Daily Horoscope 3rd Dec 2022: ଏହି ରାଶିର ବ୍ୟକ୍ତିଙ୍କୁ ଆଜି ଆବଶ୍ୟକତା ଠାରୁ ଅଧିକ ଧନ ମିଳିପାରେ

ସୈାର ବିଛା ମାସ ମାର୍ଗଶିର ଶୁକ୍ଲପକ୍ଷ। ଇଂରାଜୀରେ ୦୩ ତାରିଖ, ଶନିବାର।  ଚନ୍ଦ୍ର  –  ମୀନ ଅହୋରାତ୍ର, ତିଥି- ୧୧ମୀ ନିଶାନ୍ତ ୦୫/୩୪ ଗତେ ୧୨ଶୀ ଘାତ ଚନ୍ଦ୍ର- ଧନୁ ଅହୋରାତ୍ର ଘାତ ବାର – ବୃଷ, ସିଂହ ଓ କନ୍ୟା। ପୁଷ୍କର ଦୋଷ – ୧ ପାଦ- କୃଷିହାନି- ଭୂମିଦାନ ନିଶାନ୍ତ ୦୫/୪୩ ଗତେ ୨ ପାଦ। ଜାଣନ୍ତୁ, ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ...

Aries

ମେଷ

Saturday 03 Dec 2022

ଅଶ୍ୱନୀ – ଘରକୁ ବନ୍ଧୁଙ୍କ ଆଗମନ ହୋଇପାରେ। ଘର କାମରେ ବ୍ୟସ୍ତ ଯୋଗୁ ଅଫିସ ଯିବାରେ ବିଳମ୍ବ ହୋଇପାରେ। ନୂଆ ବ୍ୟବସାୟ ସମ୍ବନ୍ଧରେ ଯାତ୍ରା ଫଳପ୍ରଦ ହେବ। 
ଦ୍ୱିଜା – ପ୍ରେମୀଯୁଗଳ ପରସ୍ପର ଏକତ୍ର ସମୟ ବିତାଇବେ। ରାଜନୀତିରେ ଗମ୍ଭୀର ପ୍ରସଙ୍ଗରେ କଥା ହେବେ। ବ୍ୟବସାୟ ରେ ଲାଭବାନ୍ ହେବେ। ବିଦ୍ୟାର୍ଥୀମାନେ ଅଧ୍ୟୟନରତ ରହିବେ।
କୃତିକା – ବିରକ୍ତ ଭାବ ପ୍ରକାଶ କରିବେ। କୋର୍ଟର ଫଇସଲା ଆପଣଙ୍କ ପାଖକୁ ଆସିପାରେ ।

ପ୍ରତିକାର -  ମା’ ମଙ୍ଗଳାଙ୍କର ପୂଜା ପାଠ କରନ୍ତୁ

ଶୁଭ ରଙ୍ଗ :ଲାଲ୍

ଶୁଭ ସଂଖ୍ୟା :