ରଥଖଳାରେ କୁନି ହାତ ଶିଖୁଛି ବିଶ୍ୱ ନିୟନ୍ତାଙ୍କ ରଥ ନିର୍ମାଣ କଳା। କୁନି ମୁଗୁର, କୁନି ନିହାଣ ଧରି ରୂପସଜ୍ଜା ଶିକ୍ଷାରେ ବ୍ୟସ୍ତ ଆଗାମୀ କାଲିର ରଥଶିଳ୍ପୀ। କେଉଁଠି ନାତି ହାତ ଧରି ଜେଜେବାପା, ତ ପୁଣି କେଉଁଠି ବାପା-ଦାଦା ସାଜିଛନ୍ତି ପୁଅ-ପୁତୁରାଙ୍କ ଶିଳ୍ପୀଗୁରୁ।