Advertisment

Digital Payment System: ATM, ପର୍ସରେ ଟଙ୍କା ନାହିଁ UPI ଅଚଳ ହେଲେ କ'ଣ କରିବେ ?

Problem Of Money: ଅନଲାଇନ୍ ପେମେଣ୍ଟ କରିଦେବେ ବୋଲି ଭାବିଥିବେ କିନ୍ତୁ ଫୋନ ପେ କିମ୍ବା ଗୁଗୁଲ ପେ ରେ ପେମେଣ୍ଟ କରିବା ବେଳକୁ ୟୁପିଆଇ ଟ୍ରାନ୍ଜାକସନ ବା ପେମେଣ୍ଟ ହେଉନଥିବ । ନା ଟଙ୍କା ଦେଇ ପାରୁଥିବେ ନା କିଛି କହି ପାରୁଥିବେ । ସେତେବେଳେ ଆପଣ ଏକ ଅଜବ ସ୍ଥିତିରେ ପଡି ପାରନ୍ତି । ସାରା ଦେଶରେ ଅନଲାଇନ୍ ଟଙ୍କା ନେଣଦେଣ ବା ୟୁପିଆଇ ଟ୍ରାନଜାକସନ ସମସ୍ୟା ବଢୁଥିବାରୁ ୟୁଜର୍ସଙ୍କ ଏହାକୁ ନେଇ ଟେନସନ ବଢିବା ସ୍ବାଭାବିକ ।

ଅଦ୍ୟତନ ହୋଇଛି
UPI

UPI

Advertisment

ବୈଷୟିକ ଜ୍ଞାନକୌଶଳର ଦୌଡ଼ ବା ଟେକ୍ନୋଲୋଜିର ଟ୍ରେଣ୍ଡରେ ନିଜକୁ ଖାପ ଖୁଆଇ ଆଗକୁ ବଢିବା ପାଇଁ ଆମ ଭିତରେ ସତେ ଯେମିତି ପ୍ରତିଦ୍ବନ୍ଦିତା ଚାଲିଛି । ଏହାକୁ ନେଇ ଆମ ଭିତରେ ବ୍ୟାକୁଳତା ଏତେ ବଢିଯାଇଛି ଯେ, ପରିବର୍ତ୍ତନଶୀଳ ସମୟରେ ଆମେ ଆମ ଦୈନନ୍ଦିନ ଜୀବନରେ ସାଧାରଣରୁ ଅତି ସାଧାରଣ ବିଷୟକୁ ବି ଅଣଦେଖା କରିବା ଆରମ୍ଭ କରିଦେଲେଣି । ଉଦାହରଣ ଅନେକ, କିନ୍ତୁ ବର୍ତ୍ତମାନର ପ୍ରାସଙ୍ଗିକତା ଅନୁସାରେ କହିଲେ ଆମେ ଆମ ପକେଟରେ ନଗଦ ଅର୍ଥ ରଖିବା ଭୁଲି ଯିବା । ଗତ କିଛି ଦିନର ଘଟଣାକ୍ରମ ଓ ଲୋକଙ୍କ ତିକ୍ତ ଅନୁଭୂତି ଶୁଣିବା ପରେ ଏହା କହିବା ବାହୁଲ୍ୟ ଯେ, ଅଳ୍ପ ନୁହେଁ ବରଂ ବହୁ ସଂଖ୍ୟାରେ ଲୋକେ ଆଜି ଏହି ସମାନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

