Astrospeak
  • Live TV
  • Read In English

ସଂକ୍ଷେପରେ ଆଜିର ତାଜା ଖବର - Wednesday, 26 March 2025

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

Gurupriya Setu: ଗୁରୁପ୍ରିୟା ସେତୁ ପରେ ବଦଳିଛି ଲାଲଗଡ଼ର ଚିତ୍ର, ସହିଦ ସ୍ତମ୍ଭ ପାଲଟିଛି ସେଲଫି ପଏଣ୍ଟ

ଦିନେ ଯେଉଁଠି ଲାଲବାହିନୀ ଲେଖୁଥିଲା ରକ୍ତର ଇତିହାସ, ସେଇଠି ଏବେ ଶାନ୍ତିର ରାଜୁତି। ଆଉ ଶୁଭୁନି ଗୁଳି ବନ୍ଧୁକର ଛାତିଥରା ଶବ୍ଦ। ହିଂସାର ଗୁରୁଗର୍ଜନକୁ ସବୁଦିନ ପାଇଁ ନିଜ କଂକ୍ରିଟ ତଳେ ଚାପି ଦେଇଛି ଗୁରୁପ୍ରିୟା ସେତୁ। ନିଜ ଗାଥା, ବିଚାରଧାରା ଓ ପ୍ରାଣ ହରାଇଥିବା ନକ୍ସଲଙ୍କ ସ୍ମୃତିଚାରଣ ସ୍ବରୂପ ଯେଉଁଠି ମୁଣ୍ଡ ଟେକିଥିଲା ସହିଦ ସ୍ତମ୍ଭ, ତାହା ଏବେ ପାଲଟିଛି ସେଲଫି ପଏଣ୍ଟ୍। ଏକଦା ଲାଲଗଡ଼ କୁହାଯାଉଥିବା ମାଲକାନଗିରି ସ୍ବାଭିମାନ ଅଞ୍ଚଳରେ କେମିତି ଫେରିଛି ଶାନ୍ତି ଓ ସଦ୍ଭାବନାର ଧାରା। More

Congress MLA Suspended: ବିଧାନସଭା ଇତିହାସରେ ଅଲୋଡ଼ା ଅଧ୍ୟାୟ, ବିଶୃଙ୍ଖଳିତ ଆଚରଣ ପାଇଁ ସବୁ କଂଗ୍ରେସ ବିଧାୟକ ସସପେଣ୍ଡ

ବିଧାନସଭା ଇତିହାସରେ ସୃଷ୍ଟି ହେଲା ଅଲୋଡ଼ା ଅଧ୍ୟାୟ। ବିଶୃଙ୍ଖଳିତ ଆଚରଣ ପାଇଁ ଏକାବେଳେ ନିଲମ୍ବିତ ହେଲେ କଂଗ୍ରେସ ଦଳର ସମସ୍ତ ୧୪ ବିଧାୟକ। ଗତକାଲି ଦିନ ସାରା ଏବଂ ରାତି ତମାମ ଯେଭଳି ବିରୋଧୀଙ୍କ ହାଇଡ୍ରାମା ଚାଲିଲା, ସାରା ରାଜ୍ୟ ଦେଖିଲା। କେବଳ ସେତିକି ନୁହେଁ, ଲୋୟର ପିଏମଜି ଓ ଆସେମ୍ବ୍ଲି ଆଗରେ ବି ନେତା ଓ କର୍ମୀଙ୍କ ଉଗ୍ର ଆଚରଣ, ଓଡ଼ିଶା ରାଜନୀତି ଇତିହାସରେ କେବେ ଦେଖିବାକୁ ମିଳିନଥିଲା। More

Ganja Smuggling: ସୁରକ୍ଷା ଦାୟିତ୍ୱରେ ଥିଲେ ଯବାନ, ଗଂଜେଇ ଚାଲାଣ କରି ଧରା ହେଲେ

ସୁରକ୍ଷା ପାଇଁ ବର୍ଦ୍ଦି ପିନ୍ଧିଥିବା ତିନିଜଣ ଜବାନ ମୁହଁ ଢାଙ୍କି ଛିଡା ହୋଇଥିଲେ । କାରଣ ଏମାନେ ଅପରାଧ ରୋକିବା ପରିବର୍ତ୍ତେ ଅପରାଧି ହୋଇଯାଇଛନ୍ତି । ତାହା ପୁଣି ଗଂଜେଇ ଚାଲାଣରେ ଗିରଫ । ଏବେ ଆସନ୍ତୁ ଜାଣିବା ଏମାନଙ୍କ ପରିଚୟ । ଜଣେ ହେଉଛନ୍ତି କୁନାର ସିଂ, ଆଉ ଜଣେ ତ୍ରିଲୋଚନ ରଣା । ତୃତୀୟ ଜବାନ ଜଣକ ନୀଲମ ବାର୍ଲା । ଏହି ତିନିଜଣଙ୍କ ପାଖରୁ ଜବତ ଗଂଜେଇର ପରିମାଣ ୧୫ କେ.ଜି ୯୦୦ । More

