ଆଉ ଚଳିବନି ଅନଲାଇନ୍ କ୍ୟାବ୍ କମ୍ପାନୀଙ୍କ ମନମାନି; ବ୍ୟବସାୟ ପାଇଁ ବାଧ୍ୟତାମୂଳକ ଲାଇସେନ୍ସ

ପରିବହନ ବିଭାଗ ଜାରି କରିଛି ‘ଓଡ଼ିଶା ଅନ୍-ଡିମାଣ୍ଡ ଟ୍ରାନ୍ସପୋର୍ଟେସନ୍ ଟେକ୍ନୋଲୋଜି ଏଗ୍ରିଗେଟର୍ସ ଗାଇଡ୍ଲାଇନ୍ସ- ୨୦୨୩’ । ଦେଶର ଷଷ୍ଠ ରାଜ୍ୟ ଭାବେ ଏଭଳି ଗାଇଡଲାଇନ୍ ଆଣିଛି ଓଡ଼ିଶା । ବିଜ୍ଞପ୍ତି ଅନୁସାରେ, ଏକ ହଜାର ପର୍ଯ୍ୟନ୍ତ କ୍ୟାବ୍ ଓ ଦୁଇ ଚକିଆ ଗାଡ଼ି ଚଳାଚଳ ପାଇଁ ୧ ଲକ୍ଷ ଟଙ୍କା, ୧୦ ହଜାର ପର୍ଯ୍ୟନ୍ତ ଗାଡ଼ି ଚଳାଚଳ ପାଇଁ STA ନିକଟରେ ଅଢ଼େଇ ଲକ୍ଷ ଟଙ୍କା ସିକ୍ୟୁରିଟି ରାଶି ଜମା କରିବେ ଅନଲାଇନ୍ ଏଗ୍ରିଗେଟର । ପ୍ରତି ୫ ବର୍ଷରେ ଲାଇସେନ୍ସ ନବୀକରଣ କରିବେ ।

ଅନଲାଇନ୍ କ୍ୟାବ୍ କମ୍ପାନିଙ୍କ ମନମାନିରେ ଲାଗିଲା ଅଙ୍କୁଶ

ଅନଲାଇନ୍ କ୍ୟାବ୍ କମ୍ପାନିଙ୍କ ମନମାନିରେ ଲାଗିଲା ଅଙ୍କୁଶ । ବିନା ଲାଇସେନ୍ସରେ ରାଜ୍ୟରେ କରିପାରିବେନି ବ୍ୟବସାୟ । ପରିବହନ ବିଭାଗ ପାଖରେ ରହିବ ଗାଡ଼ି ଚାଳକଙ୍କ ତଥ୍ୟ । ଅଭିଯୋଗ ପାଇଁ ରଖିବେ ୨୪ ଘଣ୍ଟିଆ କଲ୍ ସେଣ୍ଟର । ସରକାରଙ୍କ ସ୍କାନରରେ ରହିବେ ଓଲା, ଉବର, ରାପିଡୋ, ଓଡିକ୍ୟାବ୍ ଭଳି ଅନ୍ଲାଇନ୍ କ୍ୟାବ୍ । ସେବା ପ୍ରଦାନକାରୀ ସଂସ୍ଥା। ବ୍ୟବସାୟ ପାଇଁ ରାଜ୍ୟ ପରିବହନ ପ୍ରାଧିକରଣ- STA ଠାରୁ ନେବେ ଲାଇସେନ୍ସ ।

ଏଥିପାଇଁ ପରିବହନ ବିଭାଗ ଜାରି କରିଛି ‘ଓଡ଼ିଶା ଅନ୍-ଡିମାଣ୍ଡ ଟ୍ରାନ୍ସପୋର୍ଟେସନ୍ ଟେକ୍ନୋଲୋଜି ଏଗ୍ରିଗେଟର୍ସ ଗାଇଡ୍ଲାଇନ୍ସ- ୨୦୨୩’ । ଦେଶର ଷଷ୍ଠ ରାଜ୍ୟ ଭାବେ ଏଭଳି ଗାଇଡଲାଇନ୍ ଆଣିଛି ଓଡ଼ିଶା । ବିଜ୍ଞପ୍ତି ଅନୁସାରେ, ଏକ ହଜାର ପର୍ଯ୍ୟନ୍ତ କ୍ୟାବ୍ ଓ ଦୁଇ ଚକିଆ ଗାଡ଼ି ଚଳାଚଳ ପାଇଁ ୧ ଲକ୍ଷ ଟଙ୍କା, ୧୦ ହଜାର ପର୍ଯ୍ୟନ୍ତ ଗାଡ଼ି ଚଳାଚଳ ପାଇଁ STA ନିକଟରେ ଅଢ଼େଇ ଲକ୍ଷ ଟଙ୍କା ସିକ୍ୟୁରିଟି ରାଶି ଜମା କରିବେ ଅନଲାଇନ୍ ଏଗ୍ରିଗେଟର । ପ୍ରତି ୫ ବର୍ଷରେ ଲାଇସେନ୍ସ ନବୀକରଣ କରିବେ ।

ଏଗ୍ରିଗେଟରଙ୍କ ଅଧୀନରେ ଥିବା ପ୍ରତି କ୍ୟାବ୍ କିମ୍ବା ଦୁଇ ଚକିଆରେ ଗାଡ଼ି ଚାଳକଙ୍କ ସମ୍ପର୍କୀତ ସମସ୍ତ ତଥ୍ୟର ଡିସ୍‌ପ୍ଲେ ରହିବ । ଏମିତିକି ଏସବୁ କାର୍ ଓ ବାଇକରେ ହଳଦିଆ ରଙ୍ଗ ବୋର୍ଡରେ ‘TAXI’ ବୋଲି ଲେଖା ରହିବ । STA ଯୁଗ୍ମ କମିଶନର କହିଛନ୍ତି, ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ଗାଇଡଲାଇନ୍ ଅଣାଯାଇଛି ।

ସରକାରଙ୍କ ଏହି ନିୟମର କାର୍ଯ୍ୟକାରିତା ନେଇ ପ୍ରଶ୍ନ ଉଠାଇଛନ୍ତି ସଡ଼କ ସୁରକ୍ଷା ବିଶେଷଜ୍ଞ । କହିଛନ୍ତି, କେବଳ ନିୟମ କରିଦେଲେ ହେବନି । ଏଥିପାଇଁ ସବୁ ବିଭାଗ ସହ ସମନ୍ୱୟ ରଖି କାମ କରିବାକୁ ପଡ଼ିବ । ଯାତ୍ରୀ ସୁରକ୍ଷା ତଥା ଅନ୍ଲାଇନ୍ ଏଗ୍ରିଗେଟରଙ୍କ ମନମାନିରେ ଅଙ୍କୁଶ ଲଗାଇବାକୁ ପରିବହନ ବିଭାଗ ଆଣିଥିବା ଏ ଗାଇଡ୍‌ ଲାଇନ୍ ବାସ୍ତବ ପକ୍ଷେ କେତେ କାର୍ଯ୍ୟକାରୀ ହେଉଛି, ତାହା ଆଗକୁ ଜଣାପଡ଼ିବ ।

ଭୁବନେଶ୍ୱରରୁ କ୍ୟାମେରାପର୍ସନ ରୋହନ ଦାଶଙ୍କ ସହ ବିବର୍ତ୍ତନ ପଣ୍ଡା ଓ କପିଳେନ୍ଦ୍ର ପ୍ରଧାନଙ୍କ ରିପୋର୍ଟ, ଓଟିଭି...