Advertisment

ପକେଟ ଉପରେ ପକାଉଥିବା ପ୍ରଭାବ ଧୀରେ ଧୀରେ ଆମ ମାନସିକତାକୁ ବି ଆକ୍ରାନ୍ତ କରିଲାଣି ଏବଂ ତାହା ହେଉଛି UPI ଯୁଗରେ ପକେଟରେ ଟଙ୍କା ନ ରହିବା । ନିଶ୍ଚିତ ଭାବେ କେହି ନା କେହି ଏହି ସମସ୍ୟାରେ ସମ୍ମୁଖୀନ ହୋଇଥିବେ ବା ହେଉଥିବେ ଯେତେବେଳେ ପର୍ସରେ ଟଙ୍କା ନଥିବା କିନ୍ତୁ ହୋଟେଲରେ ଖାଇ ସାରିଥିବେ ପେମେଣ୍ଟ ବେଳକୁ ୟୁପିଆଇ କାମ କରୁନଥିବ। ଥରେ ଚିନ୍ତା କରନ୍ତୁ, ରାସ୍ତା କଡ଼ର କେଉଁ ଏକ ଦୋକାନରେ ଚା' ପିଉଥିବେ, ପକେଟରେ ଟଙ୍କା ନଥିବ। ହୋଟେଲରେ ଖାଇ ସାରିଥିବେ ୱାଲେଟ୍ ଚେକ କଲାବେଳକୁ ଟଙ୍କା ନଥିବ । ବସ୍ ଯାତ୍ରା ହେଉ କିମ୍ୱା ମେଳା ମହୋତ୍ସବ, ହାଟ ବଜାର କିମ୍ୱା ପେଟ୍ରୋଲ ପମ୍ପ । ଅନଲାଇନ୍ ପେମେଣ୍ଟ କରିଦେବେ ବୋଲି ଭାବିଥିବେ କିନ୍ତୁ ଫୋନ ପେ କିମ୍ବା ଗୁଗୁଲ ପେ ରେ ପେମେଣ୍ଟ କରିବା ବେଳକୁ ୟୁପିଆଇ ଟ୍ରାନ୍ଜାକସନ ବା ପେମେଣ୍ଟ ହେଉନଥିବ । ନା ଟଙ୍କା ଦେଇ ପାରୁଥିବେ ନା କିଛି କହି ପାରୁଥିବେ । ସେତେବେଳେ ଆପଣ ଏକ ଅଜବ ସ୍ଥିତିରେ ପଡି ପାରନ୍ତି । ସାରା ଦେଶରେ ଅନଲାଇନ୍ ଟଙ୍କା ନେଣଦେଣ ବା ୟୁପିଆଇ ଟ୍ରାନଜାକସନ ସମସ୍ୟା ବଢୁଥିବାରୁ ୟୁଜର୍ସଙ୍କ ଏହାକୁ ନେଇ ଟେନସନ ବଢିବା ସ୍ବାଭାବିକ । ଥରେ ଚିନ୍ତା କରନ୍ତୁ, ୟୁପିଆଇ ଯୁଗରେ ଯଦି ପକେଟରେ ଟଙ୍କା ନାହିଁ ତେବେ କଣ ହେବ ।

ଅଧିକ ପଢ଼ନ୍ତୁ: ଆଖି ପିଛୁଳାକେ ଫେକ୍ ଆଧାର କାର୍ଡ ଓ ପାନ୍ କାର୍ଡ କରିଦେଉଛି ଚାଟ୍ ଜିପିଟି

Advertisment

ପରିତାପର ବିଷୟ ହେଉଛି ଆମେ ନିଶ୍ଚିତ ହୋଇଯିବା ଯେ, ଆଗକୁ ସ୍ଥିତି ଅତି ଗମ୍ଭୀର ଆଡକୁ ଗତି କରିପାରେ । ଇଣ୍ଟରନେଟ୍ ଏବଂ ୟୁପିଆଇ ଯୁଗରେ ପକେଟରେ ଯଦି କିଛି ଟଙ୍କା ନାହିଁ କିମ୍ୱା ରଖିବାକୁ ଭୁଲି ଯାଇଛନ୍ତି ତେବେ ବଡ଼ ବିପଦର ବି ସାମ୍ନା କରିବାକୁ ପଡ଼ିପାରେ। ଯଦି ପର୍ସ ଅଛି କିନ୍ତୁ ଟଙ୍କା ରଖିବା ଅଭ୍ୟାସ ଛାଡି ଦେଇଛନ୍ତି, ତେବେ ସମସ୍ୟା ଆପଣଙ୍କୁ ହରଡଘଣାରେ ପକାଇବା ପାଇଁ ଚାହିଁ ରହିବ । କାହିଁକିନା ଗଲା କିଛି ଦିନ ହେବ ସହର ହେଉ କି ଗାଁ ସବୁଠି ସେଇ ସମାନ ଅବସ୍ଥା କେଉଁଠି ଏଟିଏମରେ ଟଙ୍କା ନାହିଁ ତ ପୁଣି କେତେବେଳେ ସର୍ଭର ଡାଉନ କାରଣରୁ ୟୁପିଆଇ ଜରିଆରେ ଟଙ୍କା ନେଣଦେଣ କରିବା ସମ୍ଭବ ହେଉନାହିଁ । ଯଦି ପର୍ସରେ ଟଙ୍କା ନାହିଁ, ଅନେକ ସମୟରେ ଅଡୁଆ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡିଥାଏ । ନଜର ପକାନ୍ତୁ କିଛି ତଥ୍ୟ ଉପରେ....

