୧୯୮୩ ମସିହାରେ ନିର୍ମିତ ହିନ୍ଦୀ ଫିଲ୍ମ "ଅର୍ଥ"ର ପ୍ରସିଦ୍ଧ ଗଜଲ୍ ଗାୟକ ଜଗଜୀତ୍ ସି° ଗାଇଥିବା ଗୋଟିଏ ଗୀତ, "ତୁମ୍ ଇତନା ଜୋ ମୁସ୍କରା ରହି ହୋ… କ୍ୟା ଗମ୍ ହେ ଜିସ୍କୋ ଛିପା ରହି ହୋ" ଆପଣମାନଙ୍କର ସମସ୍ତଙ୍କର ନିଶ୍ଚିୟ ମନେଥିବ। ଗୀତରେ ଅଭିନେତ୍ରୀ ସବାନା ଆଜ୍ମି ନିଜ ଦୁଃଖ ଲୁଚାଇବାକୁ ଖୁବ ହସୁଥିବା ବେଳେ, ତାଙ୍କ ଓଦା-ଓଦା ଆଖିକୁ ଦେଖି ଅଭିନେତା ରାଜ କିରଣ ଏ ଗୀତଟିକୁ ପରଦା ଉପରେ ଗାଇଛନ୍ତି।
ଗୀତ ମାଧ୍ୟମରେ ନିଜ ବନ୍ଧୁକୁ ପଚାରିବାକୁ ଚେଷ୍ଟା କରିଛନ୍ତି ଯେ କ'ଣ ଆଉ କେଉଁ ଦୁଃଖକୁ ଲୁଚାଇବା ପାଇଁ ସେ ଏମିତି ଏତେ ମନଖୋଲା ହସ ହସୁଛନ୍ତି! ବାସ୍ ‘ଅର୍ଥ’ ଚଳଚ୍ଚିତ୍ରର ଏଇ ଗୀତରେ ସବାନା ଆଜମୀଙ୍କ ଏଇ ଚରିତ୍ରର ଅଭିନୟ ହିଁ ହେଉଛି ସ୍ମାଇଲି° ଡିପ୍ରେସନ୍ର ସଜ୍ଞା ଆଉ ଉଦାହରଣ।
ଯଦିଓ ସ୍ମାଇଲି° ଡିପ୍ରେସନ୍କୁ ଏମିତି କ୍ଲିନିକାଲି ବା ମେଡିକାଲ୍ ଭାଷାରେ ବ୍ୟାଖ୍ୟା କରିବା କଠିନ, କିନ୍ତୁ ସରଳ ଭାଷାରେ କହିଲେ ସ୍ମାଇଲି° ଡିପ୍ରେସନ୍ରେ ପିଡୀତ ମଣିଷମାନେ ନିଜ ଦୁଃଖ ଏବଂ ଅବସାଦକୁ ହସହସ ଚେହେରା ତଳେ ଲୁଚାଇ ଦିଅନ୍ତି। ସେମାନେ ନିଜ ହସହସ ମୁହଁ ଏବଂ ଖୁସ-ମିଜାଜ କଥା ଦ୍ୱାରା ଅନ୍ୟମାନଙ୍କ ମନରେ ବିଶ୍ୱାସ ଆଣନ୍ତି ଯେ ସେମାନେ ନିଜ ଜୀବନରେ ଖୁବ ଖୁସିରେ ଅଛନ୍ତି।
ସାଧାରଣତଃ ଅବସାଦଗ୍ରସ୍ତ ମଣିଷ କହିଲେ ସମସ୍ତଙ୍କ ମନରେ ଗୋଟିଏ ଶୁଖି ଯାଇଥିବା, ନିସ୍ତେଜ ଚେହେରା ଏବଂ ଉଦାସ ଆଖିର ଚିତ୍ର ଆସେ। ତେଣୁ ସ୍ମାଇଲି° ଡିପ୍ରେସନ୍ ଭୋଗୁଥିବା ମଣିଷର ଡିପ୍ରେସନ୍ ଅଧିକାଂଶ ସମୟରେ ନିରୁପଣ କରି ହୁଏନି ଏବଂ ଚିକିତ୍ସା ମଧ୍ୟ କରିହୁଏନି।
Also Read
