ସଂକ୍ଷେପରେ ଆଜିର ତାଜା ଖବର - Wednesday, 18 December 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

Bishnupada Sethi: IAS ବିଷ୍ଣୁପଦ ସେଠୀଙ୍କ ପାଇଁ ବଢ଼ୁଛି ଅଡୁଆ, ପାୱାରଲେସ୍ କରି ହାତ ଛାଡ଼ିଦେଲେ ସରକାର

ଦୀର୍ଘ ଦିନ ଧରି ବାଦ ବିବାଦ ପରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ସରକାର । ବିଷ୍ଣୁପଦ ପାଖରୁ ୩ଟି ବିଭାଗ କାଢି ସାଧାରଣ ପ୍ରଶାସନ ବିଭାଗର ଓଏସ୍‌ଡି ଭାବେ ବସାଇ ଦେଇଛନ୍ତି । More

Mohan Majhi Govt: ମୋହନ ସରକାରରେ ପାୱାରଫୁଲ୍ ହେବେ ଜନପ୍ରତିନିଧି, ସବୁ ବିଭାଗରେ ଖୋଲିବ ସ୍ପେଶାଲ୍ ସେଲ୍

ନବୀନ ସରକାରରେ ଚାଲିଥିଲା ଏକଛତ୍ରବାଦ । ପାୱାରଲେସ୍ ଥିଲେ ବିଧାୟକ, ସାଂସଦ । କିନ୍ତୁ ମୋହନ ସରକାରରେ ପାୱାରଫୁଲ୍ ହେବେ ଜନପ୍ରତିନିଧି । ସେମାନଙ୍କ ଅଭିଯୋଗ ଆଉ କଥା ଶୁଣିବାକୁ ଖୋଲିବ ସ୍ପେଶାଲ ସେଲ୍ । More

PM Awas Yojana: ୨ ମାସରେ ସରିବ ଆବାସ ସର୍ଭେ, ବାଦ୍ ପଡ଼ିବେନି ଯୋଗ୍ୟ ହିତାଧିକାରୀ

ଦୁଇ ମାସରେ ସରିବ ଆବାସ ସର୍ଭେ । ଏବେ ଗ୍ରାମାଞ୍ଚଳରେ ସର୍ଭେ ଆରମ୍ଭ ହୋଇଛି । More

Weather Update: ଆଜିଠୁ ବର୍ଷାରେ ଭିଜିବ ଓଡ଼ିଶା; ଫସଲ ଅମଳ ନେଇ ଚିନ୍ତାରେ ଚାଷୀ

ଆସନ୍ତା ୪ ଦିନ ବର୍ଷା ସମ୍ଭାବନା ରହିଛି। ଆଜି ଦକ୍ଷିଣ ଓଡ଼ିଶାରେ ବର୍ଷା ହେବା ସମ୍ଭାବନା ଥିବା ବେଳେ ୧୯ ରୁ ୨୧ ଯାଏ ଉପକୂଳ ଓଡ଼ିଶାରେ ବର୍ଷା ହେବା ନେଇ ପୁର୍ବାନୁମାନ କରିଛି ପାଣିପାଗ ବିଭାଗ। More

Panchang Today 18th December 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ସୌର ଧନୁ ମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ୧୮ ତାରିଖ ବୁଧବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ.... More

IAS Bishnupada Sethi: ପଦରୁ ହଟିଲେ IAS ବିଷ୍ଣୁପଦ ସେଠୀ, OSD ଭାବେ ବଦଳି କଲେ ରାଜ୍ୟ ସରକାର

ବିଷ୍ଣୁପଦ ସେଠୀଙ୍କ ସ୍ଥାନରେ କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ସଞ୍ଜୀବ ମିଶ୍ରଙ୍କୁ ଦାୟିତ୍ବ ମିଳିଛି । ଏଥିସହ IAS ମନୋଜ ସାହୁଙ୍କୁ ମିଳିଛି ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଦାୟିତ୍ବ । More

Tigress Zeenat: ଭୋକିଲା ବୁଲୁଛି ବାଘୁଣୀ ଜିନତ୍, ଝାଡ଼ଖଣ୍ଡରୁ ଶିମିଳିପାଳ ଫେରିବ କେମିତି...ବଢିଲା ଚିନ୍ତା

ଭୋକିଲା ପେଟରେ ବୁଲୁଛି ବାଘୁଣୀ ଜିନତ୍ । ୪ ଦିନ ହେଲା କିଛି ଖାଇନି । ଚାଲିବାକୁ ବି ଜୁ’ ପାଉନି । ଏଭଳି ସ୍ଥିତିରେ ଝାଡ଼ଖଣ୍ଡରୁ କିଭଳି ଓଡ଼ିଶା ଫେରିବ ଜିନତ୍, ଚିନ୍ତାରେ ବନ ବିଭାଗ । More

Unseen Mandi Problem: ଧାନ କିଣାରେ ବାଧା ସାଜିଛି FAQ ମାନ ! ମଣ୍ଡିରେ ବିକି ପାରୁନଥିବାରୁ ଦଲାଲ ଖୋଜିଲେଣି ଚାଷୀ !

ଡିସେମ୍ବର ୨ ତାରିଖ । ନଡିଆ ଭାଙ୍ଗି ଦାଦନ ପ୍ରବଣ ବେଲପଡା ବ୍ଳକ ମଣ୍ଡଳ ମଣ୍ଡିରେ ଧାନ କିଣାବିକା ଆରମ୍ଭ କରିଥିଲେ ଜିଲ୍ଳାପାଳ । More

Apartment Robbers in Bhubaneswar: ଆପାର୍ଟମେଣ୍ଟ ଲୁଟେରାଙ୍କୁ ଧରିବ ଆଣ୍ଟି ବର୍ଗଲାରୀ ସ୍କ୍ୱାର୍ଡ

ଆପାର୍ଟମେଣ୍ଟ ଲୁଟେରାଙ୍କୁ ଧରିବାକୁ କମିଶନରେଟ ପୋଲିସର ଆର ପାର୍ ଚ୍ୟାଲେଞ୍ଜ । ରାଜଧାନୀରେ ଗଠନ ହେଲା ଆଣ୍ଟି ବର୍ଗଲାରୀ ଆପାର୍ଟମେଣ୍ଟ ଲୁଟେରାଙ୍କୁ ଧରିବ ଆଣ୍ଟି ବର୍ଗଲାରୀ ସ୍କ୍ୱାର୍ଡ । । ୧୫୦ ବଛାବଛା ପୋଲିସଙ୍କୁ ନେଇ ଗଠନ ହୋଇଛି ଟିମ । More

Bishnupada Sethi: IAS ବିଷ୍ଣୁପଦ ସେଠୀ କେଉଁଠି ? CBI ସମନ ପରଠୁ ଅଦୃଶ୍ୟ

ବିଷ୍ଣୁପଦଙ୍କ ପାଇଁ ବଢିଲା ଅଡୁଆ । ଆସନ୍ତାକାଲି ଦିନ ୧୨ଟା ଯାଏଁ ଡେଡଲାଇନ୍। ତା ପୂର୍ବରୁ ବିଷ୍ଣୁପଦ ସେଠୀଙ୍କୁ ହାଜର ପାଇଁ ସିବିଆଇର କଡ଼ା ନିର୍ଦ୍ଦେଶ। ଏଣେ ବ୍ରିଜ୍‌ ଆଣ୍ଡ ରୁଫ୍ ଜିଏମଙ୍କୁ ବି ସିବିଆଇର ମାରାଥନ ଜେରା । More