ସଂକ୍ଷେପରେ ଆଜିର ତାଜା ଖବର - Friday, 24 May 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ନିର୍ବାଚନ ସମୟରେ ନବୀନ ବନ୍ଦୀ !! ଉଦ୍ଧାର ପାଇଁ DGPଙ୍କୁ ଚିଠି ଲେଖିଲା ବିଜେପି

ଓଡ଼ିଶା ମାଟିରେ ବିଜେପିର ହାଇଭୋଲଟେଜ୍ କ୍ୟାଂପେନ୍ ବେଳେ ଜଣକ ପରେ ଜଣେ କେନ୍ଦ୍ରୀୟ ନେତାଙ୍କ ମୁହଁରେ ନବୀନଙ୍କୁ ଏଭଳି ଟାର୍ଗେଟ୍ ପରେ ଆଜି-ନବୀନଙ୍କୁ ବନ୍ଧନ ମୁକ୍ତ କରିବାକୁ ସିଧା ରାଜ୍ୟ ପୋଲିସ୍ ମହାନିର୍ଦ୍ଦେଶକଙ୍କୁ ଓଡ଼ିଶା ବିଜେପିର ଚିଠି। ଦଳର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ଲେଖିଛନ୍ତି- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବନ୍ଧନ କରି ରଖିଛନ୍ତି ଭି.କେ.ପାଣ୍ଡିଆନ। More

ହାରିବା ଭୟରେ ଟଙ୍କା ବାଣ୍ଟୁଛି କି ବିଜେଡି ! ସ୍ଵଚ୍ଛ ଶାସନରେ ନୋଟ୍‌ ଦେବାକୁ ନିର୍ଦ୍ଦେଶ ଦେଲା କିଏ ?

ରାତି ପାହିଲେ ତୃତୀୟ ପାଳି ଭୋଟ୍। ତା ଆଗରୁ କିନ୍ତୁ ଘୁରିବୁଲୁଛି ମାଳ ମାଳ ନୋଟ୍। କେଉଁଠି ଘରେ ପଶି ଦସ୍ତଖତ ପରେ ବଣ୍ଟାଯାଉଛି ତ ଆଉ କେଉଁଠି ମନ୍ଦିରରେ ରାଣ ନିୟମ କରାଇ SHGଙ୍କୁ ଟଙ୍କା ଦିଆଯାଉଛି। More

ରାତି ପାହିଲେ ତୃତୀୟ ପର୍ଯ୍ୟାୟ ନିର୍ବାଚନ, ବୁଥ୍ ରେ ପ୍ରସ୍ତୁତ ଇଭିଏମ୍; ବାଜିରେ ହେଭିୱେଟଙ୍କ ଭାଗ୍ୟ

ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ସବୁ ପ୍ରସ୍ତୁତି ଶେଷ । ଆସନ୍ତାକାଲି ସକାଳ ୭ରୁ ପଡିବ ଭୋଟ୍ । ସ୍ୱଚ୍ଛ, ଅବାଧ ଓ ଶାନ୍ତିପୂର୍ଣ୍ଣ ନିର୍ବାଚନ ପାଇଁ ସବୁ ପ୍ରସ୍ତୁତି କରାଯାଇଛି । More

୨୬ରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ

୨୬ରେ ମାଟ୍ରିକ ରେଜଲ୍ଟ । ୨୬ରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ । ପ୍ରେସ୍‌ମିଟ କରି ସୂଚନା ଦେଲେ ବୋର୍ଡ ସଭାପତି ।  More

ଭୋଟ୍ ପାଇଁ ନୋଟ୍: ଟଙ୍କା ବାଣ୍ଟିବାକୁ ନେଇ ଅଡୁଆରେ ଅଙ୍ଗନବାଡ଼ି କର୍ମୀ

ଟଙ୍କା ବାଣ୍ଟିବାକୁ ଯାଇ ଅଡୁଆରେ ଅଙ୍ଗନବାଡ଼ି ଦିଦି। ପୋଲିସ ସଂପୃକ୍ତ ଅଙ୍ଗନବାଡ଼ି ଦିଦି ଓ ତାଙ୍କ ସ୍ବାମୀଙ୍କୁ ଧରି ଥାନାରେ ଅଟକ ରଖିଛି। More

ବଙ୍ଗୋପସାଗରରେ ଦାନା ବାନ୍ଧୁଛି ବାତ୍ୟା; ୨୬ ସନ୍ଧ୍ୟା ସୁଦ୍ଧା ନେବ ଭୀଷଣ ରୂପ !

ଆସନ୍ତାକାଲି ସକାଳ ସୁଦ୍ଧା ବାତ୍ୟାର ରୂପ ନେବ ଓ ୨୬ ସନ୍ଧ୍ୟା ସୁଦ୍ଧା ଭୀଷଣ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି। ପାଣିପାଗ ବିଭାଗ ଏଭଳି ପୂର୍ବାନୁମାନ କରିଛି। More

ପିପିଲିରେ ରାଜନୈତିକ ହିଂସା; ମଙ୍ଗଳପୁର ସମିତି ସଭ୍ୟଙ୍କୁ ମାଡ଼ 

ପିପିଲିରେ ସମିତି ସଭ୍ୟଙ୍କୁ ମାଡ଼ । ମଙ୍ଗଳପୁର ପଞ୍ଚାୟତ ସମିତି ସଭ୍ୟଙ୍କୁ ଆକ୍ରମଣ, ୩ ଅଟକ । ସହଜପୁର ପଞ୍ଚାୟତ ସୁବୁଦ୍ଧିପଡ଼ାରେ ବିଜେଡି କର୍ମୀଙ୍କ ଆକ୍ରମଣ ଅଭିଯୋଗ ।  More

କାଲି ଭୋଟ୍ ଦେବ ଓଡ଼ିଶା; ମତାଧିକାର ସାବ୍ୟସ୍ତ କରିବେ ୯୪ ଲକ୍ଷରୁ ଅଧିକ ଭୋଟର...