ପ୍ରକୃତରେ ସ୍ମାଇଲି° ଡିପ୍ରେସନ୍ ବା ହସକୁରିଆ ମାନସିକ ଅବସାଦଗ୍ରସ୍ତ ମଣିଷକୁ ଜାଣିବା ଅତ୍ୟନ୍ତ କଷ୍ଟକର। ସେମାନେ ସବୁବେଳେ ନିଜକୁ କାର୍ଯ୍ୟବ୍ୟସ୍ତ ରଖିବା ସହ, ନିଜ କାମକୁ ଯଥେଷ୍ଟ ସୁଚାରୁରୂପେ ତୁଲେଇବାକୁ ପ୍ରାଣପଣେ ଚେଷ୍ଟାକରନ୍ତି। ସାଧାରଣତଃ କୌଣସି ଅଭିଯୋଗ ନକରି, ହସଖୁସିରେ ରହିଥାନ୍ତି।
ତେଣୁ କେବଳ ଜଣେ ଅତି ଅନ୍ତରଙ୍ଗ ଏବଂ ପାଖରେ ରହୁଥିବା ମଣିଷ ହିଁ ସ୍ନେହର ମଣିଷର କିଛି ବ୍ୟବହାର କିମ୍ବା ଚାଲିଚଳଣରେ ପରିବର୍ତ୍ତନ ଲକ୍ଷ କରିପାରିଲେ ହିଁ ଏହି ମାନସିକ ଅବସ୍ଥାର ଚିକିତ୍ସା ସମ୍ଭବ।
ସାଧାରଣ ଲକ୍ଷଣ:
- କିଛି ଲୋକ ହଠାତ୍ ନିଜର ଖାଦ୍ୟର ମାତ୍ରା ବଢାଇ ଦିଅନ୍ତି ଆଉ କିଛି ଅରୁଚିର ଶୀକାର ହୋଇ ଖାଦ୍ୟ କମାଇ ଦିଅନ୍ତି। ହଠାତ ଓଜନ ବଢିବା କିମ୍ବା ହ୍ରାସ ହେବା, ନଜର ଆସେ।
- ଛୋଟଛୋଟ କଥାରେ ମନଦୁଃଖ କରିବା, କାନ୍ଦକାନ୍ଦ ହୋଇଯିବା, ନିରାଶ ଭାବ, ନିଜକୁ ଦୋଷୀ ଏବଂ ମୂଲ୍ୟହୀନ ଭାବିବା।
- ନିଜ ମନମୁତାବକ ଏବଂ ଭଲ ଲାଗୁଥିବା କାମ ପ୍ରତି ସ୍ପୃହା କମିଯିବା।
- କିଛି ଲୋକ ବହୁତ ସମୟ ଧରି ଶୋଇ ରୁହନ୍ତି। ଅନ୍ୟ କିଛି ଜଣ ନିଦ୍ରାହୀନତାର ଶିକାର ହୁଅନ୍ତି। ଆହୁରି ବି କେହି କେହି ରାତିରେ ଅନିଦ୍ରା ରହି ଦିନରେ ଖୁବ ଶୋଇପଡନ୍ତି।
- ପାରିବାରିକ ଏବଂ ସାମାଜିକ ଅନୁଷ୍ଠାନରୁ ଦୂରରେ ରହିବା ସୋସିଆଲ ମିଡିଆ ଏବଂ ଜୀବନରେ ଲୋ ପ୍ରୋଫାଇଲ୍ ମେଣ୍ଟେନ୍ କରନ୍ତି।
ସ୍ମାଇଲି° ଡିପ୍ରେସନ୍ରେ ପୀଡିତ ବ୍ୟକ୍ତି କାହିଁକି ନିଜର ଅବସାଦ ଏବଂ ଦୁଃଖକୁ ଲୁଚାଇଥାନ୍ତି :
- ପରିବାର ତଥା ବନ୍ଧୁମାନଙ୍କ ଉପରେ ବୋଝ ହେବାର ଡର
- ଅପରାଧବୋଧ
- ଲଜ୍ଜିତ ଅନୁଭବ କରିବାର ଡର
