Advertisment

ଆସ ଜିରୋ ନେଟଓ୍ୱାର୍କ ଏରିଆରେ ପିକନିକ୍ କରିବା.. ମୋବାଇଲ ନେଟଓ୍ୱାର୍କଠୁ ଦୂରରେ ଦିନ କାଟିବା

ଆମମାନଙ୍କର ବ୍ୟସ୍ତବହୁଳ ଜୀବନରୁ ଦୂରେଇ, ସ୍ମାର୍ଟଫୋନ୍ ଆଉ ସୋସିଆଲ ମିଡିଆକୁ ବାଏ କହିଦେଇ, ବିଲକୁଲ ନେଟୱର୍କ ନଥିବା ଏଇ ଜାଗାରେ କେଇ କ୍ଷଣ ପାଇଁ ହେଉ ପଛେ ଜୀବନ ଜୀଇଁଯିବା । ଆମେ କହୁଛୁ ମୟୁରଭଞ୍ଜ ଜିଲ୍ଲା ଶିମିଳିପାଳ ପାଦ ଦେଶରେ ଅବସ୍ଥିତ ପର୍ଯ୍ୟଟନସ୍ଥଳୀ ଲୁଲୁଙ୍ଗ କଥା ।

Similipal, LULUNG

Similipal, LULUNG

Advertisment

ଦିନ କେଇଟା ପରେ ୨୦୨୩ ବର୍ଷ ସରି ୨୪ ଆରମ୍ଭ ହେବ । ସାଙ୍ଗସାଥୀ, ପରିବାର ହୁଅନ୍ତୁ କି ସହକର୍ମୀ.. ପିକନିକ୍ ପାଇଁ ଏଇ ସମୟରେ ଆପଣମାନେ ଚିନ୍ତା କରୁଥିବେ ନିଶ୍ଚୟ । ତେବେ ଆଜି ଆମେ ଆପଣଙ୍କୁ ଏମିତି ଏକ ଜାଗା ଦେଖାଇବୁ ଯାହାର ପରିବେଶ ଆଉ ପ୍ରାକୃତିକ ସୌନ୍ଦର୍ଯ୍ୟ ଆପଣଙ୍କୁ ଥରେ ଏଇଠିକୁ ବୁଲିଆସିବାକୁ ବାଧ୍ୟ କରିଦେବ । ତାହେଲେ ଆପଣ ମନସ୍ଥିର କରିନିଅନ୍ତୁ ଏଇଥର ଶିତ ଦିନିଆ ବୁଲାବୁଲି ପାଇଁ ଆପଣ ଏଇ ଜାଗାକୁ ଆସିବେ ।

Advertisment

ଏଠି ସକାଳର ସୁନେଲି କିରଣ ଛାଇଯାଏ ପ୍ରାକୃତିକ ଶୋଭାରଣୀ ଗର୍ଭରୁ ବୋହିଯାଇଥିବା ଜଳ ରାଶି ଉପରେ । ପଥର ଉପରେ ବାରମ୍ବାର ବାଡେଇ ପିଟି ହୁଏ କାଚବିନ୍ଦୁ ଭଳି ନିର୍ମଳ ଜଳରାଶି । ଆଃ କି ସୁନ୍ଦର ଏଇ ପ୍ରକୃତି । ଆଉ ଜଙ୍ଗଲିଆ ଚଢେଇଙ୍କ କିଚିରି ମିଚିରି ଶବ୍ଦ ମନକୁ ଯେମିତି ବାନ୍ଧି ନେଉଛି । ଆମମାନଙ୍କର ବ୍ୟସ୍ତବହୁଳ ଜୀବନରୁ ଦୂରେଇ, ସ୍ମାର୍ଟଫୋନ୍ ଆଉ ସୋସିଆଲ ମିଡିଆକୁ ବାଏ କହିଦେଇ, ବିଲକୁଲ ନେଟୱର୍କ ନଥିବା ଏଇ ଜାଗାରେ କେଇ କ୍ଷଣ ପାଇଁ ହେଉ ପଛେ ଜୀବନ ଜୀଇଁଯିବା । ଆମେ କହୁଛୁ ମୟୁରଭଞ୍ଜ ଜିଲ୍ଲା ଶିମିଳିପାଳ ପାଦ ଦେଶରେ ଅବସ୍ଥିତ ପର୍ଯ୍ୟଟନସ୍ଥଳୀ ଲୁଲୁଙ୍ଗ କଥା ।

ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଲୁଲୁଙ୍ଗର ସମୟ ବିତାଇବାକୁ ଦୂରଦୂରାନ୍ତରୁ ଧାଇଁ ଆସୁଛନ୍ତି ପର୍ଯ୍ୟଟକ..ବାରିପଦା ସହର ଠାରୁ ୨୦ କିଲୋମିଟର ଦୂରରେ ଶିମିଳିପାଳ ପାଦ ଦେଶରେ ଅବସ୍ଥିତ ପିକନିକ୍ ସ୍ପଟ୍ ଲୁଲୁଙ୍ଗ ବେଶ ଲୋକପ୍ରିୟ..ଘଞ୍ଚ ଅରଣ୍ୟ ଓ ପାହାଡ଼ ଭିତରୁ ବୋହି ଆସିଛି ପଳାପଲ ନଦୀ ଯାହାକି ଲୋକଙ୍କୁ ବେଶ ଆକୃଷ୍ଟ କରେ । ଶୀତ ଋତୁ ଆସିଲେ ରାଜ୍ୟ ଓ ରାଜ୍ୟ ବାହାରୁ ଅନେକ ପର୍ଯ୍ୟଟକ ପରିବାର ସହ ଆସି ପହଞ୍ଚିନ୍ତି ଲୁଲୁଙ୍ଗଠାରେ ।

Advertisment

ପଳପଳା ନଦୀର କୂଳେ କୂଳେ ଛୋଟ ଚୋର ଚିକ୍କଣ ଗଲିଆ ପଥର ଗାଲିଚାରେ ବଣଭୋଜିର ଆସାରା ଜମେ.. ଯୁବଗୋଷ୍ଠୀ ଜଙ୍ଗଲର ଥଣ୍ଡା ପାଣିରେ ଗାଧୋଇବାର ମଜା ନିଅନ୍ତି । ପୁଣି କିଏ ପ୍ରାକୃତିକ ସୌନ୍ଦର୍ଯ୍ୟ ସହ ସେଲଫି ଟିଏ ନେଇ ନିଜ ସ୍ମୃତିକୁ ମୋବାଇଲ କ୍ୟାମେରାରେ କଏଦ କରେ ।

ଦୁଃଖର ବିଷୟ, କିଛି ଅସାମାଜିକଙ୍କ ପାଇଁ ଲୁଲୁଙ୍ଗର ପ୍ରାକୃତିକ ସୌନ୍ଦର୍ଯ୍ୟ ନଷ୍ଟ ହେବାସହ ପର୍ଯ୍ୟଟକଙ୍କ ମନକୁ ଆଘାତ ପହଞ୍ଚିଛି.. ଭଙ୍ଗା କାଚ ବୋତଲ ଓ ଆବର୍ଜନା ଏଣେ ତେଣେ ଫୋପାଡି ପରିବେଶକୁ ନଷ୍ଟ କରୁଛନ୍ତି । ଅନ୍ୟପଟେ ପର୍ଯ୍ୟଟନ କ୍ଷେତ୍ର ଲୁଲୁଙ୍ଗଠାରେ ନା ପିଇବା ପାଣିର ସୁବିଧା ଅଛି ଆଉ ନା ଆଶ୍ରୟ ପିଣ୍ଡିର ବ୍ୟବସ୍ଥା କରିଛି ପ୍ରଶାସନ ।

Advertisment

Similipal Tourism
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