ଯେଉଁ ହାତ ପ୍ରଭୁ ଜଗନ୍ନାଥଙ୍କ ବସ୍ତ୍ର ପରିବର୍ତ୍ତନ କରୁଥିଲା ଏବଂ ନବଯୌବନ ବେଳେ ଚିତ୍ର ଅଙ୍କୁଥିଲା ସେହି ଚିତ୍ରକରଙ୍କୁ ଘାରିଛି ଭୋକର ଚିନ୍ତା। ପୁଅର ଅକସ୍ମାତ ବିୟୋଗ ପରେ ପରିଣତି ବୟସରେ ମୁଣ୍ଡ ଉପରେ ଏବେ ପରିବାର ବୋଝ। ହେଲେ ମୃତ୍ୟୁ ପୂର୍ବେ ଦୁଇ ନାତୁଣୀଙ୍କ ଭବିଷ୍ୟତ ଗଢିବାକୁ ସ୍ୱପ୍ନ ଦେଖୁଛନ୍ତି ସୁରେନ୍ଦ୍ର ମହାପାତ୍ର।