Advertisment

ପୁଣି BJD ରେ ପାଣ୍ତିଆ‌ନ୍‌ଙ୍କ ଦବଦବା ! ବ୍ୟୁରୋକ୍ରାଟ୍ ପରେ କର୍ପୋରେଟ୍ ଭରସାରେ ନବୀନ

ପୁଣି ପାଣ୍ଡିଆନଙ୍କ ରିମୋଟ୍ କଣ୍ଟ୍ରୋଲରେ ରହିଲା ବିଜେଡି! ବିନା ସମୀକ୍ଷାରେ ଦଳ କଲା ସଙ୍ଗଠନର ପୁନର୍ବିନ୍ୟାସ। ଆଉ ସେଥିରେ ପୁଣି କୋଟେରୀ ଗ୍ରୁପ ହାତରେ କ୍ଷମତା।

undefined

VK Pandian

Advertisment

ରାଜନୀତିରୁ ପାଣ୍ଡିଆନଙ୍କ ସନ୍ନ୍ୟାସ ଧର୍ମକୁ ଆଖିଠାର। ବିଜେଡି ନୂଆ କମିଟି ଆଉ ଦାୟିତ୍ୱ ଦେଖିଲେ ସେମିତି କିଛି ମନେ ହେଉଛି। କାହିଁକି ନା ନବୀନଙ୍କ ରାଜନୈତିକ ସଚିବ ଭାବେ ଦାୟିତ୍ୱ ମିଳିଛି ସନ୍ତୃପ୍ତ ମିଶ୍ରଙ୍କୁ। ରାଜନୈତିକ ଅଭିଜ୍ଞତା କି ସାଙ୍ଗଠନିକ ଦକ୍ଷତା ନଥାଇ ବି ସନ୍ତୃପ୍ତଙ୍କୁ ଏହି ପଦରେ ନିଯୁକ୍ତି ପଛରେ ପାଣ୍ଡିଆନ ଥିବା କହିଛନ୍ତି ରାଜନୈତିକ ସମୀକ୍ଷକ। ଏହା ସହ ନୂଆ ତାଲିକାରେ ପ୍ରଣବପ୍ରକାଶ ଦାସ ଏବଂ ମାନସ ମଙ୍ଗରାଜ ନାଁ ନଥିବାକୁ ନେଇ ବି ଅନେକ ଚର୍ଚ୍ଚା।

Advertisment

ପୁଣି ପାଣ୍ଡିଆନଙ୍କ ରିମୋଟ୍ କଣ୍ଟ୍ରୋଲରେ ରହିଲା ବିଜେଡି! ବିନା ସମୀକ୍ଷାରେ ଦଳ କଲା ସଙ୍ଗଠନର ପୁନର୍ବିନ୍ୟାସ। ଆଉ ସେଥିରେ ପୁଣି କୋଟେରୀ ଗ୍ରୁପ ହାତରେ କ୍ଷମତା। ବ୍ୟୁରୋକ୍ରାଟ୍ ପରେ କର୍ପୋରେଟ୍ ଭରସାରେ ନବୀନ। ଗତକାଲି ରାଜ୍ୟ ପଦାଧିକାରୀ କମିଟିକୁ ବାତିଲ କରି କିଛି ନୂଆ ଦାୟିତ୍ୱ ବାଣ୍ଟିଛି ବିଜେଡି। ସବୁଠୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିଛି କର୍ପୋରେଟ୍ ଦୁନିଆରୁ ରାଜନୀତିକୁ ଆସିଥିବା ସନ୍ତୃପ୍ତ ମିଶ୍ରଙ୍କୁ। ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ରାଜନୈତିକ ସଚିବ ଭାବେ ଦାୟିତ୍ୱ ତୁଲାଇବେ ସନ୍ତୃପ୍ତ।

ଏଠି ପ୍ରଶ୍ନ ଉଠୁଛି ରାଜନୈତିକ ସଚିବ ପଦରେ ଜଣେ ଅନୁଭବୀ ତଥା ରାଜନୈତିକ ଲୋକଙ୍କୁ ନ ରଖି କାହିଁକି ସନ୍ତୃପ୍ତଙ୍କ ଉପରେ ଭରସା କଲେ ନବୀନ? ନିର୍ବାଚନ ପୂର୍ବରୁ ମାତ୍ର କିଛି ଦିନ ତଳେ କର୍ପୋରେଟ୍ ଚାକିରି ଛାଡି ବିଜେଡିରେ ଯୋଗ ଦେଇଥିଲେ ସନ୍ତୃପ୍ତ। ଯଦିଓ ସେ କଟକ ଲୋକସଭାରୁ ନିର୍ବାଚନ ଲଢିଥିଲେ, ହେଲେ ଏତେଟା ରାଜନୈତିକ ଅଭିଜ୍ଞତା ନାହିଁ କି ଗ୍ରାଉଣ୍ଡ ସ୍ତରର ନେତାଙ୍କ ସହ ସେମିତି ସଂପର୍କ ନାହିଁ।

