ସଂକ୍ଷେପରେ ଆଜିର ତାଜା ଖବର - Wednesday, 12 June 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ମୋହନ ସରକାରଙ୍କ ପ୍ରଥମ ନିଷ୍ପତ୍ତି, ଆସନ୍ତାକାଲି ଖୋଲିବ ଶ୍ରୀମନ୍ଦିର ୪ ଦ୍ୱାର

ଅନ୍ୟପକ୍ଷରେ ଖୁବଶୀଘ୍ର ସମୃଦ୍ଧ କୃଷକ ନୀତି ଯୋଜନା ଆସିବ । ଧାନ MSP ୩୧ ଟଙ୍କାକୁ ବୃଦ୍ଧି ନେଇ କମିଟି ଗଠନ ହେବ ବୋଲି ମଧ୍ୟ କହିଛନ୍ତି ମୁଖ୍ୟମନ୍ତ୍ରୀ । More

ମୋହନଙ୍କ ସଂଘର୍ଷମୟ ଯାତ୍ରା; ମୁଖ୍ୟମନ୍ତ୍ରୀ ବନିଲେ ସ୍କୁଲ୍ ପିଅନଙ୍କ ପୁଅ...

ସ୍ବର୍ଣ୍ଣିମ ଅଧ୍ୟାୟ ଲେଖିଲା କେନ୍ଦୁଝର ଜିଲ୍ଲାର ରାଇକଳା । ମୁଖ୍ୟମନ୍ତ୍ରୀ ସାଜି ସାଢ଼େ ୪ କୋଟି ଓଡ଼ିଆଙ୍କ ଭାଗ୍ୟ ବିଧାତା ମୋହନ । ଗୁରୁଜୀରୁ ସିଏମ୍ ଭଳି ଗୁରୁଦାୟିତ୍ବ ଯାଏଁ ମୋହନଙ୍କ ସଂଘର୍ଷମୟ ଯାତ୍ରା ।  More

ଜନତାଙ୍କ ଗହଣରେ ନୂଆ CM; ଶପଥ ଗ୍ରହଣ ପୂର୍ବରୁ ଶୁଣିଲେ ଗୁହାରି...

କାହା ଆଖିର ଲୁହ ପଢ଼ିଲେ...କାହା ମନର କୋହ ଶୁଣିଲେ । କେଉଁଠି ଛୋଟ ପିଲାଙ୍କୁ କୋଳେଇ ନେଲେ...କେଉଁଠି ବସ୍ତିରେ ପଶି ଲୋକଙ୍କ ଦୁଃଖ ବୁଝିଲେ। ଲୋକଙ୍କ ସାଥିରେ, ଲୋକଙ୍କ ଗହଣରେ ନୂଆ ସିଏମ୍ । More

ସାମ୍ବାଦିକଙ୍କ ପାଇଁ ଖୋଲିଲା ଲୋକସେବା ଭବନ, କୋଭିଡ୍‌ ଆଳରେ କଟକଣା ଲଗାଇଥିଲେ ପୂର୍ବ ସରକାର

୪ ବର୍ଷ ପରେ ଲୋକସେବା ଭବନକୁ ପ୍ରବେଶ ଅନୁମତି ମିଳିଲା । ୨୦୨୦ ମାର୍ଚ୍ଚ ମାସଠାରୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ଲୋକସେବା ଭବନକୁ ପ୍ରବେଶ ମନା ଥିଲା । More

ବାଚସ୍ପତି ହେବେ ସୁରମା ପାଢୀ; ରଣପୁର ବିଧାନସଭା ଆସନରୁ ହୋଇଛନ୍ତି ନିର୍ବାଚିତ

ସୁରମା ପାଢ଼ୀ ହେବେ ଓଡ଼ିଶା ବିଧାନସଭାର ବାଚସ୍ପତି । ରଣପୁର ବିଧାନସଭା ଆସନରୁ ହେଇଛନ୍ତି ନିର୍ବାଚିତ । ମେଣ୍ଟ ସରକାରରେ ଥିଲେ ସମବାୟ ମନ୍ତ୍ରୀ  ।  More

ଆସିଲା ମନ୍ତ୍ରୀ ତାଲିକା, ଶପଥ ନେବେ ୮ କ୍ୟାବିନେଟ ମନ୍ତ୍ରୀ ଓ ୫ ରାଷ୍ଟ୍ରମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ଭାବେ ମୋହନ ମାଝୀ ଓ ୨ ଜଣ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଓ ପ୍ରଭାତୀ ପରିଡ଼ାଙ୍କ ସହ ୧୩ ଜଣ ମନ୍ତ୍ରୀ ଆଜି ଶପଥ ନେବେ । ରାଜଭବନ ପକ୍ଷରୁ ପ୍ରକାଶ ପାଇଲା ମନ୍ତ୍ରୀ ତାଲିକା । More

କିଏ ହେବ ମନ୍ତ୍ରୀ ? ଏମାନଙ୍କ ପାଖକୁ ଆସିଲା ଫୋନ୍‌ କଲ୍‌...

