World Diabetes Day 2024: ବଢିଚାଲିଛି ମଧୁମେହ ରୋଗ; ଜାଣନ୍ତୁ ୫ ଯୋଗ, ଯାହା ଏଥିରୁ ଦେବ ମୁକ୍ତି

ମଧୁମେହର ଆଶଙ୍କା କମାଇବା ପାଇଁ ଲୋକଙ୍କୁ ସଚେତନ କରାଇବା ଲକ୍ଷ୍ୟରେ ପ୍ରତିବର୍ଷ ‘ବିଶ୍ୱ ମଧୁମେହ ଦିବସ’ ପାଳନ କରାଯାଏ। ବିଶେଷଜ୍ଞଙ୍କ ଅନୁଯାୟୀ, ମଧୁମେହ ରୋଗୀଙ୍କଠାରେ ଅଧିକ ଶର୍କରାକୁ ପ୍ରତିଦିନ ବ୍ୟାୟାମ ଏବଂ ଯୋଗ ଦ୍ୱାରା ନିୟନ୍ତ୍ରଣ କରାଯାଇପାରିବ।

ବିଶ୍ୱ ମଧୁମେହ ଦିବସ

ଆଜିକାଲିର ଖରାପ ଜୀବନଶୈଳୀ ଅନେକ ଶାରିରୀକ ଓ ମାନସିକ ସମସ୍ୟା ଆଣୁଛି। ଏଭଳି ଏକ ସାଧାରଣ ସମସ୍ୟା ହେଉଛି ମଧୁମେହ। ଅନିୟନ୍ତ୍ରିତ ରକ୍ତ ଶର୍କରା ମଧୁମେହ ସୃଷ୍ଟିକରେ। ଶର୍କରା ସ୍ତର ବୃଦ୍ଧି ସ୍ୱାସ୍ଥ୍ୟଗତ ସମସ୍ୟା ସୃଷ୍ଟି କରିପାରେ। ମଧୁମେହ ରୋଗୀମାନେ ସମୟ ସହିତ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖିନ ହେବାର ଆଶଙ୍କା ଅଧିକ।

ଗତ କିଛି ଦଶନ୍ଧି ମଧ୍ୟରେ ମଧୁମେହ ଏକ ପ୍ରମୁଖ ସ୍ୱାସ୍ଥ୍ୟ ବିପଦ ଭାବରେ ଉଭା ହୋଇଛି। ପିଲାମାନଙ୍କ ଠାରୁ ଯୁବକ ପର୍ଯ୍ୟନ୍ତ ଏବଂ ବୟସ୍କଙ୍କ ଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ସମସ୍ତ ବୟସର ବ୍ୟକ୍ତି ଏହି ରୋଗର ଶିକାର ହେଉଛନ୍ତି।

ଅଧିକ ପଢ଼ନ୍ତୁ: Health Tips: ଏମିତି ବ୍ୟବହାର କରନ୍ତୁ ଜାମୁକୋଳି ପାଉଡର; ମଧୁମେହ ଦୂର ହେବ, ଚୁଟି କଳା ହେବ

ପରିସଂଖ୍ୟାନ ଅନୁଯାୟୀ, ସାରା ବିଶ୍ୱରେ ୫ ହଜାର ଲକ୍ଷରୁ ଅଧିକ ଲୋକ ମଧୁମେହରେ ପୀଡିତ ଅଛନ୍ତି ଏବଂ ଆସନ୍ତା ୩୦ ବର୍ଷ ମଧ୍ୟରେ ଏହି ସଂଖ୍ୟା ଦ୍ୱିଗୁଣରୁ ଅଧିକ ହୋଇ ୧୩୦ କୋଟି ପର୍ଯ୍ୟନ୍ତ ପହଞ୍ଚିବ ବୋଲି ଆଶା କରାଯାଉଛି। ମଧୁମେହର ଆଶଙ୍କା କମାଇବା ପାଇଁ ଲୋକଙ୍କୁ ସଚେତନ କରାଇବା ଲକ୍ଷ୍ୟରେ ପ୍ରତିବର୍ଷ ‘ବିଶ୍ୱ ମଧୁମେହ ଦିବସ’ ପାଳନ କରାଯାଏ।

ବିଶ୍ୱରେ ୫ ହଜାର ଲକ୍ଷରୁ ଅଧିକ ଲୋକ ମଧୁମେହରେ ପୀଡିତ ଅଛନ୍ତି

କେବେ ପାଳନ କରାଯାଏ:

