କୁନୋ ଜାତୀୟ ଉଦ୍ୟାନରେ ଆଉ ଏକ ଚିତାର ମୃତ୍ୟୁ

ଦ୍ୱିତୀୟ ପର୍ଯ୍ୟାୟରେ ଦକ୍ଷିଣ ଆଫ୍ରିକାରୁ ଅଣାଯାଇଥିଲା । ଉଦୟର କେମିତି ମୃତ୍ୟୁ ଘଟିଲା, ତାହା ସ୍ପଷ୍ଟ ହୋଇନାହିଁ । ଚିତା ପ୍ରୋଜେକ୍ଟ ଅଧୀନରେ ୨ଟି ପର୍ଯ୍ୟାୟରେ ନାମିବ୍ୟା ଓ ଦକ୍ଷିଣ ଆଫ୍ରିକାରୁ ୨୦ଟି ଚିତା ଅଣାଯାଇ କୁନୋରେ ଛଡ଼ାଯାଇଥିଲା ।

ଆଖି ବୁଜିଲା ଚିତା 'ଉଦୟ'

ପୁଣି ପ୍ରାଣ ହରାଇଲା ଆଉ ଗୋଟିଏ ଚିତା । ମଧ୍ୟପ୍ରଦେଶ କୁନୋ ଜାତୀୟ ଉଦ୍ୟାନରେ ଛଡ଼ାଯାଇଥିବା ଆଫ୍ରିକୀୟ ଚିତା ଗୁଡ଼ିକ ମଧ୍ୟରୁ ଗତ ମାସରେ ଗୋଟିଏ ଚିତା ଆଖି ବୁଜିଥିବା ବେଳେ, ଆଜି ଆଉ ଏକ ଚିତାର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ତା’ ନାଁ ଉଦୟ ।

ଏହାକୁ ଦ୍ୱିତୀୟ ପର୍ଯ୍ୟାୟରେ ଦକ୍ଷିଣ ଆଫ୍ରିକାରୁ ଅଣାଯାଇଥିଲା । ଉଦୟର କେମିତି ମୃତ୍ୟୁ ଘଟିଲା, ତାହା ସ୍ପଷ୍ଟ ହୋଇନାହିଁ । ଚିତା ପ୍ରୋଜେକ୍ଟ ଅଧୀନରେ ୨ଟି ପର୍ଯ୍ୟାୟରେ ନାମିବ୍ୟା ଓ ଦକ୍ଷିଣ ଆଫ୍ରିକାରୁ ୨୦ଟି ଚିତା ଅଣାଯାଇ କୁନୋରେ ଛଡ଼ାଯାଇଥିଲା । ପ୍ରଥମ ପର୍ଯ୍ୟାୟରେ ୮ଟି ଓ ଦ୍ୱିତୀୟ ପର୍ଯ୍ୟାୟରେ ୧୨ଟି ଚିତା ଆସିଥିଲା । ତେବେ ମାର୍ଚ୍ଚ ୨୭ରେ କିଡନୀ ସଂକ୍ରମଣ ଯୋଗୁଁ ନାମିବ୍ୟାରୁ ଆସିଥିବା ଶାଶାର ମୃତ୍ୟୁ ଘଟିଥିଲା । ଆଜି ଉଦୟର ମଧ୍ୟ ମୃତ୍ୟୁ ହେବା ପରେ ଏବେ କୁନୋ ଜାତୀୟ ଉଦ୍ୟାନରେ ଆଉ ୧୮ଟି ଚିତା ଅଛନ୍ତି ।

ଅଧିକ ପଢ଼ନ୍ତୁ: ଭାରତ ସହ ଚିତାର ସଂପର୍କ ବହୁ ପୁରୁଣା, ମୃଗ ଶିକାରରେ ସହାୟତା ପାଇଁ ପୋଷୁଥିଲେ ରାଜା

ପୂର୍ବରୁ ଗତବର୍ଷ ସେପ୍ଟେମ୍ବର ୧୭ରେ ନାମିବ୍ୟାରୁ ମଧ୍ୟପ୍ରଦେଶର କୁନୋ ନାସନାଲ ପାର୍କକୁ ୮ଟି ଚିତା ଆସିଥିଲେ। ଚିତା ବାଘଙ୍କୁ ପ୍ରଧାନମନ୍ତ୍ରୀ ମୋଦି କୁନୋ ଜାତୀୟ ଉଦ୍ୟାନକୁ ଛାଡିଥିଲେ। ତା’ପରଠୁ ସମସ୍ତ ଚିତା ଜାତୀୟ ଉଦ୍ୟାନ ଭିତରେ ଫୂର୍ତ୍ତିର ସହ ଶିକାର କରୁଥିଲେ । ତେବେ ପ୍ରଥମେ ଅସୁସ୍ଥ ହୋଇପଡିଥିଲା ମାଈ ଚିତା ଶାଶା। ତାର ବାରମ୍ବାର ବାନ୍ତି ହେଉଥିଲା । ଚିକିତ୍ସା ବେଳେ ଶାଶାର କିଡନୀ କାମ କରୁନଥିବା ଜାଣିପାରିଥିଲେ ଡାକ୍ତର । ପରେ ବରେ ଶଶାର ମୃତ୍ୟୁ ହୋଇଥିଲା । ଆଉ ଏବେ ଚିତା ‘ଉଦୟ’ର ମୃତ୍ୟୁ ହୋଇଛି ।