ବଢ଼ିଯାଇଛି କମ୍ପିଟିସନ୍ । ତେଣୁ ଗ୍ରାହକଙ୍କୁ ବାନ୍ଧି ରଖିବାକୁ ହେଲେ, କିଛି ନୂଆ କରିବାକୁ ହେବ । ଜଣେ ବ୍ୟବସାୟୀ ପାଇଁ ଗ୍ରାହକ ହିଁ ସବୁବେଳେ ଭଗବାନ । ଗ୍ରାହକ ଖୁସି ହେଲେ ବ୍ୟବସାୟ ବଢ଼ିବ । ଏହି ଥିଓରିକୁ ଖୁବ୍ ଭଲ ଭାବେ ପାଳନ କରିଛନ୍ତି ଜଣେ ଅଟୋ ଚାଳକ । ନିଜ ବ୍ୟବସାୟକୁ ବଢ଼ାଇବା ପାଇଁ ଆଉ ଗ୍ରାହକଙ୍କୁ ସନ୍ତୁଷ୍ଟ କରିବା ପାଇଁ ସେ ନିଜ ଅଟୋରେ ଅନେକ ବ୍ୟବସ୍ଥା କରିଛନ୍ତି । ଆଉ ଅଟୋରେ ଏଭଳି ବ୍ୟବସ୍ଥା ପାଇଁ ଅନେକ ଗ୍ରାହକ ତାଙ୍କ ସହ ଯୋଡ଼ି ହୋଇ ରହିଛନ୍ତି ।
Also Read
ଆରାମ ଦାୟକ ଯାତ୍ରା ପାଇଁ ଅଟୋରେ ଲାଗିଛି କୁଲର୍, ପଙ୍ଖା । ତା ସହିତ ଯାତ୍ରୀଙ୍କ ମନୋରଂଜନ ପାଇଁ ଲାଗିଛି ଏଲଏଡି ଟିଭି । ଭଲ ଗଦି ମଧ୍ୟ ପଡ଼ିଛି । ମାର୍କେଟରେ କମ୍ପିଟିସନ ବଢ଼ିଥିବାରୁ ଅଧିକ ଯାତ୍ରୀଙ୍କୁ ଆକୃଷ୍ଟ କରିବାକୁ ନିଜ ଅଟୋରେ ଏପରି ବ୍ୟବସ୍ଥା କରିଛନ୍ତି ଗଂଜାମ ବେଲଗୁଣ୍ଠାର ଜିତେନ୍ଦ୍ର ବରାଡ଼ । ଏବେ ପ୍ରବଳ ଖରା ଓ ଝାଂଜି ପବନ ହେଉଥିବାରୁ ଦେଶୀ ଯୁଗାଡ଼ରେ ଏକ କୁଲର୍ ଲଗାଇଛନ୍ତି ଜିତେନ୍ଦ୍ର ।
ୟୁଟୁବ ଦେଖି ସେ ଏହା ତିଆରି କରିଛନ୍ତି । ଯାତ୍ରୀଙ୍କୁ ଥଣ୍ଡା ପବନ ବାଜୁଛି । ତା ସହିତ ଏକ ପଙ୍ଖା ମଧ୍ୟ ଲାଗିଛି । ଯାତ୍ରୀମାନେ ଆରାମରେ ବସି ଯେମିତି ଟିକେ ଏଣ୍ଟରଟେନମେଣ୍ଟ କରିପାରିବେ, ସେଥିପାଇଁ ଏକ ଏଲଇଡି ମଧ୍ୟ ଲାଗିଛି । ଅଧିକ ଗ୍ରାହକ ଯୋଗାଡ଼ କରିବାକୁ ଜିତେନ୍ଦ୍ର ଏସବୁ କରିଛନ୍ତି ଏବଂ ଏହାର ଫାଇଦା ମଧ୍ୟ ତାଙ୍କୁ ମିଳିଛି । ଗରିବ ଓ ଅସହାୟ ଲୋକଙ୍କୁ ମାଗଣାରେ ଅଟୋରେ ବସାନ୍ତି ଜିତେନ୍ଦ୍ର ।