ସଂକ୍ଷେପରେ ଆଜିର ତାଜା ଖବର - Sunday, 11 August 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ସାମ୍ନାକୁ ଆସିଲା ନୂଆ ତଥ୍ୟ; ପାଣ୍ଡିଆନଙ୍କ ପାଇଁ ବଢିଲା ଅଡୁଆ !

କଟକ ଓ ଖୋର୍ଦ୍ଧାକୁ ବି ହେଲିକପଟରରେ ଉଡିଥିଲେ ପାଣ୍ଡିଆନ୍ । RTI ତଥ୍ୟରେ ୩ ନିର୍ବାଚନ ମଣ୍ଡଳୀରେ ହେଲିପ୍ୟାଡ୍ ଖର୍ଚ୍ଚ ୭୫ ଲକ୍ଷ । ପ୍ରାବଧାନ ନଥାଇ କିଏ ଦେଇଥିଲା ଅନୁମତି ? More

ମମତାଙ୍କ ସହ କଥା ହେଲେ ମୋହନ; ଆଳୁ ଯୋଗାଣ ସ୍ବାଭାବିକ କରିବାକୁ କଲେ ଅନୁରୋଧ

ଓଡ଼ିଶାକୁ ଆଳୁ ଯୋଗାଣ ସ୍ବାଭାବିକ କରିବାକୁ ପଶ୍ଚିମବଙ୍ଗ ମୁକ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । More

ଆସିଛି ଡକରା, ଦିଲ୍ଲୀ ଯିବେ ଅଙ୍ଗନବାଡ଼ି ଦିଦି

ଦିଲ୍ଲୀର ଲାଲକିଲ୍ଲା ଠାରେ ଆୟୋଜିତ ହେବାକୁ ଥିବା ୭୮ ତମ ସ୍ୱାଧୀନତା ଦିବସ ସମାରୋହରେ ଯୋଗଦେବେ ଦିଦି ଲିଲି ପୁଷ୍ପିକା ଏକ୍କା । More

ଆଇନ ମନ୍ତ୍ରୀଙ୍କ ବଡ଼ ବୟାନ; କହିଲେ, ପାଣ୍ଡିଆନଙ୍କ ହେଲିକେପ୍ଟର୍ ଖର୍ଚ୍ଚର ହେବ ତଦନ୍ତ

ପାଣ୍ଡିଆନଙ୍କ ଉପରେ ତଦନ୍ତକୁ ନେଇ ପୁଣି ଦୋହରାଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଭିକେ ପାଣ୍ଡିଆନ ହେଲିକପ୍ଟର ପିଛା କେତେ ଖର୍ଚ୍ଚ ହୋଇଛି ସେନେଇ ସମ୍ପୂର୍ଣ୍ଣ ତଦନ୍ତ ହେବ । More

ପଶ୍ଚିମବଙ୍ଗ ସରକାରଙ୍କ ନୂଆ ଚାଲ୍, ଆଳୁ ଟ୍ରକ୍‌ ଜଗିବାକୁ ଲଗାଇଲେ ସିସିଟିଭି

ଓଡ଼ିଶା-ପଶ୍ଚିମବଙ୍ଗ ସୀମା ନୀଳଦା ଗାଁର ରାସ୍ତା କଡ଼ରେ ପଶ୍ଚିମବଙ୍ଗ ପୋଲିସ୍ ସିସିଟିଭି ଲଗାଇ ଆଳୁ ଗାଡ଼ି ରୋକିବାକୁ ଯୋଜନା କରିଛନ୍ତି । More

ଏମିତି ପୁଅ କାହାକୁ ନମିଳୁ, ସମ୍ପତ୍ତି ପାଇଁ ମାଆକୁ ମାରୁଛି ପୁଅ

ତିନି ତିନିଟା ପୁଅ ଜନ୍ମକରି ଏ ମା’ଟା ବୃଦ୍ଧା କାଳରେ ଟିକେ ଖୁସିରେ ରହିବ ବୋଲି ଭାବିଥିଲା । ହେଲେ ସବୁ ଇଚ୍ଛା ଯେମିତି ଏବେ ମରିଯାଇଛି । More

ରାଜ୍ୟରେ ଆଜିଠୁ କମିବ ବର୍ଷାର ପରିମାଣ, ୧୪ରୁ ପୁଣି ବର୍ଷିବ

୧୪ରୁ ପୁଣି ବର୍ଷାର ବିସ୍ତୃତି ବଢିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । More