ଗତ ଏପ୍ରିଲ ପହିଲାରେ ୩ ଘଣ୍ଟା ପାଇଁ କାମ କରିନଥିଲା SBIର ଡିଜିଟାଲ୍ ସର୍ଭିସ । କାହିଁକି ଏମିତି ହେଲା, କଣ ପାଇଁ ଏହି ସମସ୍ୟା ସୃଷ୍ଟି ହେଲା ବୋଲି ବୁଝିଲା ବେଳକୁ ଜଣାପଡ଼ିଲା ଯେ, ବାର୍ଷିକ ସମାପନ କାର୍ଯ୍ୟ ପାଇଁ ଡିଜିଟାଲ୍ ସର୍ଭିସ୍ ବନ୍ଦ ରହିଥିଲା । ଏପ୍ରିଲ ୧ ତାରିଖ ଦିନ ଅପରାହ୍ନ ୧ଟାରୁ ୪ଟା ପର୍ଯ୍ୟନ୍ତ ଡିଜିଟାଲ୍ ସର୍ଭିସ୍ ବନ୍ଦ ରହିଥିଲା । ଫଳରେ ଏସବିଆଇ ଗ୍ରାହକ ଅନଲାଇନ୍ ଟ୍ରାନଜାକସନ୍ କରିବାରେ ଗୁରୁତର ସମସ୍ୟାର ସମ୍ମୁଖୀନ ହୋଇଥିଲେ ।

Advertisment

ସର୍ଭର ଡାଉନ୍ କାରଣରୁ ବିଭିନ୍ନ ସମୟରେ ଟ୍ରାନ୍ଜାକସନରେ ସମସ୍ୟା ଦେଖାଯାଉଛି ବୋଲି ବ୍ୟାଙ୍କ ପକ୍ଷରୁ କୁହାଯାଇଥିଲା । ବ୍ୟାଙ୍କ ଏବଂ ୟୁପିଆଇ ପ୍ଲାଟଫର୍ମଗୁଡିକ ସେବା ପ୍ରଦାନ କରିବାରେ ବିଫଳ ହୋଇଥିଲେ ।

ଅନଲାଇନ୍ ଟ୍ରାନଜାକସନ କରୁଥିବା ୟୁଜର୍ସ ନାନା ସମସ୍ୟାର ସମ୍ମୁଖୀନ ହୋଇଥିଲେ । ନା କାହାକୁ ଟଙ୍କା ପଠାଇ ହୋଇଥିଲା ନା କିଏ ପଠେଇଲେ ଟଙ୍କା ପଇଠ ହୋଇଥିଲା । ଫୋନପେ, ଗୁଗୁଲପେ, ପେଟିଏମ୍ ଓ ଭିମ୍ ଭଳି ୟୁପିଆଇରେ ଏହି ସମସ୍ୟା ଦେଖିବାକୁ ମିଳିଥିଲା । ଏବେ ଏହି ସମସ୍ୟାକୁ ଆହୁରି ବଢାଇ ଦେଇପାରେ ଆସୁଥିବା ଆଉ ଏକ ନିୟମ । ଏହା ହେଉଛି ଯେ, ଯଦି ମୋବାଇଲ ନମ୍ୱର ଭାଲିଡିଟି ନାହିଁ ତେବେ ୟୁପିଆଇ ଟ୍ରାନ୍ଜାକସନ ବି ହୋଇପାରିବନି । ଅର୍ଥାତ ଆପଣଙ୍କ ରିଚାର୍ଜ ପ୍ଲାନ୍ ସରି ଯାଇଛି ଏବଂ ଦିନେ ଦୁଇ ଦିନ ବିଳମ୍ବ କରିଦେଇଛନ୍ତି , ଡାଟା ପ୍ୟାକ ବି ସରିଯାଇଛି ତେବେ ଆପଣ ଟ୍ରାନଜାକସନ କରିପାରିବେନି ।

ଏହି ସମସ୍ୟା ସେତେବେଳେ ଆମକୁ ବଡ଼ ସମସ୍ୟା ବୋଲି ଅନୁଭବ ହେଲା ଯେତେବେଳେ ଗତ କିଛି ଦିନ ହେବ ଓଡ଼ିଶା ସମେତ ସାରା ଭାରତ ବର୍ଷର ଅନେକ ଗାଁ ଓ ସହରରେ ଉପଲବ୍ଧ ଥିବା ବିଭିନ୍ନ ବ୍ୟାଙ୍କର ଏଟିଏମ୍ ରେ ଟଙ୍କା ଉଠାଣ ବେଳକୁ କ୍ୟାସ ନଥିବା ଦେଖିବାକୁ ମିଳିଲା । ସମସ୍ୟା ଦିନକର କି ସପ୍ତାହକର ନୁହେଁ ପ୍ରାୟ ସମୟରେ ପ୍ରମୁଖ ବ୍ୟାଙ୍କର ଏଟିଏମ୍ ରେ ଟଙ୍କା ଗାଏବ ଅର୍ଥାତ ନା ଟଙ୍କା ଡିପୋଜିଟ୍ ହେଉଛି ନା ଟଙ୍କା ଲୋକେ ଉଠାଇ ପାରୁଛନ୍ତି । କାହିଁକି ଏହି ସମସ୍ୟା ଗୁରୁତର ରୂପ ନେଲାଣି ବୁଝିଲା ବେଳକୁ ଜଣାପଡ଼ିଲା ଯେ, ଓଡ଼ିଶାରେ ୧୩ଶହ ଏସବିଆଇ ଏଟିଏମ୍ ଟଙ୍କା ଶୂନ୍ୟ ଅବସ୍ଥାରେ ରହିଛି । ସେହିଭଳି ଧିରେ ଧିରେ ଏ ସମସ୍ୟା ଅନ୍ୟ ବ୍ୟାଙ୍କକୁ ବି ମାଡ଼ିଲାଣି । ଦେଶରେ ବି ଏଭଳି ଏଟିଏମ୍ ସଂଖ୍ୟା ୩୮ ହଜାରରୁ ଅଧିକ ରହିଥିବା ଜଣାପଡ଼ିଛି ।