ତେବେ ଏହାରି ମଧ୍ୟରେ ମନ୍ତ୍ରିମଣ୍ଡଳଙ୍କୁ ନେଇ ଆସିଛି ଏକ ବଡ଼ ଖବର। ମନ୍ତ୍ରିମଣ୍ଡଳରେ ସାମିଲ ହେବା ପାଇଁ ବିଧାୟକଙ୍କ ପାଖକୁ ଆସିଲା ଫୋନ୍‌ କଲ୍‌ । More

ପୋଲିଂ ବୁଥ୍‌ରେ ଗଣ୍ଡଗୋଳ ମାମଲା: ପ୍ରଶାନ୍ତ ଜଗଦ୍ଦେବଙ୍କୁ ମିଳିଲା ଜାମିନ

ପ୍ରଶାନ୍ତଙ୍କୁ ଜାମିନ ପ୍ରଦାନ କଲେ ହାଇକୋର୍ଟ । ଜାମିନ ଉପରେ ନିମ୍ନ ଅଦାଲତ ସର୍ତ୍ତ ସ୍ଥିର କରିବେ । More

ଭୁବନେଶ୍ୱରରେ ପହଞ୍ଚିଲେ ମୋଦି, ସନ୍ଧ୍ୟାରେ ଶପଥ ଗ୍ରହଣ ଉତ୍ସବରେ ହେବେ ସାମିଲ

ବାୟୁସେନାର ଏକ ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ସେ ସିଧା ରାଜଭବନ ଯାଇଛନ୍ତି । More

ଆଜିଠୁ ମୋହନ ସରକାର; ଶପଥ ଗ୍ରହଣ ପାଇଁ ଜନତା ମଇଦାନରେ ଭବ୍ୟ ଆୟୋଜନ

ଭୁବନେଶ୍ବର ଜନତା ମଇଦାନରେ ହୋଇଛି ଭବ୍ୟ ଆୟୋଜନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଉପସ୍ଥିତିରେ ଆୟୋଜିତ ହେବ ଶପଥ ଗ୍ରହଣ ଉତ୍ସବ। More

ଖୋଲିବ ଶ୍ରୀମନ୍ଦିର ଚାରିଦ୍ବାର, ଦୂର ହେବ ଦର୍ଶନ ଦୁର୍ଦ୍ଦଶା

ଖୋଲିବ ଶ୍ରୀମନ୍ଦିର ଚାରି ଦ୍ବାର । ଦୂର ହେବ ଭକ୍ତଙ୍କ ଦର୍ଶନ ଦୁର୍ଦ୍ଦଶା । ବୁଧବାର ରାଜ୍ୟରେ ବିଜେପି ସରକାରର ଶପଥ ଗ୍ରହଣ ସହ ଆରମ୍ଭ ହୋଇଯିବ କାଉଣ୍ଟଡାଉନ୍ । More

କାଲିଠୁ ରାଜ୍ୟରେ ବିଜେପି ରାଜ୍, ମୋଦି ଓ ଶାହଙ୍କ ଉପସ୍ଥିତିରେ ହେବ ଭବ୍ୟ ଶପଥ ସମାରୋହ

୨୪ ନିର୍ବାଚନରେ ବିପୁଳ ବିଜୟ ସହ ୨୪ ବର୍ଷର ବିଜେଡି ସରକାରକୁ ମାତ୍ ଦେବା ପରେ ଆସନ୍ତାକାଲିଠୁ ଓଡ଼ିଶାରେ ଆରମ୍ଭ ହେବାକୁ ଯାଉଛି ବିଜେପି ଶାସନ। More

'ମୋ ବାପା ମୁଖ୍ୟମନ୍ତ୍ରୀ, ସାଙ୍ଗମାନେ ପାର୍ଟି ମାଗିଲେଣି କିନ୍ତୁ ସେ ବ୍ୟସ୍ତ'

ମୋ ବାପା ହେଲେ ମୁଖ୍ୟମନ୍ତ୍ରୀ । ସାଙ୍ଗମାନେ ପାର୍ଟି ମାଗିଲେଣି କିନ୍ତୁ ବାପା ବର୍ତ୍ତମାନ ବ୍ୟସ୍ତ ଥିବେ । ସେ ଆସିଲେ ତାଙ୍କୁ ପାର୍ଟି ମାଗିବି । ତାଙ୍କୁ ଶୁଭେଚ୍ଛା ଜଣାଇବି । More

କନକବର୍ଦ୍ଧନ ଓ ପ୍ରଭାତୀ ପରିଡ଼ା ହେଲେ ରାଜ୍ୟର ଉପମୁଖ୍ୟମନ୍ତ୍ରୀ; କେମିତି ଥିଲା ତାଙ୍କର ରାଜନୈତିକ ଯାତ୍ରା, ଜାଣନ୍ତୁ...

କନକବର୍ଦ୍ଧନ ସିଂଦେଓ ଓ ପ୍ରଭାତୀ ପରିଡ଼ାଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତ କରିଛି ଦଳ । ଆସନ୍ତୁ ଜାଣିବା ସେମାନଙ୍କ ରାଜନୈତିକ କ୍ୟାରିଅର ବିଷୟରେ .. More

ଓଡ଼ିଶାର ମଙ୍ଗ ଧରିଲେ ମୋହନ ମାଝୀ; ଆସନ୍ତୁ ଜାଣିବା ତାଙ୍କର ପୂରା ରାଜନୈତିକ କ୍ୟାରିୟର୍

କିଛି ଦିନ ଧରି ଥିବା ସସପେନ୍ସର ଅନ୍ତ ହୋଇ ବିଧାୟକ ଦଳ ବୈଠକରେ ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନାମରେ ମୋହର ବାଜିଛି। ସେ କାହିଁକି ଓଡିଶା ମାଟିରେ ବିଜେପି ଦଳରୁ ହେଲେ ପ୍ରଥମ ମୁଖ୍ୟମନ୍ତ୍ରୀ। କିଏ ଏହି ମୋହନ। କ’ଣ ରହିଛି ତାଙ୍କର ରାଜନୈତିକ କ୍ୟାରିୟର୍। ଆସନ୍ତୁ ପୂରା ଖବର ଜାଣିବା। More