Double Murder: ଦୁଇ ଭାଇଙ୍କୁ ହତ୍ୟା ଘଟଣା, ସିନ୍ ରିକ୍ରିଏଶନ କଲା କ୍ରାଇମବ୍ରାଞ୍ଚ

ରବିବାର ବିଳମ୍ବିତ ରାତିରେ ପ୍ରଥମେ ସାନ ପୁଅ ବିକାଶକୁ ଟେକି ନେଇ ପାଇଖାନା ଘରେ ଶୁଆଇ ଦେଇଥିଲେ। ପରେ ବଡ଼ ପୁଅ ଆକାଶର ତଣ୍ଟି ଚିପି ହତ୍ୟା କରିଥିଲେ। ଆକାଶ ପାଟି କରି ଚିଲାଇବାରୁ ଆକାଶ ପାଟିରେ ଜେଜେ ମା ସୌରି ଲୁଗା ପୁରେଇ ପାଟିକୁ ବନ୍ଦ କରିଦେଇଥିଲା। ଯାହା ଫଳରେ ବାହାରକୁ ପାଟି ଶୁଣାଯାଇ ନଥିଲା। More

Tara Prasad Bahinipati: ଅସୁସ୍ଥ ହୋଇପଡ଼ିଲେ ତାରା; ପହଞ୍ଚିଲେ ଡାକ୍ତର

ଗତକାଲି ୧୨ ବିଧାୟକଙ୍କୁ ବାଚସ୍ପତି ନିଲମ୍ବନ କରିବା ପରେ ଜୋରଦାର ପ୍ରତିବାଦ କରିଛି କଂଗ୍ରେସ। ବାଚସ୍ପତିଙ୍କ ଆକ୍ସନ ପରେ ରିଆକ୍ସନ ଦେଖାଇଛନ୍ତି କଂଗ୍ରେସ ବିଧାୟକ। ଗତକାଲି ବିଧାନସଭା ଭିତରେ ଓ ବାହାରେ ତମ୍ବିତଫାନ ପରେ ରାଜରାସ୍ତାକୁ ଓହ୍ଲାଇଛନ୍ତି କଂଗ୍ରେସ ବିଧାୟକ। More

Panchang Today 26th March 2025: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ମୀନ ମାସ ଚୈତ୍ର କୃଷ୍ଣପକ୍ଷ । ଇଂରାଜୀରେ ୨୬ ତାରିଖ ବୁଧବାର । ଚନ୍ଦ୍ର- ମକର ଦିବା ୦୩.୧୩ ଗତେ କୁମ୍ଭ । ତିଥି- ୧୨ଶୀ ରାତ୍ରି ୦୧.୪୩ ଗତେ ୧୩ଶୀ । ଘାତଚନ୍ଦ୍ର- ସିଂହ ରାଶିର, ଦିବା ୦୩.୧୩ ଗତେ ମିଥୁନ ଓ ମୀନ ରାଶିର । ଘାତବାର- କର୍କଟ ରାଶିର । More

Congress Workers Protest: କଂଗ୍ରେସର ହାଇଡ୍ରାମା; ରାଜରାସ୍ତାରେ ରାତି କାଟିଲେ

୧୨ ବିଧାୟକଙ୍କୁ ବାଚସ୍ପତି ନିଲମ୍ବନ କରିବା ପରେ ଜୋରଦାର ପ୍ରତିବାଦ କରିଛି କଂଗ୍ରେସ। ଗତକାଲି ବିଧାନସଭା ଭିତରେ ଓ ବାହାରେ ତମ୍ବିତଫାନ ପରେ ରାଜରାସ୍ତାକୁ ଓହ୍ଲାଇଛନ୍ତି କଂଗ୍ରେସ ବିଧାୟକ। ମାଷ୍ଟରକ୍ୟାଣ୍ଟିନ ଛକରେ ରାତିସାରା ଧାରଣାରେ ବସିଛନ୍ତି କଂଗ୍ରେସ ବିଧାୟକ। ସେମାନଙ୍କ ସହ କଂଗ୍ରେସ କର୍ମୀ ସାମିଲ ହୋଇଛନ୍ତି। More

Odisha Assembly: ବିଧାନସଭା ଆଗରେ କଂଗ୍ରେସର ହାଇଡ୍ରାମା, ବରିଷ୍ଠ କଂଗ୍ରେସ ନେତା ଓ ପୋଲିସ ମଧ୍ୟରେ ଯୁକ୍ତିତର୍କ

