ଏବେ ୨୦୦ ସ୍ପିଡ୍‌ରେ ଯାଉଥିବା ଟ୍ରେନ୍‌, ଦିନେ ଚାଲୁଥିଲା ବଳଦ କାନ୍ଧରେ

ଆହୁରି ସହଜ କରିବା ପାଇଁ ସାରା ଦେଶରେ ପ୍ରଥମେ ଏଇଠି ହିଁ ଟ୍ରେନ୍‌ ଚଳାଚଳ ପାଇଁ ଯୋଜନା କରାଯାଇଥିଲା ।

Bull Train

ଆପଣ ଆଜି ଯେଉଁ ଟ୍ରେନ୍‌କୁ ୨୦୦ ସ୍ପିଡ୍‌ରେ ଯିବା ଦେଖୁଛନ୍ତି । ସେହି ଟ୍ରେନ୍‌କୁ ଦିନେ ୧୮୬୧ ମସିହାରେ ଟାଣୁଥିଲେ ବଳଦ । ନ୍ୟାରୋ ଗେଜ୍ ଟ୍ରେନ୍ । ଭାରତର ପ୍ରଥମ ନ୍ୟାରୋ ଗେଜ୍‌ ଟ୍ରେନ୍‌ ଗୁଜରାଟରେ ଗଡ଼ିଥିଲା । ଆଉ ଏବେ ତାହା ଇତିହାସ । ଡାଭୋଇ ସବୁବେଳେ ଏହାର ସୁନ୍ଦର ସୁନ୍ଦର ଗେଟ୍ ଓ ଆର୍କିଟେକ୍ଚରାଲ ପାଇଁ ଲୋକଙ୍କ ପସନ୍ଦ ।

ଏହାସହ ୧୯୦୦ ଶତାବ୍ଦୀରେ ଡାଭୋଇ ଥିଲା ଏକ ବ୍ୟବସାୟିକ ପେଣ୍ଠସ୍ଥଳି । ଡାଭୋଇରୁ କପଡ଼ା ଓ ଡାଲି ଜାତୀୟ ଶଶ୍ୟ ସାରା ଦେଶକୁ ପଠାଯାଇଥାଏ । କାଠ ଏବଂ ଲୁହାରେ ପରିଧାନ ପ୍ରସ୍ତୁତ କରିବାରେ ମଧ୍ୟ ଡାଭୋଇ ବେଶ ପରିଚିତ । ତେବେ ଏହି ବ୍ୟବସାୟିକ ପେଣ୍ଠ ସ୍ଥଳକୁ ଯାଆ ଆସ ତଥା ବ୍ୟବସାୟକୁ ଆହୁରି ସହଜ କରିବା ପାଇଁ ସାରା ଦେଶରେ ପ୍ରଥମେ ଏଇଠି ହିଁ ଟ୍ରେନ୍‌ ଚଳାଚଳ ପାଇଁ ଯୋଜନା କରାଯାଇଥିଲା ।

ଏଥିପାଇଁ ଜୋରଦାର ପ୍ରସ୍ତୁତି ମଧ୍ୟ କରାଯାଇଥିଲା । ପ୍ରଥମେ ଡାଭୋଇରୁ ଇଟୋଲା ଟ୍ରେନ୍‌ ଚଳାଚଳ ପାଇଁ ସ୍ଥିର କରାଗଲା । ବରୋଦା ପିକଟରେ ରହିଛି ଏହି ଇଟୋଲା ସହର । କିନ୍ତୁ ପରେ ଇଟୋଲା ବଦଳରେ ସିଧାସଳଖ ବରୋଦାକୁ ଟ୍ରେନ ଚଳାଚଳ କରିବାକୁ ସ୍ଥିର ହେଲା । କିନ୍ତୁ ଶେଷରେ ମିଆଗାମ ଦେଇ ଟ୍ରେନ୍‌ ଚଳାଚଳ ପାଇଁ ନିଷ୍ପତ୍ତି ହେଲା ।

୧୮୫୫ରେ BB&CI ଦ୍ୱାରା ପୂର୍ବରୁ କରାଯାଇଥିବା ଏକ ସର୍ଭେରେ ଭାୟା ମିଆଗାମ ଡାଭୋଇ ରେଳ ଚଳାଚଳ ନେଇ ତଥ୍ୟ ସଂଗ୍ରହ କରାଯିବା ସହ ଇନ୍ଦୋରରୁ ବମ୍ବେ ପର୍ଯ୍ୟନ୍ତ ଟ୍ରେନ୍‌ ଚଳାଚଳ ନେଇ ମଧ୍ୟ ତଥ୍ୟ ସଂଗ୍ରହ କରାଯାଇଥିଲା ।

ତା’ପରେ ୧୮୬୨ରେ ଏକ ନ୍ୟାରୋ ଗେଜ୍‌ ରେଳ ଲାଇନ୍‌ ପ୍ରସ୍ତୁତ କରାଗଲା । ଯାହା ଦୁଇ ଫୁଟ୍ ୬ ଇଞ୍ଚ ଚଉଡ଼ା ଥିଲା । ଏଥିରେ ଯେଉଁ ପ୍ରଥମ ଟ୍ରେନ୍‌ ଗଡ଼ିଥିଲା ତାହା ମିଆଗାମରୁ ଡାଭୋଇ ପର୍ଯ୍ୟନ୍ତ ଯାଇଥିଲା । ଏହା ୨୦ ମାଇଲ ପର୍ଯ୍ୟନ୍ତ ଦୂରତା ଅତିକ୍ରମ କରିଥିଲା । ଟ୍ରେନ୍‌ଟିକୁ ଖୁବ୍‌ ହାଲୁକା କରି ପ୍ରସ୍ତୁତ କରାଯାଇଥିଲା । ଏହାକୁ ବାସ୍ପିୟ ଚାଳିତ ଇଞ୍ଜିନ ସହ ବଳଦ ମଧ୍ୟ ଟାଣୁଥିଲେ ।

ସେବେଠାରୁ ଏହାକୁ ଦେଶର ପ୍ରଥମ ନ୍ୟାରୋ ଗେଜ୍ ଟ୍ରେନ୍ କୁହାଯାଉଛି । ଏବେ ଡାଭୋଇ –ମିଆଗାମ ରେଳ ଚଳାଚଳକୁ ପ୍ରାୟ ଦେଢ଼ଶହ ବର୍ଷ ପୂରିଛି । ଦେଶର ସବୁଠାରୁ ପୁରୁଣା ରେଳ ଷ୍ଟେସନ ଭାବେ ଏହାର ପରିଚୟ ରହିଛି । ଏବେ ବି ଏଠି ଦୁଇ ଫୁଟ ୬ ଇଞ୍ଚର ନ୍ୟାରୋ ଗେଜ୍‌ ରେଳ ଲାଇନ୍‌ ରହିଛି । ଆଉ ଏହା ଏବେ ଇତିହାସ ପାଲଟିବାକୁ ବସିଛି ।