Advertisment

କୁହାଯାଉଛି ସନ୍ତୃପ୍ତ ହେଉଛନ୍ତି ପାଣ୍ଡିଆନଙ୍କ ଲୋକ। ପାଣ୍ଡିଆନ୍ ହିଁ ତାଙ୍କୁ ରାଜନୀତିକୁ ଆଣିଥିଲେ। ରାଜନୈତିକ ସମୀକ୍ଷକଙ୍କ ମତରେ, ପାଣ୍ଡିଆନ ନିଜେ ସକ୍ରିୟ ରାଜନୀତିରୁ ଦୂରେଇ ଥିଲେ ମଧ୍ୟ ସନ୍ତୃପ୍ତଙ୍କ ଜରିଆରେ ଦଳର ଡୋରିକୁ ନିଜ ପାଖରେ ରଖିବାରେ ସଫଳ ହୋଇଛନ୍ତି। ଏହା ସହ କ୍ଷମତାରୁ ହଟିଥିଲେ ବି ବିଜେଡି ସହ କର୍ପୋରେଟ୍ ଲିଆସିନିଂରେ ମଧ୍ୟ ସନ୍ତୃପ୍ତଙ୍କ ଭୂମିକା ରହିବ ବୋଲି ଚର୍ଚ୍ଚା ହେଉଛି।

ଗୁରୁତ୍ୱପୂର୍ଣ୍ଣ କଥା ହେଲା ବିଜେଡିର ପରାଜୟ ପରେ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ବିରୋଧରେ ଅସନ୍ତୋଷ ତେଜିବାରେ ଲାଗିଛି। ପାଣ୍ଡିଆନ, ପ୍ରଣବ ଏବଂ ମାନସ ମଙ୍ଗରାଜଙ୍କୁ ଦାୟୀ କରି କିଛି ନେତା ଖୋଲାଖୋଲି ମୁହଁ ଖୋଲିଛନ୍ତି। ତା ସହ ଶଙ୍ଖ ଭବନରେ ବିଜେଡି ଛାତ୍ର ଓ ଯୁବର ଗୋଟିଏ ଗୋଷ୍ଠୀ ତୀବ୍ର ବିରୋଧ କରିଥିଲେ। ପାଣ୍ଡିଆନ ରାଜନୀତିରୁ ସନ୍ନ୍ୟାସ ନେଇଥିବା ବେଳେ ପୁରୁଣା କମିଟି ଭାଙ୍ଗି ଯିବା ପରେ ସାଙ୍ଗଠନିକ ସଂପାଦକ ପଦବି ହରାଇଛନ୍ତି ବବି ଦାସ। ଆଉ ବିଜେଡି ଗଣମାଧ୍ୟମ ସଂଯୋଜକ ପଦବିରୁ ମାନସ ମଙ୍ଗରାଜଙ୍କୁ ହଟାଇ ପ୍ରତାପ ଜେନାଙ୍କୁ ଦାୟିତ୍ୱ ମିଳିଛି।

Advertisment

ହେଲେ କୁହାଯାଉଛି ମୁଖପାତ୍ର ଏବଂ ମିଡିଆ ଟିମ୍‌ରେ କିନ୍ତୁ ଉଭୟ ନେତାଙ୍କ ଗ୍ରୁପଙ୍କୁ ଗୁରୁତ୍ୱ ମିଳିଛି। ବିଜେଡି ନୂଆ ମୁଖପାତ୍ର ଟିମ୍‌ରେ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ, ପ୍ରମିଳା ମଲ୍ଲିକ, ଦେବୀ ପ୍ରସାଦ ମିଶ୍ର, ପ୍ରତାପ ଦେବ, ଅରୁଣ ସାହୁଙ୍କ ଭଳି ନେତାଙ୍କୁ ମୁଖପାତ୍ର ଭାବେ ଦାୟିତ୍ୱ ଦିଆଯାଇଛି। ଅନ୍ୟପଟେ ସନ୍ତୃପ୍ତ ମିଶ୍ର, କଳୀକେଶ ସିଂଦେଓ, ଅମର ପଟ୍ଟନାୟକ, ସସ୍ମିତ ପାତ୍ର, ପ୍ରଦୀପ ମାଝୀଙ୍କୁ ଜାତୀୟ ମୁଖପାତ୍ର ଭାବେ ଦାୟିତ୍ୱ ମିଳିଛି।

ଦଳ ଭିତରେ ଦିନକୁ ଦିନ ବଢୁଛି ଚାପ ଆଉ ଆସନ୍ତୋଷ। ଏମିତି କି ନେତା ଖୋଲାଖୋଲି ବିଭୀଷଣ ଏବଂ ଢୋଲ ଭିତରେ ମୂଷା ଉପାଖ୍ୟାନ କହି ନିର୍ଦ୍ଦିଷ୍ଟ ଗୋଷ୍ଠୀ ବିରୋଧରେ ମୁହଁ ଖୋଲିଛନ୍ତି। କିନ୍ତୁ ଦଳ ସେସବୁ ଖୋଳତାଡ଼ ନକରି ସିଧା କମିଟି ଗଢିବା ବିଜେଡି ପାଇଁ ବୁମେରାଂ ହୋଇପାରେ ବୋଲି କୁହାଯାଉଛି।

Naveen Patnaik BJD Odisha Politics VK Pandian
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