ଏପ୍ରିଲ ୧୮, ୧୯୯୭। ଆଜିର ଦିନରେ ଓଡିଶା ମାଟିରେ ଆରମ୍ଭ ହୋଇଥିଲା ଖବର ପ୍ରସାରଣର ଏକ ନୂଆ ଅଧ୍ୟାୟ ଜନ୍ମ ନେଇଥିଲା ଓଡ଼ିଶା ଟେଲିଭିଜନ୍-ଓଟିଭି।ସ୍ବଳ୍ପ ଭିତ୍ତିଭୂମି, ସୀମିତ ସମ୍ବଳ ଆଉ ସମସ୍ୟାର ସୁଅ ଭିତରେ ବାଟ କାଟି ଧିରେ ଧିରେ ଆଗକୁ ଯାଇଥିଲା। ସ୍ବଛ, ନିରପେକ୍ଷ, ନିର୍ଭିକତାର ଖବର ପ୍ରସାରଣର ଧାରାକୁ ବ୍ରତ କରି ବର୍ଷ ପରେ ବର୍ଷ ଅତିକ୍ରମ କରିଥିଲା ଓଟିଭି।