Astrospeak
  • Live TV
  • Read In English

World Children’s Day 2024 : କେବେ ଆରମ୍ଭ ହେଲା ‘ବିଶ୍ୱ ଶିଶୁ ଦିବସ’; ଜାଣନ୍ତୁ କାହିଁକି ପାଳନ କରାଯାଏ ଏହି ଦିବସ

ନଭେମ୍ବର ମାସରେ ଥରେ ନୁହେଁ ଦୁଇଥର ‘ଶିଶୁ ଦିବସ’ ପାଳନ କରାଯାଏ। ମିଳିତ ଜାତିସଂଘ ସାଧାରଣ ସଭା ଦ୍ୱାରା ଶିଶୁ ଅଧିକାର ଘୋଷଣା ସହିତ ଦ୍ୱିତୀୟ ଶିଶୁ ଦିବସ ଆରମ୍ଭ ହୋଇଥିଲା।

World Children’s Day 2024
କେବେ ଆରମ୍ଭ ହେଲା ‘ବିଶ୍ୱ ଶିଶୁ ଦିବସ’; ଜାଣନ୍ତୁ କାହିଁକି ପାଳନ କରାଯାଏ ଏହି ଦିବସ

ଭାରତରେ ୧୪ ନଭେମ୍ବରରେ ‘ଶିଶୁ ଦିବସ’ ପାଳନ କରାଯାଏ। ତେବେ ନଭେମ୍ବର ମାସରେ ଥରେ ନୁହେଁ ଦୁଇଥର ‘ଶିଶୁ ଦିବସ’ ପାଳନ କରାଯାଏ। ମିଳିତ ଜାତିସଂଘ ସାଧାରଣ ସଭା ଦ୍ୱାରା ଶିଶୁ ଅଧିକାର ଘୋଷଣା ସହିତ ଦ୍ୱିତୀୟ ଶିଶୁ ଦିବସ ଆରମ୍ଭ ହୋଇଥିଲା।

୧୪ ନଭେମ୍ବର ବ୍ୟତୀତ ଦ୍ୱିତୀୟ ଶିଶୁ ଦିବସକୁ ବିଶ୍ୱବ୍ୟାପୀ ପାଳନ କରାଯାଏ। ଏହା ‘ବିଶ୍ୱ ଶିଶୁ ଦିବସ’ ଭାବେ ଜଣାଶୁଣା। ତେବେ ଏହା କେବେ ଓ କାହିଁକି ପାଳନ କରାଯାଏ ଓ ଏହାର ଇତିହାସ ଏବଂ ମହତ୍ତ୍ୱ କ’ଣ ଆସନ୍ତୁ ଜାଣିବା।

ତେବେ ସେ ଭାରତର ପିଲା ହୁଅନ୍ତୁ କି ଅନ୍ୟ ଦେଶର ପିଲା ସମସ୍ତେ ସମାଜ ଏବଂ ଦେଶର ଭବିଷ୍ୟତ। ଶିଶୁମାନଙ୍କର ଉତ୍ତମ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଭବିଷ୍ୟତ ପାଇଁ ଭାରତ ସମେତ ବିଶ୍ୱର ଅନେକ ଦେଶରେ ଶିଶୁ ଦିବସ ପାଳନ କରାଯାଏ।

ଅଧିକ ପଢ଼ନ୍ତୁ: Parenting Tips: ଆପଣଙ୍କ ପିଲାର ଉଚ୍ଚତା ବଢୁନି କି… ସେମାନଙ୍କୁ କରାନ୍ତୁ ଏହି ୩ ଆସନ, ଶୀଘ୍ର ବଢିବ ଉଚ୍ଚତା

ବିଶ୍ୱ ଶିଶୁ ଦିବସ କେବେ:

