ଼ା ପ୍ରହାର...

ମୋଟିଭେସନାଲ ସ୍ପିକର ଅକ୍ଷତ ଗୁପ୍ତା କହିଛନ୍ତି, କେଉଁଠି ଲେଖାଯାଇଛି ଇଂରାଜୀ ଶିଖିବା ପାଇଁ ଏ ଫର୍‌ ଆପ୍‌ଲ, ବି ଫର୍‌ ବଲ୍‌, ସି ଫର୍‌ କେଟ ଓ ଡି ଫର୍‌ ଡଗ୍‌ ଶିଖିବାକୁ ପଡ଼ିବ। କାହିଁକି ଏ ଫର୍‌ ଅଗ୍ନି ଶିଖାଯାଉନି? ଏ ଫର ଅମ୍ୱା, ଅମ୍ୱିକା ଓ ଅମ୍ୱଳିକା କାହିଁକି ଶିଖାଯାଉନି? ପିଲାଙ୍କୁ ବି ଫର ବଲ୍‌ କାହିଁକି ଶିଖାଯାଉଛି? ଜଣେ ପିଲା ଖେଳୁ ଖେଳୁ ଶିଖିଯିବ। ଆଉ କହିବ ବଲ୍‌ ବୋଲି। କିନ୍ତୁ ପିଲାଙ୍କୁ ବି ଫର୍‌ ଭଗୱା ଶିଖାନ୍ତୁ। ଯଦି ପିଲା ପଚାରିଲା ଭଗୱା କ’ଣ? ତାହାହେଲେ ମହାପୁରୁଷଙ୍କ ଫଟୋ ଦେଖାଇ କହନ୍ତୁ, ଭଗୱା ଦୁଇଟି ରଙ୍ଗକୁ ନେଇ ଗଠିତ। ତାହା ହେଉଛି ଲାଲ୍‌ ଓ ହଳଦୀଆ ରଙ୍ଗ ବୋଲି ଅକ୍ଷତ ଗୁପ୍ତା।

ଜୀବନର କିଛି ଜଣା ଅଜଣା ରହସ୍ୟକୁ ବୁଝିବା ପାଇଁ ନୈତିକତା, ପୁରାଣ, ମାନସିକ ସ୍ୱାସ୍ଥ୍ୟ, ଯୋଗ ଆଦି ଅନେକ ପ୍ରସଙ୍ଗ ଭଳି ୬ଟି ସେସନରେ ‘ମନ୍ଥନ’ରେ ହୋଇଛି ମତ ବିନିମୟ। ପ୍ରଥମେ ‘ଯୋଗ, ଯୋଗୀ, ଜୀବନ’ ଉପରେ ଆଲୋଚନାରେ ଭାଗ ନେଇଥିଲେ ପାତଞ୍ଜଳି ମୁଖ୍ୟ ସୁଧାଂଶୁ ଅଧିକାରୀ, ଭିକ୍ଷୁ ବୁଦ୍ଧଦତ୍ତ ଥେରା ଓ ରାଜସ୍ଥାନର ପ୍ରଜାପିତୀ ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟରୁ ଆସିଥିବା ଭଉଣୀ ରଶ୍ମୀତା। ଯୋଗ ଓ ଧ୍ୟାନ କିଭଳି ଜୀବନରେ ଶାନ୍ତି ପ୍ରଦାନ କରେ ତାହା ବୁଝାଇଥିଲେ। ପରେ ଗୃହସ୍ଥ ଜୀବନ-ସ୍ଥିତି, ଗତି ଓ ପରିବର୍ତ୍ତନ ଏବଂ ଶେଷରେ ଜନ ଜୀବନରେ ଜଗନ୍ନାଥଙ୍କୁ ନେଇ ମତ ରଖିଥିଲେ ପଣ୍ଡିତ ଏବଂ ବିଦ୍ୱାନ।

Advertisment

ଆଜିର ସମୟରେ ଆଧ୍ୟାତ୍ମିକତା ଉପରେ ବିଶ୍ୱାସ ରଖୁଥିବା ଲୋକଙ୍କୁ କିପରି ପ୍ରଦାନ କରିହେବ ଅଧିକରୁ ଅଧିକ ମାର୍ମିକ ତତ୍ତ୍ୱ, ତାହା ହିଁ ପ୍ରାର୍ଥନା ଲାଇଫ୍‌ ପକ୍ଷରୁ ଆୟୋଜିତ ଆଧ୍ୟାତ୍ମିକ ଆଲୋଚନାଚକ୍ର ‘ମନ୍ଥନ’ର ମୁଖ୍ୟ ଲକ୍ଷ୍ୟ ବୋଲି କହିଛନ୍ତି, ଓଡ଼ିଶା ଟେଲିଭିଜନ ନେଟୱର୍କର ଏମ୍‌ଡି ଜଗି ମଙ୍ଗତ ପଣ୍ଡା ଓ କ୍ରିଏଟିଭ୍‌ ହେଡ୍‌ ରଞ୍ଜନ ଶତପଥୀ।

ଅଧିକ ପଢ଼ନ୍ତୁ : ଦିଲ୍ଲୀ ସାଧାରଣତନ୍ତ୍ର ଦିବସ ପରେଡ଼ରେ ଏଥର କେଉଁ ରାଜ୍ୟର ପ୍ରଜ୍ଞାପନ ମେଢ଼ କେମିତିକା ଦେଖନ୍ତୁ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