Astrospeak
  • Live TV
  • Read In English

ସଂକ୍ଷେପରେ ଆଜିର ତାଜା ଖବର - Tuesday, 01 April 2025

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

Odisha Politics: ସୁଜାତା କାର୍ତ୍ତିକେୟନଙ୍କ VRS ପରେ, ସାଂଘାତିକ ଅଭିଯୋଗ ଆଣିଲେ ପିସିସି ସଭାପତି

ଆଇଏଏସ ସୁଜାତା ରାଉତ କାର୍ତ୍ତିକେୟନଙ୍କ VRSକୁ ନେଇ ଏବେ ରାଜ୍ୟ ରାଜନୀତିରେ ଝଡ଼ । ପିସିସି ସଭାପତି ଦେଲେ ସାଂଘାତିକ ବୟାନ । ଆଜି ବିସ୍ଫୋରକ ବୟାନ ଦେଇ ବିଜେପି-ବିଜେଡି ସଂପର୍କରେ ପ୍ରଶ୍ନବାଚୀ ଲଗାଇଛନ୍ତି ଭକ୍ତ । More

Heat Wave Alert: IMD ଡିଜିଙ୍କ ବଡ଼ ସୂଚନା; ଏପ୍ରିଲରୁ ଜୁନ୍ ପର୍ଯ୍ୟନ୍ତ ହେବ ଅଗ୍ନିବର୍ଷା

IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ଗ୍ରୀଷ୍ମର ଅତ୍ୟଧିକ ପ୍ରଭାବ କେନ୍ଦ୍ରୀୟ, ପୂର୍ବ ଏବଂ ଉତ୍ତର ପଶ୍ଚିମ ଭାଗରେ ରହିବ। ଦେଶର ଅଧିକାଂଶ ସ୍ଥାନରେ ତାପମାତ୍ରା ସ୍ୱାଭାବିକଠାରୁ ବହୁ ଅଧିକ ରହିବ। More

Panchang Today 1st April 2025: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ମୀନ ମାସ ଚୈତ୍ର ଶୁକ୍ଲପକ୍ଷ । ଇଂରାଜୀରେ ୦୧ ତାରିଖ ମଙ୍ଗଳବାର । ଚନ୍ଦ୍ର- ମେଷ ଦିବା ୦୪.୩୦ ଗତେ ବୃଷ । ତିଥି- ୪ର୍ଥୀ ରାତ୍ରି ୦୨.୩୨ ଗତେ ୫ମୀ । ଘାତଚନ୍ଦ୍ର- ମେଷ ରାଶିର, ଦିବା ୦୪.୩୦ ଗତେ ବିଛା ରାଶିର । ଘାତବାର- ମକର ରାଶିର । More

New Financial Year: ଆଜିଠୁ ନୂଆ ଆର୍ଥିକ ବର୍ଷ; ବନ୍ଦ ହୋଇଯିବ UPI ପେମେଣ୍ଟ

ନିଷ୍କ୍ରିୟ ନମ୍ବରରେ ଆଜିଠୁ ଆଉ UPI ପେମେଣ୍ଟ ହୋଇପାରିବନି। ୟୁପିଆଇକୁ ଅଧିକ ସୁରକ୍ଷିତ କରିବା ଲାଗି ଏଭଳି ନିଷ୍ପତ୍ତି ନେଇଛନ୍ତି NCPI। ଏହାଛଡ଼ା କେତେକ କ୍ରେଡିଟ୍ କାର୍ଡ ନିୟମରେ ବି ପରିବର୍ତ୍ତନ ହୋଇଛି। More

Utkal Divas:‍ ଆଜି ଓଡ଼ିଶା ଦିବସ, ଜାଣନ୍ତୁ କ’ଣ ରହିଛି ଏହା ପଛର ଇତିହାସ...

ଊନବିଂଶ ଶତାବ୍ଦୀରେ ପାଶ୍ଚାତ୍ୟ ଶିକ୍ଷା ଓ ଛାପାଖାନାର ପ୍ରସାର ଫଳରେ ଓଡ଼ିଆ ଭାଷା ଓ ସଂସ୍କୃତି ବିପନ୍ନ ହୋଇପଡ଼ିଲା। ଓଡ଼ିଶାକୁ ବଙ୍ଗ ପ୍ରଦେଶରେ ସାମିଲ କରିବାର ଚକ୍ରାନ୍ତ ହୋଇଥିଲା। ତେଲୁଗୁମାନେ ମଧ୍ୟ ଦକ୍ଷିଣ ଓଡ଼ିଶାରେ ଆଧିପତ୍ୟ ବିସ୍ତାର ପାଇଁ ଉଦ୍ୟମ କରିଥିଲେ। More

