ଭକ୍ତ କବି ମଧୁସୂଦନ ରାଓଙ୍କ ପୁଣ୍ୟ ଜନ୍ମତିଥି ଅବସରରେ ତାଙ୍କ ରଚିତ ବର୍ଣ୍ଣବୋଧର ଅବିକଳ ଶୋଭନ ସଂସ୍କରଣ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ ବର୍ଣ୍ଣବୋଧର ନୂଆ ଶୋଭନ ସଂସ୍କରଣକୁ ଲୋକାର୍ପଣ କରିଛନ୍ତି । ଏହା ସହ ଓଡ଼ିଆ ବର୍ଣ୍ଣବୋଧ ଡିଜିଟାଲ ସଂସ୍କରଣକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିଛନ୍ତି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ମା ମାତୃଭୂମି, ମାତୃଭାଷା ସବୁଠୁ ବଡ ପରିଚୟ । ଏହାକୁ ଯିଏ ହତାଦର କରେ ସେ ମନୁଷ୍ୟ ପଦବାଚ୍ୟ ନୁହେଁ । ମାଆ ,ମାତୃଭୂମି, ମାତୃଭାଷାକୁ ନେଇ ସମସ୍ତେ ଗର୍ବ କରିବା ଉଚ୍ଚିତ୍ । ଓଡ଼ିଆ ଭାଷାର ସ୍ୱତନ୍ତ୍ରତା ଏକ ସମୟରେ ହଜିଯାଇଥିଲା କହିଲେ ଅତ୍ୟୁକ୍ତି ହେବ ନାହିଁ । ଓଡ଼ିଶାକୁ ଭାଗ ଭାଗ କରି ବିଭିନ୍ନ ପ୍ରଦେଶରେ (ପ୍ରେସିଡେନ୍ସି) ମିଶାଇ ଦିଆଯାଇଥିଲା । ଓଡ଼ିଆଭାଷା ଓ ହତଗୌରବ ଫେରାଇ ଆଣିବାକୁ ନେତୃତ୍ୱ ନେଇଥିଲେ ଉତ୍କଳ ଗୌରବ ମଧୁସୂଦନ ଦାସ ।
Also Read
ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଓଡ଼ିଆ ଅସ୍ମିତା କଥା ଆସିଲେ ମନ ଆନ୍ଦୋଳିତ ହେଉଛି । ସ୍ବାଧୀନତାର ଏତେ ଦିନ ପରେ ଆଜି ଓଡ଼ିଆ ଅସ୍ମିତା ସଙ୍କଟ କଥା କାହିଁକି ଆସିଲା । ନୂଆ ସରକାର ଆସିବା ପରେ ଓଡ଼ିଆ ଅସ୍ମିତାକୁ ଆଗକୁ ନେବାକୁ ପ୍ରୟାସ କରାଯାଉଛି । ବର୍ଣ୍ଣବୋଧକୁ ଆଗକୁ ନେବାକୁ ହେଲେ ସାମାଜିକ, ଆର୍ଥିକ ଓ ଶୈଖିକ ସ୍ଥିତି ଜାଣିବାକୁ ପଡ଼ିବ । ବର୍ଣ୍ଣବୋଧର ଭାଷା ଅତ୍ୟନ୍ତ ସହଜ ଓ ସରଳ ଥିଲା । କମ୍ ସମୟରେ ବହିଟି ବହୁତ ଆଦୃତ ହୋଇଥିଲା ।
ନୂଆ ସଂସ୍କରଣର ପ୍ରଥମ ପୃଷ୍ଠାରେ ଚିତ୍ରଣ ହୋଇଥିବା ହରିଣ ଚିତ୍ରକୁ ନେଇ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି କି ବର୍ଣ୍ଣବୋଧରେ ବିଲେଇ ଆସିବା ପୂର୍ବରୁ ହରିଣ ଥିଲା । ୧୯୦୧ ମସିହାରେ ୧ ଅଣାରେ ବର୍ଣ୍ଣବୋଧ ଲେଖା ଯାଇଥିଲା ଏବଂ ସେଥିରେ ହରିଣ ଚିତ୍ର ଥିଲା । ବହିର ପ୍ରଥମ ପୃଷ୍ଠାକୁ ସ୍ବତନ୍ତ୍ରତା ଦିଆଯାଇଛି । ଏଥିରେ କୌଣସି ନୂଆ ନାହିଁ । ଓଡ଼ିଆ ଅସ୍ମିତା ରଖାଯାଇଛି । ପୁଣି ପୁରୁଣା ଅବସ୍ଥାକୁ ଆମେ ଫେରିଛନ୍ତି । ଛବିଳ ମଧୁ ବର୍ଣ୍ଣବୋଧରେ ମଧୁଥିଲେ କିନ୍ତୁ ଏଥିରେ ମଧୁ ନାହାନ୍ତି ।
ଏଥିରେ ଓଡ଼ିଆ ଅସ୍ମିତାକୁ ପ୍ରାଥମିକତା ଦିଆଯାଇଛି । ଆଗକୁ ଯିବା ବଦଳରେ ଆମେ ୧୯୦୧ କୁ ଫେରିଛୁ । ଏଥିରେ ବି ସରଳତା ଓ ବୋଧଗମ୍ୟତା ରହିଛି । ୧୨୪ ବର୍ଷ ପରେ ମଧ୍ୟ ଏହାର ବିକଳ୍ପ ନାହିଁ । ପୁରୁଣାର ମୌଳିକତାକୁ ନଷ୍ଟ ନ କରି ନିର୍ଭୁଲ ଭାବେ ନୂଆ ସଂସ୍କରଣ ଅଣାଯାଇଛି । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଓ ଓଡ଼ିଆ ଭାଷା ପ୍ରତିଷ୍ଠାନ ପକ୍ଷରୁ ନୂଆ ସଂସ୍କରଣ ଅଣାଯାଇଛି । ଚଳିତ ବର୍ଷ ୧୦ ହଜାର ପୁସ୍ତକ ଛପାଯିବ ବୋଲି କହିଛନ୍ତି ମୂଖ୍ୟମନ୍ତ୍ରୀ ମୋହନ ମାଝୀ ।