Advertisment

ଶିକ୍ଷା ଅଧିକାର ଆଇନ୍‌କୁ ଫୁ: EWS କୋଟାରେ ୨୫% ପିଲାଙ୍କୁ ମିଳୁନି ଆଡମିଶନ

ତାଗିଦ ସତ୍ତ୍ୱେ ଆଡମିଶନ ଦେଉନାହାଁନ୍ତି ଘରୋଇ ସ୍କୁଲ୍ । ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ରିପୋର୍ଟ ତଲବ....

Right To Education Act Dishonoured: Students Not Getting Admissions Under EWS Quota

Right To Education Act Dishonoured: Students Not Getting Admissions Under EWS Quota

Advertisment

ଶିକ୍ଷା ଅଧିକାର ଆଇନକୁ ଘରୋଇ ସ୍କୁଲ୍‌ର ଖୋଲାଖୋଲି ଉଲ୍ଲଂଘନ । ସରକାରୀ ପୋର୍ଟାଲରେ ଆବେଦନ କରି ବି ଆଡମିଶନ୍ କରିପାରୁନାହାଁନ୍ତି ପିଲା । ଶିକ୍ଷା ଅଧିକାର ଆଇନ୍ ଅନୁଯାୟୀ ପ୍ରତି ଘରୋଇ ସ୍କୁଲ୍ ୨୫ ପ୍ରତିଶତ ଆର୍ଥିକ ଅନଗ୍ରସର ବର୍ଗ ବା ଇଡବ୍ଲୁଏସ୍ ର ପିଲାଙ୍କୁ ଆଡମିଶନ ଦେବେ ।

Advertisment

ଏଥିପାଇଁ ଗଣଶିକ୍ଷା ବିଭାଗ ପାରଦର୍ଶି ପୋର୍ଟାଲ ୨୦୧୯ରୁ ଲଞ୍ଚ କରିଛି । ଯେଉଁଥିରେ ସ୍କୁଲ୍‌ର ତାଲିକା ରହିଛି । ବର୍ଷ ଆରମ୍ଭରୁ ଇଡବ୍ଲୁଏସ୍ ବର୍ଗର ଛାତ୍ରଛାତ୍ରୀ ତାଲିକା ଦେଖି ମନ ପସନ୍ଦର ସ୍କୁଲ୍‌ରେ ଆବେଦନ କରିବେ । ଗଣଶିକ୍ଷା ବିଭାଗ ଆଡମିଶନ ପାଇଁ ଯୋଗ୍ୟ ତାଲିକା ପ୍ରକାଶ କରିବ । କିନ୍ତୁ ଆଶ୍ଚର୍ଯ୍ୟର କଥା ବହୁ ଘରୋଇ ସ୍କୁଲ୍ ଗଣଶିକ୍ଷା ବିଭାଗର ପାରଦର୍ଶୀ ପୋର୍ଟାଲ୍‌ରେ ଜାଣିଶୁଣି ପଞ୍ଜୀକରଣ କରୁନଥିବା ଅଭିଯୋଗ ହୋଇଛି । ଆଉ କିଛି ସ୍ଥାନରେ ଯୋଗ୍ୟ ତାଲିକାରେ ନାଁ ଥାଇ ବି ପିଲା ଓ ଅଭିଭାବକ ମାନଙ୍କୁ ଘରୋଇ ସ୍କୁଲ୍‌ଗୁଡିକ ଆଡମିଶନ ନକରାଇବା ପାଇଁ ହଇରାଣ ହରକତ କରୁଛନ୍ତି ।

ଫଳରେ ଗରିବ ପିଲା ଭଲ ସ୍କୁଲ୍‌ରେ ନାଁ ଲେଖାଇ ପାରୁନାହାଁନ୍ତି । ୨୦୦୯ ଶିକ୍ଷା ଅଧିକାର ଆଇନ୍ ଅନୁଯାୟୀ ଘରୋଇ ସ୍କୁଲ୍ ଗୁଡିକ ଏଣ୍ଟ୍ରିଲେବେଲ୍ ବା ପ୍ରବେଶ ସ୍ତରରୁ ସମୁଦାୟ ସିଟ୍‌ର ୨୫ ପ୍ରତିଶତ କୋଟାରେ ଆର୍ଥିକ ଅନଗ୍ରସରମାନଙ୍କୁ ଆଡମିଶନ ଦେବେ ମାତ୍ର ଗଳା ବାଟ ଦେଇ ଶିକ୍ଷା ଅଧିକାର ଆଇନ୍‌କୁ ଘରୋଇ ସ୍କୁଲ୍ ଫୁ କରିଦେଉଛନ୍ତି ।

Advertisment

ଗଣଶିକ୍ଷା ବିଭାଗଠାରୁ ପ୍ରତିବର୍ଷ ଘରୋଇ ସ୍କୁଲ୍ ଗୁଡିକ ସାର୍ଟିଫିକେଟ୍ ଅଫ୍ ରେକଗ୍ନିସନ୍ ବା ସିଓଆର୍ ନେଉଛନ୍ତି । କିନ୍ତୁ ସାର୍ଟିଫିକେଟ ପାଇବା ପରେ ଶିକ୍ଷା ଅଧିକାର ନିୟମକୁ ମାନୁନାହାଁନ୍ତି । ଅନେକ ଘରୋଇ ସ୍କୁଲ୍ ଏଭଳି ମାଳ ମାଳ ଅଭିଯୋଗ ଆସିବା ପରେ ବିଭାଗ ଏବେ ଚେତିଛି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଏନେଇ ରିପୋର୍ଟ ତଲବ କରାଯାଇଛି । ଯେଉଁ ଘରୋଇ ସ୍କୁଲ୍‌ ଗୁଡିକ ଶିକ୍ଷା ଅଧିକାର ଆଇନ୍‌କୁ ପାଳନ କରୁନାହାଁନ୍ତି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୧୫ଦିନ ଭିତରେ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ତେବେ ପ୍ରଶ୍ନ ଉଠୁଛି, ଖିଲାପକାରୀ ଘରୋଇ ସ୍କୁଲ୍‌ ଗୁଡିକ ନିୟମ ପାଳନ ନକରିବା ପାଇଁ ବଳ ପାଉଛନ୍ତି କୋଉଁଠୁ? ଅମାନିଆ ଘରୋଇ ସ୍କୁଲ୍ ବିରୋଧରେ କାହିଁକି ଆଖିଦୃଶିଆ ପଦକ୍ଷେପ ନିଆଯାଉନି? ଗଣଶିକ୍ଷା ବିଭାଗର ଏଭଳି ତାଗିଦ ପରେ ଘରୋଇ ସ୍କୁଲ୍ ଗୁଡିକ ଶିକ୍ଷା ଅଧିକାର ଆଇନ୍‌କୁ ଆଗାମୀ ଦିନରେ କେତେଦୂର ପାଳନ କରୁଛନ୍ତି ତାହାର ଅପେକ୍ଷା ।

Advertisment
EWS Quota
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