Odisha's Severe Power Crisis: ଚୈତ୍ର ତାତିଠୁ ବଳିଯାଉଛି ଟାଟା ପାୱାରର ତାଉ; ରାଜ୍ୟର କୋଣ ଅନୁକୋଣରେ ଉତ୍କଟ ବିଜୁଳି ସମସ୍ୟା

ଉଦୁଉଦିଆ ଖରାବେଳେ ଝାଞ୍ଜିମାଡ଼ ହେଉ କିମ୍ବା ରାତିର ଗୁଳୁଗୁଳି । ତାତିର ତାଉ ବଢୁ ବଢୁ ରାଜ୍ୟର କୋଣ ଅନୁକୋଣରେ ଦେଖାଗଲାଣି ଉତ୍କଟ ବିଜୁଳି ସମସ୍ୟା । More

Srimandir: ଭକ୍ତଙ୍କୁ କେମିତି ଦେଖାଇବାକୁ ହେବ ଭଦ୍ରୋଚିତ ବ୍ୟବହାର ? ଶୃଙ୍ଖଳାର ପାଠ ପଢ଼ିବେ ଶ୍ରୀମନ୍ଦିର ସେବାୟତ

ଭକ୍ତଙ୍କୁ କେମିତି ଦେଖାଇବାକୁ ହେବ ଭଦ୍ରୋଚିତ ବ୍ୟବହାର ? ଶ୍ରଦ୍ଧାଳୁଙ୍କ ସହ କେଉଁ ପ୍ରକାର ଶ୍ରଦ୍ଧାରେ କରିବେ ଭାବ ବିନିମୟ ? ଆଚରଣ ସହ ଉଚ୍ଚାରଣରେ କିଭଳି ଆଣିବେ ଶୁଦ୍ଧତା ? ଶୃଙ୍ଖଳାର ଏସବୁ ପାଠ ପଢ଼ିବେ ଶ୍ରୀମନ୍ଦିର ସେବାୟତ । More

Devotees Suffer at Srimandir: ଜଗା ଦର୍ଶନ ପାଇଁ ଅସହ୍ୟ ଯନ୍ତ୍ରଣା, ଡହଡହ ଖରାରେ ସିଝୁଛନ୍ତି ଭକ୍ତ

ସିଂହଦ୍ବାର ନିକଟରେ ଖରା ଦାଉରୁ ରକ୍ଷା ପାଇବା ପାଇଁ ପର୍ଯ୍ୟାପ୍ତ ସେଡ୍ ବ୍ୟବସ୍ଥା ହୋଇନଥିବା ବେଳେ ପାନୀୟ ଜଳ ବଣ୍ଟନରେ ମଧ୍ୟ ଘୋର ଅବ୍ୟବସ୍ଥା ଦେଖାଦେଇଥିବା ଅଭିଯୋଗ ହୋଇଛି । More

Cyber Fraud: ସାଇବର ଲୁଟେରାଙ୍କ ଜାଲରେ ଫସିଗଲେ ପୂର୍ବତନ IT ମନ୍ତ୍ରୀ, ଆକାଉଣ୍ଟରୁ ପୋଛି ନେଲେ କୋଟିଏ ୪୦ ଲକ୍ଷ

ପୂର୍ବତନ ଆଇଟି ମନ୍ତ୍ରୀ ହୋଇ ବି ନିଜେ ଫସିଗଲେ ସାଇବର ଲୁଟେରାଙ୍କ ଜାଲରେ । ଲକ୍ଷେ କି ଦୁଇ ଲକ୍ଷ ନୁହେଁ, ପୁରା କୋଟିଏ ୪୦ ଲକ୍ଷ ଟଙ୍କା ଗୋଲ । More

Ganja Seized: ପର୍ଯ୍ୟଟକ ସାଜିଛନ୍ତି ନୀଳଜହର ବାହକ, ଟୁରିଷ୍ଟ ହୋଇ ଆସୁଛନ୍ତି...ଗଂଜେଇ ଧରି ଫେରୁଛନ୍ତି

ସବୁଜିମାର ସମ୍ଭାର ଭିତରୁ ନୀଳ ଜହରର ଚୋରାଚାଲାଣ । ସୌନ୍ଦର୍ଯ୍ୟର ଗନ୍ତାଘର ସାଜିଛି ଗଂଜେଇ ବେପାରର ନୂଆ ଠିକଣା । ଆଉ ପରିବା ବୋଝେଇ ଟ୍ରକ ନୁହେଁ କି କୌଣସି ଆମ୍ବୁଲାନ୍ସ । ଏବେ ପର୍ଯ୍ୟଟକ ସାଜିଛନ୍ତି ଗଂଜେଇ ବାହକ। More