- ଅନେକଙ୍କ ଧାରଣା ସେମାନଙ୍କ ଡିପ୍ରେସନ୍ ସେମାନଙ୍କୁ ଅନ୍ୟମାନଙ୍କ ଆଗରେ ଦୁର୍ବଳ ସାବ୍ୟସ୍ତ କରିଦେବ
- ତାଙ୍କର କାର୍ଯ୍ୟଦକ୍ଷତା ଉପରେ ସନ୍ଦେହ ଆସିବ
- ସୋସିଆଲ ମିଡିଆରେ ଅନ୍ୟମାନଙ୍କ ଖୁସିର ମୁହୂର୍ତ୍ତର ଫଟୋ ଦେଖି କେବଳ ନିଜକୁ ହିଁ ଦୁଃଖ ଭୋଗୁଥିବା ଭାବିନିଅନ୍ତି ଏବଂ ନିଜର ଦୁଃଖ ଏବଂ ଅବସାଦକୁ ଲୁଚାଇବା ପାଇଁ ସେମାନେ ଗୋଟିଏ ମିଛ, ହସଖୁସିଆ ଧାରଣାରେ ବଞ୍ଚନ୍ତି।
- ଅନେକ ନିଜକୁ ଏବଂ ନିଜ ମୁଡ୍କୁ ପରଫେକ୍ଟ ସାବ୍ୟସ୍ତ କରିବା ପାଇଁ ନିଜକୁ ସବୁବେଳେ କାର୍ଯ୍ୟବ୍ୟସ୍ତ ରଖିବା ସହ ହସହସ ମୁହଁରେ ଚଳନ୍ତି।
- ସ୍ୱୀକାର କରିବା ପାଇଁ ଚାହାଁନ୍ତି ନାହିଁ।
ଯଦିଓ ସ୍ମାଇଲି° ଡିପ୍ରେସନ୍କୁ ଆକଳନ କରିବା କଷ୍ଟ, କିନ୍ତୁ ଯଦି ଆପଣ ନିଜ ପ୍ରିୟଜନ ଭିତରେ କୌଣସି ପରିବର୍ତ୍ତନ ଦେଖୁଛନ୍ତି, ତା’ହେଲେ ମାନସିକରୋଗ ବିଶେଷଜ୍ଞଙ୍କ ପରାମର୍ଶ ନେବା ଉଚିତ। କାଉନ୍ସେଲିଂ, ବାର୍ତ୍ତାଳାପ ଏବଂ ଔଷଧ ସେବନ ଦ୍ୱାରା ଏହାର ଚିକିତ୍ସା ସମ୍ଭବ।
ଦୈନଦିନ ଜୀବନରେ ବ୍ୟାୟାମ, ମେଡିଟେସନ୍, ୱାକି° ଆଦିକୁ ଆଦରି, ସ୍ମାଇଲି° ଡିପ୍ରେସନ୍କୁ ନିୟନ୍ତ୍ରଣ କରିବା ସହଜ। ଅଧିକ ଦିନ ବିନା ଚିକିତ୍ସାରେ ରହିବା ଦ୍ୱାରା ଏହା ପୀଡିତ ବ୍ୟକ୍ତି ଭିତରେ ଆତ୍ମହତ୍ୟା ପ୍ରବଣତା ଆଣିପାରେ।
ସେଥିପାଇଁ ନିଜ ପରିବାର କିମ୍ବା ଆଖପାଖର ମଣିଷର ବ୍ୟବହାର ଉପରେ ସନ୍ଦେହ ହେଲେ ସେମାନଙ୍କୁ ନିଜର ଭାବନା ଜଣାଇ, ସେମାନଙ୍କ ପ୍ରତି ନିଜର ଭଲପାଇବା ଏବଂ ସଦିଚ୍ଛାକୁ ଜଣାଇ ଚିକିତ୍ସା ପାଇଁ ପ୍ରେରଣା ଦେବା ଉଚିତ।
ଭୁବନେଶ୍ୱର, ଇମେଲ୍: ipsitadr@yahoo.in
(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖିକାଙ୍କ ନିଜସ୍ୱ ମତ)