Advertisment

SMA Technology: ରାଜଧାନୀରେ ପ୍ରୟୋଗ ହେବ SMA ଟେକ୍ନୋଲୋଜି, କମିବ ଖାଲଖମା ଓ ଦୁର୍ଘଟଣା

ରାଜଧାନୀର ସବୁ ଛକରେ ପ୍ରୟୋଗ ହେବ ଷ୍ଟୋନ୍ ମାଟ୍ରିକ୍ସ ଆସ୍ପାଲ୍ଟ ବା SMA ଟେକ୍ନୋଲୋଜି। ପ୍ରଥମ ପର୍ଯ୍ୟାୟରେ କ୍ୟାପିଟାଲ ହସପିଟାଲ ଛକରେ ଆରମ୍ଭ କରାଯାଇଛି ଏହି ପଦ୍ଧତି। ପରେ ପରେ ସହରର ପ୍ରମୁଖ ୧୦ଟି ଛକର ରାସ୍ତାରେ କରାଯିବ ଏଭଳି ଧରଣର ସ୍ବତନ୍ତ୍ର କୋଟିଂ।

ଅଦ୍ୟତନ ହୋଇଛି
Road

Road

Advertisment

ରାଜଧାନୀ ଭୁବନେଶ୍ବରର ସବୁ ଛକରେ ପ୍ରୟୋଗ ହେବ ଷ୍ଟୋନ୍ ମାଟ୍ରିକ୍ସ ଆସ୍ପାଲ୍ଟ ବା SMA ଟେକ୍ନୋଲୋଜି। ପ୍ରଥମ ପର୍ଯ୍ୟାୟରେ କ୍ୟାପିଟାଲ ହସ୍ପିଟାଲ ଛକରେ ଆରମ୍ଭ କରାଯାଇଛି ଏହି ପଦ୍ଧତି। ପରେ ପରେ ସହରର ପ୍ରମୁଖ ୧୦ଟି ଛକର ରାସ୍ତାରେ କରାଯିବ ଏଭଳି ଧରଣର ସ୍ବତନ୍ତ୍ର କୋଟିଂ। ଯାହାଫଳରେ ରାସ୍ତାର ଅଧିକ ମରାମତି ଆଉ ଦରକାର ପଡିବନି, ଖାଲଖମା କମିବ, ଦୁର୍ଘଟଣା ବି କମିବ। ଏହି ଟେକନିକରେ ପାଖାପାଖି ୮ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଜଣାପଡିଛି।

Advertisment

ଅଧିକ ପଢ଼ନ୍ତୁ : ମହିଳା ଆଇଆଇସିଙ୍କ ଚିତ୍କାର; ନେଇଗଲେ ନେଇଗଲେ...

ନୂଆ ଟେକନିକ୍ ଷ୍ଟୋନ ମାଟ୍ରିକ୍ସ ଆସ୍ପାଲ୍ଟ ବା SMA। ଏହି ପଦ୍ଧତିରେ ପିଚୁ ରାସ୍ତା ଉପରେ ଏକ ସ୍ବତନ୍ତ୍ର ଧରଣର କୋଟିଂ ପଡ଼ିବ। ଛୋଟ ଛୋଟ ବଜୁରୀ ବା ଚିପ୍ସ ଗୋଡ଼ି ପଡ଼ି ଏହି କୋଟିଂଟି ପ୍ରସ୍ତୁତ ହେବ। ପ୍ରଥମ ପର୍ଯ୍ୟାୟରେ କ୍ୟାପିଟାଲ ହସ୍ପିଟାଲ ଛକରେ କରାଯାଇଛି ପରୀକ୍ଷାମୂଳକ ପ୍ରୟୋଗ। ଏହାପରେ ଖୁବ୍ ଶୀଘ୍ର ବିମାନବନ୍ଦର ଛକ, ଏଜି ଛକ, ରାଜଭବନ ଛକ, ପାୱାର ହାଉସ୍ ଛକ, ସପ୍ତମ ବାଟାଲିୟନ, ଶାସ୍ତ୍ରୀନଗର , କଳିଙ୍ଗ ଷ୍ଟାଡିୟମ ଭଳି ରାଜଧାନୀର ୧୦ ପ୍ରମୁଖ ଛକରେ ରାସ୍ତା ଉପରେ ଦିଆଯିବ ଷ୍ଟୋନ୍ ମାଟ୍ରିକ୍ସ ଆସ୍ପାଲ୍ଟ କୋଟିଂ। ପୁନାମା ଗେଟ୍ ରେଳ ଓଭରବ୍ରିଜ୍ ଓ ଭିଏସଏସ୍ ନଗର ରେଳ ଓଭରବ୍ରିଜରେ ମଧ୍ୟ ପିଚୁ ଉପରେ ଦିଆଯିବ ଏହି ସ୍ବତନ୍ତ୍ର ଆସ୍ତରଣ। ତେବେ ପ୍ରାଥମିକ ପର୍ଯ୍ୟାୟରେ ଏହି ପ୍ରୋଜେକ୍ଟ ପାଇଁ ପାଖାପାଖି ୮ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ସୂଚନା ଦେଇଛି ପୂର୍ତ୍ତ ବିଭାଗ।

ଏହି ସ୍ବତନ୍ତ୍ର ପ୍ରଣାଳୀର ବିଶେଷତ୍ବ ହେଉଛି, କୋଟିଂ ଦିଆଯାଇଥିବା ସ୍ଥାନ ବର୍ଷା ଦିନେ ତାଡ଼ି ହେବାର ଆଶଙ୍କା କମ୍। ଏହି ପଦ୍ଧତିରେ ରାସ୍ତାର ଖାଲଖମା କମିବ, ଟାୟାର ନଷ୍ଟ ହେବନି। ଏପରିକି ବାରମ୍ବାର ରାସ୍ତାର ମରାମତି ବି ଦରକାର ପଡିବନି। ଏଭଳି କୋଟିଂ ଦ୍ବାରା ରାସ୍ତାର ଆୟୂଷ ୭ରୁ ୧୦ ବର୍ଷ ବଢ଼ିଯିବ ବୋଲି ଆଶାବାଦୀ ଅଛନ୍ତି ସଡ଼କ ସୁରକ୍ଷା ବିଶେଷଜ୍ଞ। ସବୁଠୁ ଗୁରୁତ୍ବପୂଣ୍ଣ କଥା ହେଉଛି, ଏହି SMA କୋଟିଂ ଫଳରେ ଦୁର୍ଘଟଣା ହାର କମିବ। ତେଣେ କେବଳ ଛକ ଜାଗା ନୁହେଁ, ବରଂ ପୁରା ସହରର ରାସ୍ତା ଏବଂ ଜାତୀୟ ରାଜପଥରେ ମଧ୍ୟ ଏପରି କୋଟିଂ କରାଯିବାକୁ ଦାବି କରିଛନ୍ତି ସହରବାସିନ୍ଦା।

Advertisment

ଅଧିକ ପଢ଼ନ୍ତୁ : ମହିଳା ଆଇଆଇସିଙ୍କ ଚିତ୍କାର; ନେଇଗଲେ ନେଇଗଲେ...

Bhubaneswar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