Advertisment

BMC Holding Tax Defaulters: ହୋଲ୍ଡିଂ ଟ୍ୟାକ୍ସ ଖିଲାପକାରୀଙ୍କ ନୂଆ ତାଲିକା କେବେ ଛାଡ଼ିବ BMC

ବିବାଦ ସେତେବେଳେ ଆରମ୍ଭ ହେଲା, ଯେତେବେଳେ ବିଏମସି ତରଫରୁ ୧୧ ମାର୍ଚ୍ଚ ୨୦୨୫ରେ ୩୧ଟି ପ୍ରମୁଖ ହୋଲ୍ଡିଂ ଟ୍ୟାକ୍ସ ଖିଲାପକାରୀ ସଂସ୍ଥାଙ୍କର ଏକ ତାଲିକା ଏହାର ସୋସିଆଲ୍ ମିଡିଆ ଇନଷ୍ଟାଗ୍ରାମରେ ଛାଡ଼ିଲା। ଏହି ୩୧ ଖିଲାପକାରୀଙ୍କ ମଧ୍ୟରୁ ୧୬ଟି ସଂସ୍ଥାର ବାକିଆ ଟଙ୍କା ୧ କୋଟିରୁ ଅଧିକ ଲେଖାଏଁ ଟଙ୍କା ହୋଇଥିବା ବେଳେ, ୧୫ଟି ସଂସ୍ଥାଙ୍କର ବାକିଆ ୫୦ ଲକ୍ଷରୁ ୧ କୋଟି ଟଙ୍କା ମଧ୍ୟରେ ରହିଥିଲା।

BMC Holding Tax Defaulters

BMC Holding Tax Defaulters

Advertisment

ମେୟରସୁଲୋଚନା ଦାସ ବଡ଼ ପାଟିରେ କହିଦେଲେ, ଭୁବନେଶ୍ୱର ମ୍ୟୁନିସିପାଲ୍ କର୍ପୋରେସନ୍ (BMC) ଅଧୀନରେ ଯେଉଁ ବ୍ୟକ୍ତି ବା ସଂସ୍ଥା ହୋଲ୍ଡିଂ ଟ୍ୟାକ୍ସ ଦେବାରେ ଖିଲାପ କରିଥିଲେ, ଖୁବଶୀଘ୍ର ଆମେ ସେହି ଖିଲାପକାରୀଙ୍କ ଅପଡେଟ୍ ତାଲିକା ସାଧାରଣରେ ପ୍ରକାଶ କରିବୁ। କିନ୍ତୁ ୭ ଦିନ ବିତି ଗଲାଣି, ଏଯାଏଁ BMC ତରଫରୁ ହୋଲ୍ଡିଂ ଟ୍ୟାକ୍ସ ଖିଲାପକାରୀଙ୍କର କୌଣସି ନୂଆ ତାଲିକା ପ୍ରକାଶ କରାଯାଇ ନାହିଁ।

Advertisment

ବିବାଦ ସେତେବେଳେ ଆରମ୍ଭ ହେଲା, ଯେତେବେଳେ ବିଏମସି ତରଫରୁ ୧୧ ମାର୍ଚ୍ଚ ୨୦୨୫ରେ ୩୧ଟି ପ୍ରମୁଖ ହୋଲ୍ଡିଂ ଟ୍ୟାକ୍ସ ଖିଲାପକାରୀ ସଂସ୍ଥାଙ୍କର ଏକ ତାଲିକା ଏହାର ସୋସିଆଲ୍ ମିଡିଆଇନଷ୍ଟାଗ୍ରାମରେ ଛାଡ଼ିଲା। ଏହି ୩୧ ଖିଲାପକାରୀଙ୍କ ମଧ୍ୟରୁ ୧୬ଟି ସଂସ୍ଥାର ବାକିଆ ଟଙ୍କା ୧ କୋଟିରୁ ଅଧିକ ଲେଖାଏଁ ଟଙ୍କା ହୋଇଥିବା ବେଳେ, ୧୫ଟି ସଂସ୍ଥାଙ୍କର ବାକିଆ ୫୦ ଲକ୍ଷରୁ ୧ କୋଟି ଟଙ୍କା ମଧ୍ୟରେ ରହିଥିଲା।

ଏହି ତାଲିକାର ବହୁଳ ପ୍ରସାର ପାଇଁ ବିଏମସି ତରଫରୁ ବିଭିନ୍ନ ଗଣମାଧ୍ୟମ ସଂସ୍ଥାକୁ ଏହାର ସ୍କ୍ରିନସର୍ଟ ସେୟାର କରାଯାଇଥିଲା। କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବରେ ବିଏମସି ଛାଡ଼ିଥିବା ଏହି ଖିଲାପକାରୀ ତାଲିକାଟି ତା ପରଦିନ ହଠାତ୍ ଇନଷ୍ଟାଗ୍ରାମରୁ ଡିଲିଟ୍ କରିଦିଆ ଯାଇଥିଲା। ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ସ୍ୱଭାବିକ। ପ୍ରଶ୍ନ ଉଠିଲା, ବିଏମସି ହୋଲଡିଂ ଟ୍ୟାକ୍ସ ଖିଲାପକାରୀଙ୍କ ତାଲିକା ପବ୍ଲିକରେ ଛାଡ଼ିଲା କାହିଁକି, ପୁଣି ତାକୁ ହଠାତ୍ ଡିଲିଟ୍ କଲା କାହିଁକି।

