Advertisment

କଳିଙ୍ଗ ପୁରସ୍କାର ବନ୍ଦ ପ୍ରସଙ୍ଗ: ଓଡ଼ିଆ ଅସ୍ମିତା କୁଆଡ଼େ ଗଲା କହି ବର୍ଷିଲେ ବିଜେଡି ନେତା

ଗୃହରେ ଉଠିଲା କଳିଙ୍ଗ ପୁରସ୍କାର ପ୍ରସଙ୍ଗ। କଳିଙ୍ଗ ପୁରସ୍କାର ନେଇ ବିଜେଡି-ବିଜେପି କଥା କଟାକଟି।

ଅଦ୍ୟତନ ହୋଇଛି
BJD BJP MLAs Face Off Over Kalinga Award

Kalinga Prize

Advertisment

କଳିଙ୍ଗ ପୁରସ୍କାର ନେଇ ବିଜେଡି-ବିଜେପି କଥା କଟାକଟି। ଆଜି ବିଧାନସଭା ଶୂନ୍ୟକାଳରେ ପୁରସ୍କାର ପ୍ରସଙ୍ଗରେ ବିଜେଡି ଓଡିଆ ଅସ୍ମିତା ଆଳରେ ସରକାରଙ୍କୁ ଘେରି ଥିବାବେଳେ ଏହାର କାଉଣ୍ଟର କରିଛି ବିଜେପି।

Advertisment

କେନ୍ଦ୍ର ସରକାର କଳିଙ୍ଗ ପୁରସ୍କାର ପାଇଁ ଅର୍ଥିକ ସହାୟତା ବନ୍ଦ କରିଛନ୍ତି। ଏହି କାରଣରୁ ଅନ୍ତର୍ଜାତୀୟ ପୁରସ୍କାର ଆଉ ଦିଆଯାଇ ପାରୁନାହିଁ ବୋଲି ଅଭିଯୋଗ ଆଣିଥିଲା ବିଜେଡି। କେନ୍ଦ୍ର ସରକାର ଏବେ ରାଷ୍ଟ୍ରୀୟ ବିଜ୍ଞାନ ପୁରସ୍କାର ଦେଉଛନ୍ତି । କିନ୍ତୁ କାହିଁକି ଏଭଳି ଏକ ଅନ୍ତର୍ଜାତୀୟ ପୁରସ୍କାର ବନ୍ଦ କଲେ ବୋଲି ପ୍ରଶ୍ନ କରିଥିଲେ ବିଜେଡି ବିଧାୟକ କଳିକେଶ ନାରାୟଣ ସିଂହଦେଓ ଓ ଗୌତମ ବୁଦ୍ଧ ଦାସ।

ଅଧିକ ପଢ଼ନ୍ତୁ: ମଞ୍ଚରେ ବିଧାୟକ-ସାଂସଦ ମୁହାଁମୁହିଁ; କଥା କଟାକଟି ନେଇ ଯାଜପୁର ରାଜନୀତି ସରଗରମ

Advertisment

ଏହା କେବଳ ଓଡ଼ିଶା ପାଇଁ ନୁହେଁ ପୁରା ଭାରତର ସମ୍ମାନର କଥା । ଏହି ପୁରସ୍କାର ଚାଲୁ ରଖିବା ପାଇଁ ଉଦ୍ୟମ କରାଯାଉ । ପୁରସ୍କାର କିପରି ପୁନଃ କାର୍ଯ୍ୟକାରୀ ହୋଇପାରିବ ଦିଗରେ ଗୃହରେ ସର୍ବସମ୍ମତି ପ୍ରସ୍ତାବ ପାରିତ କରାଯାଉ କହି ଉଦବେଗ ପ୍ରକାଶ କରିଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କୁ ଚିଠି ଲେଖି ପୁନଃ ଏହାକୁ ଆରମ୍ଭ କରିବା ପାଇଁ ନିବେଦନ କରିଥିଲେ ସୁଦ୍ଧା ଆଜି ଯାଏଁ କୌଣସି ଉତ୍ତର ଆସିନଥିବା ସେମାନେ ଗୃହରେ ବିବୃତି ରଖିଛନ୍ତି।