Panchang Today 11th August 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୌର କର୍କଟ ମାସ ଶ୍ରାବଣ ଶୁକ୍ଳପକ୍ଷ । ଇଂରାଜୀରେ ୧୧ ତାରିଖ ରବିବାର। ଚନ୍ଦ୍ର- ତୁଳା ଅହୋରାତ୍ର। ତିଥି- ୬ଷ୍ଠୀ (ମଳ) ପ୍ରାତଃ ୦୫.୪୫ ଗତେ ୭ ମୀ। ଘାତଚନ୍ଦ୍ର- ନାସ୍ତି। ଘାତବାର- ମେଷ ରାଶିର । ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ପ୍ରାତଃ ୦୫.୪୫ ଗତେ ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ।  More

ପାଣ୍ଡିଆନ୍‌ଙ୍କ ହେଲିପ୍ୟାଡ୍ ପାଇଁ କେମିତି ଉଡ଼ିଛି ଆଖିବୁଜା ଅର୍ଥ ? RTIରୁ ମିଳିଲା ଆଖି ଖୋସା ତଥ୍ୟ

ତତ୍କାଳୀନ 5T ସଚିବ ଭି.କେ. ପାଣ୍ଡିଆନଙ୍କ ହେଲିକପଟରରେ ଉଡିବା ପାଇଁ ନା କେବଳ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି, ବରଂ ହେଲପ୍ୟାଡ୍, ବ୍ୟାରିକେଡ୍ ଓ ସଭାସ୍ଥଳ ନିର୍ମାଣରେ ବି ରାଜକୋଷରୁ ଖର୍ଚ୍ଚ ହୋଇଛି ପାଣି ଭଳି ଟଙ୍କା। More

ବିଜେଡିକୁ ଘାରୁଛି ଅନାସ୍ଥା ଭୟ, ଗୋଠ ଏକାଠି ରଖିବାକୁ ନବୀନଙ୍କ ପରାମର୍ଶ

ଅନାସ୍ଥା ପଲିଟିକ୍ସ ନେଇ ସରଗରମ ରାଜ୍ୟ ରାଜନୀତି। ସିଟ୍ ହରାଇବା ଭୟ ଘାରିଲାଣି ବିଜେଡିକୁ। ନିଜ ଗଡ଼ ବଞ୍ଚାଇବା ପାଇଁ ପୌର ପ୍ରତିନିଧିଙ୍କୁ ନେଇ ବୈଠକ କରିଛି ଦଳ। More

ବଡ଼ ଖବର; ଅଗଷ୍ଟ ୧୫ରେ ଆସିବ ସୁଭଦ୍ରା ଯୋଜନା SOP, ଜଣାପଡ଼ିବ କିଏ ପାଇବେ...

ଅଗଷ୍ଟ ୧୫ ତାରିଖରେ ଆସିବ ସୁଭଦ୍ରା ଯୋଜନା SOP । ଏନେଇ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ।  More

ଆଳୁ ଦରବୃଦ୍ଧିରୁ ସାମାନ୍ୟ ଆଶ୍ବସ୍ତି; ୩ କିଲୋକୁ ଶହେ ଟଙ୍କାରେ ବିକ୍ରି ଆରମ୍ଭ...

ତିନି ସପ୍ତାହ ପରେ ଆଳୁ ଦରବୃଦ୍ଧିରୁ ମିଳିଛି ସାମାନ୍ୟ ଆଶ୍ବସ୍ତି। ୪୦ ଟଙ୍କା ତଳକୁ ଖସିଛି ଦର। କାରଣ ରାଜ୍ୟର ବିଭିନ୍ନ ଆଳୁ ଗୋଦାମରେ ପହଞ୍ଚିଛି ୩୦୦ ଟ୍ରକ୍ ଆଳୁ। More

ଶଳାଭାଉଜ ଓ ନଣନ୍ଦେଇ ନଈକୁ ଡେଇଁବା ଘଟଣାରେ ଟ୍ବିଷ୍ଟ୍; ଚମକି ପଡ଼ିଲା ପୋଲିସ

କଟକ ତ୍ରିଶୁଳିଆ ବ୍ରିଜ୍ ଉପରୁ କାଠଯୋଡ଼ି ନଈକୁ ଡେଇଁବା ଘଟଣାରେ ଟୁଇଷ୍ଟ। ରାତିରେ ଭରାନଈକୁ ଡେଇଁଥିଲେ, ରାତି ପାହିଲାବେଳକୁ ପୁରୀ ଘାଟ ଥାନାରେ ହାଜର ହୋଇଗଲେ।  More