ଟିଏ ପଟେ ପିଇବା ପାଣି ପାଇଁ ଲକ୍ଷ ଲକ୍ଷ ଟଙ୍କାରେ ପ୍ରକଳ୍ପ । ତ ଅନ୍ୟପଟେ ନଳକୂଅ ପାଖେ ବାଲଟିଏ ପାଣି ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା । ଧର୍ମଶାଳା ବ୍ଲକ କମାଗଡ଼ ପଞ୍ଚାୟତର ଖରାଦିନ ଆରମ୍ଭରୁ ଏମିତି ଜଳକଷ୍ଟରେ ସନ୍ତୁଳି ହେଉଛନ୍ତି ଭରତପୁର ଗାଁର ପ୍ରାୟ ୮୦ ପରିବାର । କେହି କେହି ପାଖ ଯୋରକୁ ମାଇଲିଏ ବାଟ ଚାଲି ଚାଲି ଏମିତି ଗରା-ବାଲ୍ଟି ମୁଣ୍ଡେଇ ବି ପାଣି ବୋହୁଛନ୍ତି ।