ପ୍ରତିବର୍ଷ ୨୦ ନଭେମ୍ବରରେ ‘ବିଶ୍ୱ ଶିଶୁ ଦିବସ’ ପାଳନ କରାଯାଏ। ଭାରତ ୧୪ ନଭେମ୍ବରରେ ‘ଶିଶୁ ଦିବସ’ ପାଳନ କରିଥିଲେ ବି ୨୦ ନଭେମ୍ବରରେ ‘ଶିଶୁ ଦିବସ’ ପାଳନ କରେ।

କେବେ ହେଲା ଆରମ୍ଭ:

୧୯୫୪ ମସିହାରେ ‘ବିଶ୍ୱ ଶିଶୁ ଦିବସ’ ପାଳନ କରିବା ଆରମ୍ଭ ହୋଇଥିଲା। ସାର୍ବଭୌମିକ ‘ଶିଶୁ ଦିବସ’ ପ୍ରଥମେ ୨୦ ନଭେମ୍ବର ୧୯୫୪ରେ ପାଳନ କରାଯାଇଥିଲା। ସେବେଠାରୁ ଏହି ଦିନକୁ ‘ଶିଶୁ ଦିବସ’ ଭାବେ ନାମିତ କରାଯାଇଛି ଏବଂ ଏହି ଦିନ ପ୍ରତିବର୍ଷ ସାର୍ବଭୌମିକ ‘ଶିଶୁ ଦିବସ’ ପାଳନ କରିବା ଆରମ୍ଭ ହେଲା।

୧୯୫୯ ମସିହାରେ ମିଳିତ ଜାତିସଂଘର ସାଧାରଣ ସଭା ଶିଶୁ ଅଧିକାର ଉପରେ ସମ୍ମିଳନୀ ଗ୍ରହଣ କରିଥିଲା। ନଭେମ୍ବର ୨୦କୁ ଶିଶୁ ଅଧିକାର ଉପରେ ମିଳିତ ଜାତିସଂଘର ସମ୍ମିଳନୀର ବାର୍ଷିକୀ ପାଳନ କରେ।

ତେଣୁ ଏହି ଦିନକୁ ‘ଶିଶୁ ଦିବସ’ ଭାବେ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଅନେକ ଆନ୍ତର୍ଜାତୀୟ ସଂଗଠନ ଶିଶୁ ଅଧିକାର ପାଇଁ କାର୍ଯ୍ୟ କରୁଛନ୍ତି। ୟୁନିସେଫ୍ (ମିଳିତ ଜାତିସଂଘ ଶିଶୁ ପାଣ୍ଠି) ମଧ୍ୟ ଶିଶୁ ବିକାଶ ଏବଂ କଲ୍ୟାଣ ଦିଗରେ କାର୍ଯ୍ୟ କରୁଛି।

ଥିମ୍:

ପ୍ରତିବର୍ଷ ୟୁନିସେଫ୍ ‘ବିଶ୍ୱ ଶିଶୁ ଦିବସ’ର ଥିମ୍ ସ୍ଥିର କରିଥାଏ। ଚଳିତ ବର୍ଷର ଥିମ୍ ହେଉଛି ‘“ପ୍ରତ୍ୟେକ ଶିଶୁ ପାଇଁ, ପ୍ରତ୍ୟେକ ଅଧିକାର” (For Every Child, Every Right), ଯାହା ସମସ୍ତ ଶିଶୁ ସେମାନଙ୍କର ମୌଳିକ ଅଧିକାର ଉପଭୋଗ କରିବାକୁ ଆହ୍ୱାନ କରେ।

ଶିଶୁ ଦିବସ କାହିଁକି ପାଳନ କରାଯାଏ:

ପିଲାମାନଙ୍କର ୧୦ ଅଧିକାର:

ଅଧିକ ପଢ଼ନ୍ତୁ: ଶୀତଦିନେ କିପରି ପାଳିବେ ଶିଶୁ; ପିଲାକୁ ସୁସ୍ଥ ରଖିବା ପାଇଁ ଜାଣନ୍ତୁ ୫ଟି ଟିପ୍ସ