ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ଅବହେଳିତ ଜୀବନ ଜୀଉଁଥିବା କେନ୍ଦ୍ରାପଡ଼ା ଏକମାଣିଆ ପଞ୍ଚାୟତବାସୀଙ୍କ ଦୁଃଖ ଦୂର ହେବ କେବେ, ତାହା ଭଗବାନଙ୍କୁ ହିଁ ଜଣା । ରାସ୍ତା ଖଣ୍ଡେ ନାହିଁ ବୋଲି ନୌଯାତ୍ରା କରି ଜୀବନକୁ ପାଣି ଛଡ଼ାଉଥିବା ଅଞ୍ଚଳବାସୀ ଆଜି ଆଉ ଜଣଙ୍କୁ ହରାଇବା ପରେ ବ୍ୟବସ୍ଥା ବିରୋଧରେ ବିଷୋଦଗାର କରିଛନ୍ତି । ମନ୍ତ୍ରୀ ପ୍ରତାପ ଦେବଙ୍କୁ ଘେରିଛନ୍ତି, ଜବାବ ମାଗିଛନ୍ତି । ତାହାରି ଭିତରେ ହଟହଟା ହୋଇଥିବା ମନ୍ତ୍ରୀଙ୍କ ଅସହାୟତାର ଚିତ୍ର ବି ସାମ୍ନାକୁ ଆସିଛି ।