କଂଗ୍ରେସର ଏହି ୫ ବରିଷ୍ଠ ନେତା ବିଧାନସଭା ଭିତରକୁ ଯିବାକୁ ଚେଷ୍ଟା କରିଥିଲେ । କିନ୍ତୁ ପୋଲିସ୍‌ ସେମାନଙ୍କୁ ଅଟକାଇଥିଲେ। ବିଧାନସଭାକୁ ପ୍ରବେଶ ଉଦ୍ୟମ ବେଳେ କଂଗ୍ରେସ ନେତା ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଠେଲାପେଲା ମଧ୍ୟ ହୋଇଥିଲା । More

Assembly Washed Out: ଧୋଇ ଯାଉଛି କାର୍ଯ୍ୟ ଦିବସ, ବିରୋଧୀଙ୍କ ହଙ୍ଗାମା ଯୋଗୁଁ ୧୧ ଦିନ ହେଲା ଅଚଳ ବିଧାନସଭା

ବିଧାନସଭାରେ ବିରୋଧୀଙ୍କ ରୀତିମତ ହଙ୍ଗାମା । କଂଗ୍ରେସ ସଦସ୍ୟଙ୍କ ଲଗାତର ବିଶୃଙ୍ଖଳିତ ଆଚରଣ । ଗୃହ ଭିତରେ ହାତାହାତି ପରିସ୍ଥିତି ଭିତରେ । ବିଧାନସଭାକୁ ଚଳାଇ ନଦେବାର ଯୋଜନାବଦ୍ଧ ଉଦ୍ୟମ ! More

Corrupt Officials: ଦୁର୍ନୀତିଗ୍ରସ୍ତ ବାବୁଙ୍କୁ ମୋହନ ସରକାରଙ୍କ ପୁଣି ନାଲି ଆଖି, ଅବସର ଆଗରୁ ଚାକିରିରୁ ବିଦା ପାଇଁ ଚେତାବନୀ

ଦୁର୍ନୀତିଗ୍ରସ୍ତ ଅଫିସରଙ୍କୁ ସରକାରଙ୍କ ନାଲି ଆଖି । ସଚ୍ଚୋଟ ପଣିଆର ଅଭାବ ପରିଲକ୍ଷିତ ହେଲା ମାତ୍ରେ ବାଜିବ ଆକ୍ସନ ଛାଟ । ଅପାରଗତା ଦେଖିବା ମାତ୍ରେ ଅବସର ଆଗରୁ ହୋଇଯିବେ ବିଦା । More

Fake Police: କମିଶନରେଟ୍ ପୋଲିସର ନିଦ ହଜାଇଛି ନକଲି ଡିଏସପିର ନକଲ ଫଣ୍ଡା

ଅସଲିଙ୍କ ହୋସ୍ ଉଡ଼ାଉଛି ନକଲି ପୋଲିସ। ତା’ର ନକଲ ଫଣ୍ଡା ଆଛା ଆଛା ଖାକି ବାବୁଙ୍କୁ ଏବେ ଚିନ୍ତାରେ ପକାଇ ଦେଇଛି। ଜାଲ୍ କାଗଜପତ୍ର ଜରିଆରେ ଏବଂ ବେଶଭୂଷା ବଦଳାଇ ନକଲି ଡିଏସପି ସାଜିଥିବା ମାନସ ରଞ୍ଜନ ସେନାପତିର ଏହି ଚିତ୍ରକୁ ନେଇ କମିଶନରେଟ୍ ପୋଲିସରେ ଏବେ କମ୍ପନ। More

Mines Scam: ଏକ୍ ଆଦମି ସବକୋ ଉଲ୍ଲୁ ବନା ଦିୟା: ଖଣିମନ୍ତ୍ରୀ

ବିଧାନସଭାରେ ଖଣି ମନ୍ତ୍ରୀଙ୍କ ସାୟରୀ। ଆଉ ସେହି ସାୟରୀ ଆଳରେ ପୂର୍ବ ବିଜେଡି ସରକାରକୁ ନିଶାନା। ନାଁ ନନେଇ ତତକାଳୀନ ମୁଖ୍ୟମନ୍ତ୍ରୀ ନବୀନ ଏବଂ ପାଣ୍ଡିଆନଙ୍କ ଉପରେ ବର୍ଷିଛନ୍ତି ମନ୍ତ୍ରୀ। କେମିତି ଖଣି ଲୁଟ କରି ଓଡ଼ିଶାର ସଂପତ୍ତିର ହରିଲୁଟି ହୋଇଛି ଏବଂ ଜଣେ ଲୋକ କିଭଳି ବିଜେଡିର ସର୍ବେସର୍ବା ବନିଯାଇଥିଲା ତାର ଗୁମର ଖୋଲିଛନ୍ତି ବିଭୂତି। More