କାହିଁକି ଉପୁଜିଛି ଏଭଳି ଗୁରୁତର ସମସ୍ୟା ? ଏହି ପ୍ରଶ୍ନର ଉତ୍ତର ଖୋଜୁ ଖୋଜୁ ଜଣା ପଡ଼ିଲା ଯେ, ଏକ ଘରୋଇ କଂପାନୀ ଷ୍ଟେଟ ବ୍ୟାଙ୍କର ୧୪ ହଜାର, ଆକ୍ସିସ ବ୍ୟାଙ୍କର ୫ ହଜାର ଓ ଅନ୍ୟାନ୍ୟ ବ୍ୟାଙ୍କର ପ୍ରାୟ ୨୦ ହଜାର ପାଖାପାଖି ଏଟିଏମ୍ ଗୁଡ଼ିକରେ ଟଙ୍କା ପହଞ୍ଚାଇବା କାମ କରୁଥିଲା। ହେଲେ ଏହି କଂପାନୀ ହଠାତ୍ ଦେବାଳିଆ ହୋଇଯାଇଛି । କଂପାନୀ ପ୍ରାୟ ୭ଶହରୁ ଅଧିକ କୋଟି ଟଙ୍କା ପୈଠ କରିବାକୁ ସକ୍ଷମ ହୋଇପାରୁନି । ଯାହାଦ୍ବାରା ବ୍ୟାଙ୍କରୁ ଆଉ ସଂସ୍ଥା ପାଖକୁ ଟଙ୍କା ଯାଉନି ଓ ଅଧିକାଂଶ ଏଟିଏମ୍ ସବୁ ଟଙ୍କା ଶୂନ୍ୟ ହୋଇ ପଡ଼ିଛି ।

ତେଣୁ ଜୀବନ ଓ ଜୀବନଚର୍ଯ୍ୟା ଓ ଆର୍ଥିକ ନେଣଦେଣ କ୍ଷେତ୍ରରେ କ୍ରାନ୍ତି ଆଣିଥିବା ଇଣ୍ଟରନେଟ୍ ଓ ୟୁପିଆଇ ଯୁଗରେ ଆମେ ଟିକେ ସତର୍କ ଓ ସାବଧାନ ହେବାର ଆବଶ୍ୟକତା ରହିଛି । ଫଳରେ ଆଗକୁ ସାମ୍ନା କରୁଥିବା ସମସ୍ୟାର ସମ୍ମୁଖୀନ ଆମେ ପକେଟରେ ଥିବା ନଗଦ ନୋଟ୍ ବା କ୍ୟାସ୍ ରୁ କରିପାରିବା । ଶେଷରେ ଏତିକି କୁହାଯାଇପାରେ ଯେ, ୟୁପିଆଇ ୟୁଜ୍ କରିବା ଭଲ କିନ୍ତୁ ପକେଟରେ ଟଙ୍କା ନ ରଖିବା ଏହା ତ ଭଲ କଥା ଜମା ନୁହେଁ । ତେଣୁ ଆଗକୁ ସମସ୍ୟାର ସମାଧାନ ପାଇଁ ଆଜି ହିଁ ନିଜ ଅଭ୍ୟାସ ବଦଳାଇବାର ଆବଶ୍ୟକତା ଅନୁଭବ ହେଉଛି ।

ଅଧିକ ପଢନ୍ତୁ: ପର୍ସନାଲ ଫଟୋକୁ Ghibli ଷ୍ଟାଇଲ କରାଉଛନ୍ତି କି ?, ହୋଇଯାଆନ୍ତୁ ସତର୍କ ନହେଲେ...

BHIM UPI Through Online Cash Payment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