ପ୍ରତିବର୍ଷ ୧୪ ନଭେମ୍ବରରେ ‘ବିଶ୍ୱ ମଧୁମେହ ଦିବସ’ ପାଳନ କରାଯାଏ। ମଧୁମେହ ଏକ ଗମ୍ଭୀର ରୋଗ, ଯାହା କେତେକ ପରିସ୍ଥିତିରେ ସାଂଘାତିକ ହୋଇପାରେ। ବିଶ୍ୱ ସ୍ତରରେ ଲୋକଙ୍କୁ ମଧୁମେହ ବିଷୟରେ ସଚେତନ କରାଇବା ଲକ୍ଷ୍ୟରେ ପ୍ରତିବର୍ଷ ଏକ ସ୍ୱତନ୍ତ୍ର ଥିମ୍ ସହିତ ଏହି ଦିବସ ପାଳନ କରାଯାଏ।

ଇତିହାସ:

ମଧୁମେହକୁ ରୋକିବାକୁ ନେଇ ଲୋକଙ୍କୁ ସଚେତନ କରାଇବାର ଆବଶ୍ୟକତାକୁ ହୃଦୟଙ୍ଗମ କରି ଆନ୍ତର୍ଜାତୀୟ ଡାଇବେଟିସ୍ ଫାଉଣ୍ଡେସନ୍ ପ୍ରଥମେ ଏହି ଦିନ ପାଳନ କରିବା ଆରମ୍ଭ କଲା। ୧୯୯୧ରେ, ମିଳିତ ଜାତିସଂଘ ସମଗ୍ର ବିଶ୍ୱରେ ‘ବିଶ୍ୱ ମଧୁମେହ ଦିବସ’ ପାଳନ କରିବାକୁ ନିଷ୍ପତ୍ତି ନେଇଥିଲା।

ବିଶେଷଜ୍ଞଙ୍କ ଅନୁଯାୟୀ, ମଧୁମେହ ରୋଗୀଙ୍କଠାରେ ଅଧିକ ଶର୍କରାକୁ ପ୍ରତିଦିନ ବ୍ୟାୟାମ ଏବଂ ଯୋଗ ଦ୍ୱାରା ନିୟନ୍ତ୍ରଣ କରାଯାଇପାରିବ। ତେଣୁ ମଧୁମେହକୁ ଠିକ କରିବା ପାଇଁ ଜୀବନଶୈଳୀରେ ପ୍ରାଣାୟାମ, ଯୋଗାସନ ଓ ଧ୍ୟାନକୁ ସାମିଲ କରିବା ଜରୁରୀ। ତେବେ ଆସନ୍ତୁ କିଛି ସରଳ ଯୋଗାସନ ବିଷୟରେ ଜାଣିନେବା ଯାହାକୁ ଆପଣ ସକାଳେ କିମ୍ବା ସନ୍ଧ୍ୟାରେ କରିପାରିବେ।

ଧନୁରାସନ:

ଧନୁରାସନ

ଶରୀରକୁ ପଛୁଆ ଭାଙ୍ଗି ଧନୁ ଆକୃତି କରିବାର ସ୍ଥିତିକୁ ଧନୁରାସନ କୁହାଯାଏ। ଏହି ଆସନ ପ୍ୟାନ୍‌କ୍ରିୟାଜ୍‌କୁ ସକ୍ରିୟ କରିଥାଏ। ପ୍ୟାନ୍‌କ୍ରିୟାଜ୍‌ ଇନ୍‌ସୁଲିନ୍ ହରମୋନ୍ ଉତ୍ପାଦନ କରେ ଯାହା ଶରୀରରେ ରକ୍ତ ଶର୍କରାକୁ ନିୟନ୍ତ୍ରଣ କରିଥାଏ। ଏହା ବ୍ୟତୀତ ଧନୁରାସନ ପେଟର ସମସ୍ତ ଅଙ୍ଗକୁ ମଜବୁତ କରିଥାଏ ଏବଂ ଚାପରୁ ମଧ୍ୟ ମୁକ୍ତି ଦେଇଥାଏ।

ଅର୍ଦ୍ଧ ମତ୍ସେନ୍ଦ୍ରାସନ:

