Advertisment

କ’ଣ ଆପଣ ବି ଖାଉଛନ୍ତି ଗୁପ୍‌ଚୁପ୍‌ ? ହୋଇପାରେ କ୍ୟାନସର...ରୁହନ୍ତୁ ସାବଧାନ...

ଏନେଇ ସ୍ୱାସ୍ଥ୍ୟ ବିଭାଗ ସହିତ ଆଲୋଚନା କରାଯାଇଛି। ଖାଦ୍ୟ ସୁରକ୍ଷା ବିଭାଗ ମଧ୍ୟ ଜନସାଧାରଣଙ୍କ ଅଭିଯୋଗକୁ ଆଧାର କରି ବିଭିନ୍ନ ଖାଦ୍ୟ ସାମଗ୍ରୀର ଗୁଣବତ୍ତା ଯାଞ୍ଚ କରିବାକୁ ଯୋଜନା କରୁଛି।

ଅଦ୍ୟତନ ହୋଇଛି
Cancer causing chemicals found in Pani Puris

Cancer causing chemicals found in Pani Puris

Advertisment

ଗୁପ୍‌ଚୁପ୍‌ ଖାଇବାକୁ ପ୍ରାୟ ସମସ୍ତେ ଭଲ ପାଆନ୍ତି। ହେଲେ ଗୁପ୍‌ଚୁପ୍‌ ଖାଇଲେ ହେଉଛି ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା। କର୍ଣ୍ଣାଟକର ଖାଦ୍ୟ ନିରାପତ୍ତା ଏବଂ ମାନକ ପ୍ରାଧିକରଣ (FSSAI) ଏନେଇ ଏକ ବଡ଼ ଖୁଲାସା କରିଛି। ବଜାରରେ ବିକ୍ରି ହେଉଥିବା ଗୁପ୍‌ଚୁପ୍‌ ହୋଇପାରେ କ୍ୟାନସରର କାରଣ। ପରୀକ୍ଷା କରାଯାଇଥିବା ୨୬୦ଟି ନମୂନାର ପ୍ରାୟ ୨୨% ଗୁଣାତ୍ମକ ମାନ ପୂରଣ କରୁନାହିଁ। ପ୍ରାୟ ୪୪ଟି ନମୁନାରେ କୃତ୍ରିମ ରଙ୍ଗ ଏବଂ କ୍ୟାନସର ସୃଷ୍ଟିକାରୀ ପଦାର୍ଥ ରହିଥିଲା । ସେହିପରି ୧୮ଟି ନମୁନା ଖାଦ୍ୟୋପଯୋଗୀ ନୁହେଁ ବୋଲି FSSAI ସ୍ପଷ୍ଟ କରିଛି। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟରୁ ଏହା ଜଣାପଡ଼ିଛି।

Advertisment

ତେବେ କର୍ଣ୍ଣାଟକରେ ଖରାପମାନର ଗୁପଚୁପ୍‌ ବିକ୍ରି ନେଇ ଅଭିଯୋଗ ଆସିଥିଲା। ଏହାପରେ ଗୁଣବତ୍ତା ଯାଞ୍ଚ ପାଇଁ ଚଢାଉ କରାଯାଇଥିଲା। ଖାଦ୍ୟ ସୁରକ୍ଷା କମିଶନର ଶ୍ରୀନିବାସ କେ ଏନେଇ ସୂଚନା ଦେଇ କହିଛନ୍ତି, ଏହା ଅନ୍ୟତମ ଚାଟ୍ ଆଇଟମ୍ ହୋଇଥିବାରୁ ଏହାର ପ୍ରସ୍ତୁତିରେ ଗୁଣାତ୍ମକ ସମସ୍ୟା ଥିବା ଅଭିଯୋଗ ମିଳିଥିଲା। ରାସ୍ତା କଡ଼ରେ ବିକ୍ରି ହେଉଥିବା ଗୁପ୍‌ଚୁପ୍‌ଠାରୁ ଆରମ୍ଭ କରି ଜଣାଶୁଣା ରେଷ୍ଟୁରାଣ୍ଟର ଆଉଟଲେଟରୁ ନମୁନା ସଂଗ୍ରହ କରାଯାଇଥିଲା। ଏହାପରେ ପରୀକ୍ଷଣ ପାଇଁ ଲ୍ୟାବ୍‌କୁ ପଠାଇଯାଇଥିଲା।

ଅଧିକ ପଢ଼ନ୍ତୁ: ସାବଧାନ ! କାରରେ ଯାତ୍ରା କଲେ ହୋଇପାରେ କ୍ୟାନସର !