ସେପଟେ ବିଜେଡିକୁ କାଉଣ୍ଟର କରି ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ କହିଥିଲେ, ଓଡ଼ିଆ ଅସ୍ମିତା କଥା କହୁଥିବା ଲୋକ ନିଜ ପୁରସ୍କାର କଥା ଚିନ୍ତା କରନ୍ତୁ। ୨୦୧୭ରୁ ସାହିତ୍ୟ ଏକାଡେମୀ ପୁରସ୍କାର ଦିଆ ଯାଇନାହିଁ। ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ଦୁଇ ବର୍ଷ ହେଲାଣି ଦିଆ ଯାଇନାହିଁ। ଫିଲ୍ମ ଆୱାର୍ଡ଼, ଫକୀର ମୋହନ ଆୱାର୍ଡ଼, ମନୋଜ ଦାସ ଆୱାର୍ଡ ବି ବନ୍ଦ ଅଛି। ଏହା କଣ ଓଡ଼ିଆ ଅସ୍ମିତା ନଥିଲା କି ବୋଲି ପ୍ରଶ୍ନ କରିଥିଲେ ବିଜେପି ବିଧାୟକ ଟଙ୍କଧର।

Advertisment

କାହିଁକି ଦିଆଯାଏ କଳିଙ୍ଗ ପୁରସ୍କାର ?

ୟୁନେସ୍କୋ କଳିଙ୍ଗ ପୁରସ୍କାର ବିଜ୍ଞାନର କ୍ଷେତ୍ରରେ ଦିଆଯାଉଥିବା ବିଶ୍ଵର ଅନ୍ୟତମ ଶ୍ରେଷ୍ଠ ପୁରସ୍କାର। ୧୯୫୨ ମସିହାରେ ବିଜୁ ପଟ୍ଟନାୟକଙ୍କ ଉଦ୍ୟମ ବଳରେ ଏହି ପୁରସ୍କାରର ଶୁଭାରମ୍ଭ ହୋଇଥିଲା। ବିଜ୍ଞାନ ଓ ଗବେଷଣାକୁ ଲୋକପ୍ରିୟ କରିବା ଲକ୍ଷ୍ୟରେ ଏହି ପୁରସ୍କାର ପାଇଁ ସେତେବେଳେ କଳିଙ୍ଗ ଫାଉଣ୍ଡେସନ ପକ୍ଷରୁ ୧୦୦୦ ପାଉଣ୍ଡ ପ୍ରଦାନ କରାଯାଇଥିଲା। ୟୁନେସ୍କୋ ସହ ସହବନ୍ଧିତା ଯୋଗୁଁ ଏହି ପୁରସ୍କାର ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଆ ଅସ୍ମିତାର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି।

୨୦୦୨ ମସିହାରେ ୟୁନେସ୍କୋ କଳିଙ୍ଗ ପୁରସ୍କାରକୁ ୫୦ ବର୍ଷ ପୂର୍ତ୍ତି ଅବସରରେ ତତକାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଏଥିପାଇଁ ଦିଆଯାଉଥିବା ଅନୁଦାନକୁ ନେଇ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନେଇଥିଲେ। ପୁରସ୍କାର ରାଶି ପ୍ରଦାନ ବାବଦକୁ କେନ୍ଦ୍ର ସରକାର, ଓଡ଼ିଶା ଓ କଳିଙ୍ଗ ଫାଉଣ୍ଡେସନର ଅନୁପାତକୁ ୬:୪:୪ କରିବାକୁ ନିଷ୍ପତ୍ତି ହୋଇଥିଲା। ୟୁନେସ୍କୋ କଳିଙ୍ଗ ପୁରସ୍କାର ବିଜେତାଙ୍କୁ ୧ କୋଟି ଟଙ୍କା ପ୍ରଦାନ କରାଯାଏ। ବର୍ତ୍ତମାନ ସୁଦ୍ଧା ୭୨ ଜଣ ବିଶିଷ୍ଟ ବୈଜ୍ଞାନିକ ଓ ୭ ଜଣ ନୋବେଲ ପୁରସ୍କାର ବିଜେତାଙ୍କୁ ଏହି ପୁରସ୍କାର ମିଳିଛି।

ଅଧିକ ପଢ଼ନ୍ତୁ: ସ୍ୱାୟତ୍ତ ଶାସନ ଦିବସରେ ବିଜେଡି-ବିଜେପି ମୁହାଁମୁହିଁ: ଦୁଇ ଦଳର କର୍ମୀଙ୍କ ମଧ୍ୟରେ ଠେଲାପେଲା...

 

BJD BJP Odisha Assembly Zero Hour
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