Traveler who predicted elon musk would buy twitter says he resign
ଟ୍ୱିଟର୍ର ନୂଆ ମାଲିକ ଏଲନ୍ ମସ୍କ ଏବେ ଚର୍ଚ୍ଚାରେ। କମ୍ପାନୀରୁ ଅନେକ ଛଟେଇ ହେବା ପରେ ବର୍ତ୍ତମାନ ସେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟ୍ୱିଟର ଆକାଉଣ୍ଟକୁ ମଧ୍ୟ ପୁନଃ ସ୍ଥାପନ କରିଛନ୍ତି। ବର୍ତ୍ତମାନ ଟ୍ରମ୍ପଙ୍କ ସମର୍ଥକ ଏବଂ ବିରୋଧୀମାନେ ପୁନର୍ବାର ମୁହାଁମୁହିଁ ହୋଇଛନ୍ତି।
ଏହି ସମୟରେ, ସୋସିଆଲ ମିଡିଆରେ ଜଣେ ଟିକ୍ ଟକର୍ ମଧ୍ୟ ଏହାର ସଠିକ୍ ଭବିଷ୍ୟବାଣୀ ପାଇଁ ଚର୍ଚ୍ଚାରେ ରହିଛନ୍ତି। ଏଭଳି ପରିସ୍ଥିତିରେ ଟ୍ରମ୍ପ୍ଙ୍କ ସହ ସମ୍ପର୍କ ହେତୁ ମସ୍କଙ୍କୁ ଟ୍ୱିଟରରୁ ଇସ୍ତଫା ଦେବାକୁ ପଡିବ ବୋଲି କଳ୍ପନାଜଳ୍ପନା ଚାଲିଛି।
ଏହି ଟିକଟକର୍ ନିଜକୁ ଭବିଷ୍ୟ ଦ୍ରଷ୍ଟା ବୋଲି କହିଛନ୍ତି। ଏହି ବ୍ୟକ୍ତି ଅନେକ ମାସ ପୂର୍ବରୁ କହିଥିଲେ ଯେ ଏଲନ୍ ମସ୍କ ଟ୍ୱିଟର କିଣିବାକୁ ଯାଉଛନ୍ତି। ମସ୍କ ତାଙ୍କ ହାତକୁ ଟ୍ୱିଟରର କମାଣ ନେବା ମାତ୍ରେ ଏହି ବ୍ୟକ୍ତି ପୁନର୍ବାର ଭବିଷ୍ୟବାଣୀ କରିଥିଲେ। ବିଶେଷ କଥା ହେଉଛି ଏହି ବ୍ୟକ୍ତି ଯାହା କହିଛନ୍ତି ତାହା ବର୍ତ୍ତମାନ ସୁଦ୍ଧା ସତ ପ୍ରମାଣିତ ହୋଇଛି।
ଗତ ସପ୍ତାହରେ ଏହି ଭବିଷ୍ୟଦ୍ରଷ୍ଟା ତାଙ୍କର ୧୨,୦୦୦ ଫଲୋର୍ସଙ୍କ ସହ ଶେୟାର କରି ଏକ ପୋଷ୍ଟରେ କହିଥିଲେ, “ମୁଁ ଜଣେ ଟାଇମ୍ ଟ୍ରାଭେଲର୍, ମୁଁ କହୁଛି ଯେ ଏଲନ୍ ମସ୍କଙ୍କ ସହିତ ପରବର୍ତ୍ତୀ ସମୟରେ କ’ଣ ହେବ।” ଏହି ବ୍ୟକ୍ତି କହିଥିଲେ ଯେ ମସ୍କ ଟ୍ୱିଟରର ମାଲିକ ହେବା ପରେ ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ଥିବା ପ୍ରତିବନ୍ଧକକୁ ହଟାଇଦେବେ। ଏହା ମଧ୍ୟ ସତ ହୋଇଛି।
ସେ ଆହୁରି ମଧ୍ୟ କହିଥିଲେ ଯେ “ଟ୍ରମ୍ପଙ୍କ ଟ୍ୱିଟର ଉପରେ ପ୍ରତିବନ୍ଧକ ହଟାଯିବା ମାତ୍ରେ ଆମେରିକାରେ ଉତ୍ତେଜନା ଦେଖାଦେବ। ଏହି ନିଷ୍ପତ୍ତି ଯୋଗୁଁ ଅନେକ ଲୋକ ଏଲନ୍ ମସ୍କଙ୍କ ଉପରେ କ୍ରୋଧିତ ହେବେ। ଏଭଳି ପରିସ୍ଥିତିରେ ସେ ଟେସଲାର ସିଇଓ ପଦରୁ ଇସ୍ତଫା ଦେବେ।” ବର୍ତ୍ତମାନ ମସ୍କ ତାଙ୍କ ଟ୍ୱିଟର ପ୍ରୋଫାଇଲରେ ଲେଖିଛନ୍ତି ଯେ ସେ ଟ୍ୱିଟର କମ୍ପ୍ଲେନ୍ ହଟଲାଇନ ଅପରେଟର।
ପୂର୍ବରୁ ମସ୍କ ଏକ ଅନ୍ଲାଇନ ସର୍ବେକ୍ଷଣ କରିଥିଲେ। ଏଥିରେ ସେ ପଚାରିଥିଲେ ଏ ଟ୍ୱିଟର୍କୁ ଟ୍ରମ୍ପଙ୍କ ପ୍ରତ୍ୟାବର୍ତ୍ତନ ଉଚିତ କି? ଏହି ସର୍ଭେରେ ୧୭,୦୮୫,୪୫୮ଜଣ ଲୋକ ନିଜର ମତ ପ୍ରକାଶ କରିଥିଲେ। ପ୍ରାୟ ୫୧.୮ ପ୍ରତିଶତ ଲୋକ ଟ୍ରମ୍ପଙ୍କ ଆକାଉଣ୍ଟକୁ ପୁନଃସ୍ଥାପିତ କରିବାକୁ ସମର୍ଥନ କରିଥିବାବେଳେ ୪୮.୨ ପ୍ରତିଶତ ଲୋକ ଏହାକୁ ବିରୋଧ କରିଥିଲେ।
ଯେତେବେଳେ ଟ୍ରମ୍ପଙ୍କ ଆକାଉଣ୍ଟ ଆକ୍ଟିଭ୍ କରାଗଲା ସେତେବେଳେ ତାଙ୍କର ୧୦ ଲକ୍ଷ ଫଲୋର୍ସ ନଜର ଆସିଥିଲେ। କିନ୍ତୁ ୩୦ ମିନିଟ୍ ମଧ୍ୟରେ ଏହି ସଂଖ୍ୟା ୨.୧ ମିଲିୟନକୁ ବୃଦ୍ଧି ପାଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1668948366.jpg)