ଅନ୍ଧାରୀ ମୂଲକରେ ନିରୀହ ମଣିଷମାନେ କେମିତି ଭୋଗୁଛନ୍ତି ବିଜୁଳି ଯନ୍ତ୍ରଣା, ତାହା ମୟୂରଭଞ୍ଜ ଜିଲ୍ଲା ଶାଳଚୁଆ ପଞ୍ଚାୟତ ସାଗରସାହିରେ ଦେଖିବାକୁ ମିଳିଛି ।ବିଦ୍ୟୁତ୍ ବିଭାଗ କିନ୍ତୁ ଏଠି ଖେଳିଛି ବିଚିତ୍ର ଖେଳ । ଗାଁ ଲୋକଙ୍କ ବାରମ୍ବାର ଧାରଣା ଓ ଆନ୍ଦୋଳନ ପରେ ଧର୍ମକୁ ଆଖିଠାର ମାରିଲା ଭଳି ଲୋକଙ୍କ ଘରେ ସୁଇଚ୍ ବୋର୍ଡ ଓ ମିଟର ବସାଇ ଦେଇଛି । କିନ୍ତୁ ଗାଁକୁ ଗୋଟିଏ ବି ବିଦ୍ୟୁତ୍ ଖୁଣ୍ଟ ପଡ଼ିନି ।