ପରୀକ୍ଷଣ ପରେ ଜଣା ପଡିଲା ଯେ, ଏଥିରୁ ଅନେକ ଗୁପ୍‌ଚୁପ୍‌ ଖାଇବା ପାଇଁ ଅନୁପଯୁକ୍ତ। ଏଥିରେ ରାସାୟନିକ ପଦାର୍ଥ ଏବଂ କୃତ୍ରିମ ରଙ୍ଗ ଏଲିମେଣ୍ଟ ଯଥା ବ୍ରିଲିୟାଣ୍ଟ ବ୍ଲୁ, ସନ୍‌ସେଟ୍ ୟେଲୋ ଓ ଟାଟ୍ରାଜାଇନ୍ ବ୍ୟବହାର କରାଯାଇଥିଲା। ଏଚସିଜି କ୍ୟାନସର ସେଣ୍ଟର ଡିନ୍-ସେଣ୍ଟର ଫର ଏକାଡେମିକ୍ ରିସର୍ଚ୍ଚ ଡଃ ବିଶାଲ ରାଓ କହିଛନ୍ତି ଯେ ଏହି କୃତ୍ରିମ ରଙ୍ଗ ସ୍ୱାସ୍ଥ୍ୟ ଉପରେ ଅନେକ କୁପ୍ରଭାବ ପକାଇପାରେ। ପେଟ ସମସ୍ୟାରୁ ଆରମ୍ଭ କରି ହୃଦ୍‌ରୋଗ ପର୍ଯ୍ୟନ୍ତ ଅନେକ ସମସ୍ୟା ସୃଷ୍ଟି କରିପାରେ।ଏହି ରଙ୍ଗଗୁଡିକ ମଧ୍ୟରୁ କେତେକ ଅଟୋଇମ୍ୟୁନ ରୋଗ ସୃଷ୍ଟି କରିବା ସହ କିଡନୀ ନଷ୍ଟ କରିପାରେ । ଏଥିରେ ମିଶୁଥିବା କେତେକ ରଙ୍ଗରେ କ୍ୟାନସର ସୃଷ୍ଟିକାରୀ ଉପାଦାନ ରହିଛି। 

Advertisment

ଏହା ଅତ୍ୟନ୍ତ ଜରୁରୀ ଯେ ଆମେ ଏହାର ବ୍ୟବହାର ବନ୍ଦ କରିବା। କାରଣ ଖାଦ୍ୟକୁ ସୁନ୍ଦର କରିବା ବ୍ୟତୀତ ସେମାନଙ୍କର ଅନ୍ୟ କୌଣସି କାମ ନାହିଁ। ଏନେଇ ସ୍ୱାସ୍ଥ୍ୟ ବିଭାଗ ସହିତ ଆଲୋଚନା କରାଯାଇଛି। ଖାଦ୍ୟ ସୁରକ୍ଷା ବିଭାଗ ମଧ୍ୟ ଜନସାଧାରଣଙ୍କ ଅଭିଯୋଗକୁ ଆଧାର କରି ବିଭିନ୍ନ ଖାଦ୍ୟ ସାମଗ୍ରୀର ଗୁଣବତ୍ତା ଯାଞ୍ଚ କରିବାକୁ ଯୋଜନା କରୁଛି। ନିକଟରେ, FSSAI, କର୍ଣ୍ଣାଟକ ସମାନ ରିପୋର୍ଟ ପରେ କେବା, କୋବି ମଞ୍ଚୁରିଆନ୍ ଏବଂ କଟନ୍‌କ୍ୟାଣ୍ଡିରେ କୃତ୍ରିମ ରଙ୍ଗ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଥିଲା।

ଅଧିକ ପଢ଼ନ୍ତୁ: ଭାରତୀୟ ମସଲା କ୍ୟାନସର କାରଣ ! ବ୍ୟାନ୍ କଲା ହଂକଂ

Cancer Pani Puri
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