ସରିଛି ସମସ୍ତ ପ୍ରସ୍ତୁତି। ଆସନ୍ତାକାଲି ରାଜ୍ୟରେ ୬ ଲୋକସଭା କଟକ, ଭୁବନେଶ୍ବର, ପୁରୀ, ଢେଙ୍କାନାଳ, କେନ୍ଦୁଝର, ସମ୍ବଲପୁର ସମେତ ଏହା ଅଧୀନରେ ଥିବା ୪୨ ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ହେବ। More

Panchang Today 24th May 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ସୌର ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ। ଇଂରାଜୀରେ ୨୪ ତାରିଖ ଶୁକ୍ରବାର। ଚନ୍ଦ୍ର- ବିଛା ଅହୋରାତ୍ର। ତିଥି-ପ୍ରତିପଦ ସନ୍ଧ୍ୟା ୦୭.୨୫ ଗତେ ୨ୟା। ଘାତଚନ୍ଦ୍ର- ନାସ୍ତି। ଘାତବାର- ବିଛା, ଧନୁ ଓ ମୀନ ରାଶିର। ପୁଷ୍କର ଦୋଷ- ସନ୍ଧ୍ୟା ୦୭.୨୫ ଗତେ ୧ ପାଦ-ପଶୁସମ୍ପଦ ନାଶ-ଅନ୍ନଦାନ। More

୨୪ ମହାସଂଗ୍ରାମରେ ଯୋଗୀଙ୍କ ହୁଙ୍କାର; କହିଲେ, ଓଡ଼ିଶାର ଅସ୍ମିତା ସହ ଖେଳୁଛନ୍ତି ତାମିଲବାବୁ

ଓଡ଼ିଶାର ଅସ୍ମିତା ସହ ଖେଳୁଛନ୍ତି ତାମିଲ ବାବୁ । ଶାସନକୁ କବ୍ଜା କରି ରାଜ୍ୟ ବିକାଶକୁ ୫୦ ବର୍ଷ ପଛକୁ ନେଇ ଯାଇଛି ଏଠିକାର ବାବୁରାଜ୍। ଆଜି ଏମିତି ପ୍ରଚଣ୍ଡ ହମଲା କରିଛନ୍ତି ୟୁପି ସିଏମ୍ ଯୋଗୀ ଆଦିତ୍ୟନାଥ । More

ମୋଦି ଆସିଲେ ଜନସମୁଦ୍ର, ନବୀନ ଆସିଲେ ଜମାରୁ ଜମୁନି ଗହଳି

ଗଲା କିଛି ଦିନ ଭିତରେ ନବୀନ, ରାଜଧାନୀରେ ତିନି ତିନିଟି ରୋଡ୍ ସୋ କରିଥିବା ବେଳେ କେଉଁ ଗୋଟିଏ ରୋଡ୍ ସୋ'ରେ ବି ସେମିତି ଭିଡ଼ ଦେଖିବାକୁ ମିଳିନଥିଲା । More

ମୁଖ୍ୟମନ୍ତ୍ରୀ ସେ ଶବ୍ଦ ବ୍ୟବହାର କରନ୍ତିନି, ପୁଣି ଭିଡିଓରେ କେମିତି କହିଲେ: ସମୀର ମହାନ୍ତି

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବନ୍ଧକ ରଖାଯାଇଛି । ପ୍ରେସମିଟରେ ଭିଡିଓ ଦେଖାଇ ଏଭଳି ସାଂଘାତିକ ଅଭିଯୋଗ କରିଛନ୍ତି ବିଜେପି ନେତା ସମୀର ମହାନ୍ତି । More

ନବୀନଙ୍କୁ ଆରାମ୍, ବିଜେପିକୁ କାମ; ବିଦା ହେବ ଆଉଟସୋର୍ସିଂ ସରକାର: ନଡ୍ଡା

ପ୍ରଥମ ଓ ଦ୍ୱିତୀୟ ଦଫା ଭଳି ତୃତୀୟ ଓ ଚତୁର୍ଥ ପାଳି ଭୋଟ୍ ପୂର୍ବରୁ ଶାସକ ବିଜେଡି ଉପରେ କେନ୍ଦ୍ରୀୟ ନେତାଙ୍କ ପ୍ରଚଣ୍ଡ ପ୍ରହାର । ମୟୁରଭଞ୍ଜ, ଭଦ୍ରକ, ଯାଜପୁର ଓ ଜଗତସିଂହପୁର ସଂସଦୀୟ କ୍ଷେତ୍ରରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ତ ସେପଟେ ସମ୍ବଲପୁର ଓ କେନ୍ଦୁଝର ସଂସଦୀୟ କ୍ଷେତ୍ରରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ନବୀନ ଏବଂ ପାଣ୍ଡିଆନଙ୍କୁ ଧୂଲେଇ କରିଛନ୍ତି । More

ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଜେପି ନଡ୍ଡା, ଶୀର୍ଷ ନେତୃତ୍ବଙ୍କ ସହ କରିବେ ଆଲୋଚନା

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଆଜି ୪ଟି ଜାଗାରେ ମାରାଥନ୍ ପ୍ରଚାର କରିବା ପରେ ବିଜେପି କାର୍ଯ୍ୟାଳୟକୁ ଯାଇଛନ୍ତି। ସେଠାରେ ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କରିବେ । More