ହୁଇଲ୍ ଚେୟାର୍ ଧରି ହସ୍ପିଟାଲ୍ ସାରା ବୁଲୁଥିବା ଇଏ ପିଲାଟି ହେଉଛି ସୋମେଶ ସାହୁ। ଏବେ ଓଲଟପୁର ସ୍ଥିତ SVNIRTARରେ ଚିକିତ୍ସାଧୀନ। ହାତ ଗୋଡ଼ ଦୁର୍ବଳ। ହୁଇଲ୍ ଚେୟାର ନ ହେଲେ ଚାଲିବା କଷ୍ଟ। ତା ଗୀତ ଶୁଣିଲେ ଆପଣ ବି ଖୁସି ହୋଇଯିବେ... ଜୀବନ ଯନ୍ତ୍ରଣା ଭୋଗିଲେ ବି ଏତେ ବିନ୍ଦାସ୍ ଆଉ ଖୁସି ମିଜାଜର ପିଲା ଯେ, ତାକୁ ଦେଖିଲେ ରୋଗୀ ଭଲ ହୋଇଯିବ। ନା ମନରେ ଅଛି ଅବସାଦ ନା ବିସାଦ...