ଭାଷା ଓଡ଼ିଆ ହେଲେ ଓଲଟା କଥା। ଓଡ଼ିଆକୁ ଓଲଟାଇ କଥା ହେଉଛନ୍ତି। ହଠାତ୍ ଲାଗିବ କେଉଁ ଭାଷାରେ କଥା ହେଉଛନ୍ତି ଗୋଟିଏ କି ଦୁଇଟି ଶବ୍ଦକି ଗୋଟିଏ ଲାଇନ୍ ନୁହେଁ, ଲଗାତର ନିରନ୍ତର ଏଭଳି କଥା ହୋଇପାରନ୍ତି। ଅନ୍ୟମାନଙ୍କ ପାଇଁ ଅବୁଝା, ହେଲେ ସେମାନେ ବେଶ୍ ଆରାମରେ ବୁଝିପାରନ୍ତି, କହିପାରନ୍ତି। ସେମିତି ଜଣେ ହେଲେ ଭୁବନେଶ୍ୱରର କାଳୀଚରଣ ଡାକୁଆ। ଜଗନ୍ନାଥ ବିହାର ଅଞ୍ଚଳରେ ସେଲୁନ କରିଛନ୍ତି। କାଳୀଙ୍କ ହାତରେ ଖୁର କଇଁଚି ଯେମିତି ସାଇଁ ସାଇଁ ଚାଲେ, ଠିକ୍ ସେମିତି ପାଟିରୁ ବାହାରେ ଓଲଟା ଓଡ଼ିଆ କଥା।