ଅର୍ଦ୍ଧ ମତ୍ସେନ୍ଦ୍ରାସନ

ମଧୁମେହ ରୋଗୀମାନେ ମଧ୍ୟ ଅର୍ଦ୍ଧ ମତ୍ସେନ୍ଦ୍ରାସନ କରିବା ଉଚିତ। ଏହା କେବଳ ପେଟର ଅଙ୍ଗକୁ ମାଲିସ୍ କରେ ନାହିଁ ବରଂ ମେରୁଦଣ୍ଡକୁ ମଧ୍ୟ ମଜବୁତ କରିଥାଏ। ମଧୁମେହରୁ ମୁକ୍ତି ପ୍ରଦାନ କରୁଥିବା ଏହି ଆସନ ମଧ୍ୟ ଫୁସ୍‌ଫୁସ୍‌ର ଶ୍ୱାସକ୍ରିୟାକୁ ବଢେଇଦେଇଥା।

ଅଧିକ ପଢ଼ନ୍ତୁ: ମଧୁମେହ ଏବଂ କୋଲେଷ୍ଟ୍ରଲ ପାଇଁ ରାମବାଣ ମହୁ,ଏପରି କରନ୍ତୁ ବ୍ୟବହାର

ପଶ୍ଚିମୋତ୍ତାନାସନ:

ପଶ୍ଚିମୋତ୍ତାନାସନ

ଉଚ୍ଚ ରକ୍ତ ଶର୍କରାକୁ ନିୟନ୍ତ୍ରଣ କରିବା ପାଇଁ ପଶ୍ଚିମୋତ୍ତାନାସନ ମଧ୍ୟ କରିବା ଜରୁରୀ। ଏହି ଆସନ ପେଟର ସମସ୍ତ ଅଙ୍ଗକୁ ସକ୍ରିୟ କରିଥାଏ। ଏଉଁ କାରଣରୁ ଇନ୍‌ସୁଲିନ୍ ଉତ୍ପାଦନ କରୁଥିବା ପ୍ୟାନ୍‌କ୍ରିୟାଜ୍ ମଧ୍ୟ ପ୍ରଭାବିତ ହୁଏ। ଏହି ଯୋଗାସନ ମଧୁମେହରେ ଖୁବ୍ ଉପକାରୀ ଏବଂ ମାନସିକ ଶାନ୍ତି ଏବଂ ଜୀବନ ଶକ୍ତି ବୃଦ୍ଧିରେ ମଧ୍ୟ ଲାଭଦାୟକ ହୋଇଥାଏ।

କପାଳଭାତି:

କପାଳଭାତି

ମଧୁମେହ ରୋଗୀଙ୍କ ପାଇଁ କପାଳଭାତି ପ୍ରାଣାୟାମ ଅତ୍ୟନ୍ତ ଲାଭଦାୟକ। ଏହା ଶରୀରର ସ୍ନାୟୁ ଏବଂ ମସ୍ତିଷ୍କ ସ୍ନାୟୁକୁ ମଜବୁତ କରେ। ଏହା ସହିତ ଏହା ଶରୀରକୁ ଶକ୍ତି ମଧ୍ୟ ଦେଇଥାଏ। ଏହି ପ୍ରାଣାୟାମ କେବଳ ଶରୀରରେ ରକ୍ତ ପ୍ରବାହରେ ଉନ୍ନତି ଆଣେ ନାହିଁ ବରଂ ମନକୁ ଶାନ୍ତ ମଧ୍ୟ କରିଥାଏ।

ଶବାସନ:

ଶବାସନ

ଶବାସନ ଏକ ଅତି ସହଜ ଯୋଗ ସାଧନା, ଯାହାକୁ ଯେକୌଣସି ମଧୁମେହ ରୋଗୀ କରିପାରିବେ। ଶବାସନାରେ ଏକାଗ୍ର ହେବାର ଆବଶ୍ୟକତା ଅଛି। ଏହା ଶରୀରକୁ ଆରାମ ଦେବା ସହିତ ମନକୁ ଶାନ୍ତ କରିଥାଏ ଏବଂ ଶରୀରରେ ଉର୍ଜା ସଂଚାର କରିଥାଏ।

ଅଧିକ ପଢ଼ନ୍ତୁ: Nutrients: ମଧୁମେହ ଥିବା ଗର୍ଭବତୀ ମହିଳାଙ୍କ ଖାଦ୍ୟାଭ୍ୟାସ କିପରି ହେବା ଉଚିତ