Advertisment

ପୂର୍ବରୁ ବିଏମସିର ଡେପୁଟୀ କମିଶନର (ରାଜସ୍ୱ) ଅଜୟ ମହାନ୍ତିଙ୍କ ସୂଚନା ଅନୁଯାୟୀ, ଏହା ପୁରୁଣା ତାଲିକା, କିଛି ସପ୍ତାହ ପୂର୍ବର ତଥ୍ୟକୁ ନେଇ ଖିଲାପକାରୀଙ୍କ ତାଲିକା ପ୍ରସ୍ତୁତ କରାଯାଇଥିଲା, ଯେଉଁଥିରୁ କିଛି ଖିଲାପକାରୀ ହୁଏତ ସେମାନଙ୍କର ଦେୟ ପଇଠ କରି ସାରିଛନ୍ତି କିମ୍ବା ଅଳ୍ପ ଅଳ୍ପ ଦେଇଛନ୍ତି।

ମାର୍ଚ୍ଚ ୧୨ ତାରିଖ ସାମ୍ବାଦିକ ସମ୍ମିଳନୀରେ ମଧ୍ୟ ବିଏମସି ମେୟରସୁଲୋଚନା ଦାସ ସେଇ କଥାକୁ ଦୋହରାଇଥିଲେ। ସ୍ୱୀକାର କରିଥିଲେ ଯେ, ବିଏମସି ତରଫରୁ ସର୍ବସାଧାରଣ କରାଯାଇଥିବା ଏହି ଖିଲାପକାରୀ ତାଲିକାଟି ପୁରୁଣା, ଅର୍ଥାତ ଏଥିରେ ସର୍ବଶେଷ ତଥ୍ୟ ନାହିଁ। ତେଣୁ ତାଲିକାଟି ଛାଡ଼ିବା ଭୁଲ୍ ଥିଲା। ପ୍ରତିଶ୍ରୁତି ଦେଇଥିଲେ, ଖୁବଶୀଘ୍ର ବିଏମସି ଖିଲାପକାରୀଙ୍କର ଏକ ନୂଆ ତାଲିକା ପ୍ରକାଶ କରିବ। କିନ୍ତୁ ଏବେ ସୁଦ୍ଧା କୌଣସି ତାଲିକାର ଦେଖାନାହିଁ।

Advertisment

ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ହୋଲ୍ଡିଂ ଟ୍ୟାକ୍ସ ବାବଦକୁ ବିଏମସି ୧୩୨ କୋଟି ଟଙ୍କା ଆଦାୟ କରିବାକୁ ଟାର୍ଗେଟ୍ ରଖିଥିବା ବେଳେ, ଏବେଯାଏଁ ଆଦାୟ ହୋଇପାରିଛି ୮୦ କୋଟି ଟଙ୍କା। ମେୟର ମହାଶୟା କହିଛନ୍ତି, ଯେଉଁ ସଂସ୍ଥା ଗୁଡ଼ିକ ବିଏମସିଠାରୁ ସେବା ପାଉଛନ୍ତି ସେମାନେ ଠିକ୍ ସମୟରେ ହୋଲ୍ଡିଂ ଟ୍ୟାକ୍ସ ପଇଠ କରିଦେବା ଦରକାର। କିନ୍ତୁ ଏବେଯାଏଁ ବିଏମସି କାହିଁକି ନୂଆ ତାଲିକା ପ୍ରକାଶ କରିପାରି ନାହିଁ ସେ ବାବଦରେ କିଛି କହିନାହାଁନ୍ତି।

ହୋଲଡ଼ିଂ ଟ୍ୟାକ୍ସ ଆଦାୟରେ ବିଏମସି ଛୋଟିଆ ସଂସ୍ଥା ଗୁଡ଼ିକ ଉପରେ ଯେମିତି ହାକିମାତି ଦେଖାଉଛି, ବଡ଼ ସଂସ୍ଥାଙ୍କ ବିରୋଧରେ ସେପରି ଟେମ୍ପର ଦେଖାଇ ପାରୁନାହିଁ।

ହୋଲଡ଼ିଂ ଟ୍ୟାକ୍ସ ଖିଲାପକାରୀଙ୍କ ଅରିଜିନାଲ୍ ତାଲିକାରେ କିଟ୍, ସୋଆ, ଲାଇଫ୍ ଲାଇନ୍ ମଲ୍ଟି ଭେନଚ୍ୟୁଓର୍ସ ପ୍ରାଇଭେଟ୍ ଲିମିଟେଡ଼, ଆଦିତ୍ୟ ବିର୍ଲା ଓ ଆଇବିଏମ୍ ପରି କିଛି ବଡ଼ ଶିକ୍ଷାନୁଷ୍ଠାନ ତଥା କର୍ପୋରେଟ୍ ସଂସ୍ଥାଙ୍କ ନାଁ ରହିଥିଲା। କିନ୍ତୁ ପରେ ବିଏମସି ଏହି ତାଲିକା ହଟେଇ ଦେଇ ସ୍ପଷ୍ଟୀକରଣରେ କହିଥିଲା ଯେ, ତାଲିକାରେ ଥିବା କିଛି ସଂସ୍ଥା ସେମାନଙ୍କ ଦେୟ ଦେଇ ସାରିଛନ୍ତି, କିନ୍ତୁ ଭୁଲ୍ କ୍ରମେ ତାଲିକା ଅପଡେଟ୍ ହୋଇନାହିଁ। ପ୍ରତି ତିନମାସରେ ଥରେ ତାଲିକା ଅପଡେଟ୍ ହେବା କଥା, କିନ୍ତୁ ଆର୍ଥିକ ବର୍ଷ ଶେଷ ପାଇଁ କାମ ଚାପରେ ତାହା ହୋଇପାରି ନାହିଁ।

Bhubaneswar Municipal Corporation Corruption Holding Tax Holding Tax Defaulters Bhubaneswar Holding Tax Defaulters BMC
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