Advertisment

Matric Examination: ରାତି ପାହିଲେ ମାଟ୍ରିକ ପରୀକ୍ଷା, ଅନାଇଛି ସିସିଟିଭି

ମାଟ୍ରିକ ସହ ମଧ୍ୟମା ଓ ରାଜ୍ୟ ଓପନ୍ ସ୍କୁଲ ସାର୍ଟିଫିକେଟ ପରୀକ୍ଷା ପାଇଁ ହଲରେ ବସିବେ ମୋଟ୍ ୫ ଲକ୍ଷ ୨୨ ହଜାର ୩୩୬ ଛାତ୍ରଛାତ୍ରୀ। କେନ୍ଦ୍ର ହୋଇଛି ୩ ହଜାର ୧୩୩।

Matric Exam

Matric Exam

Advertisment

ରାତି ପାହିଲେ ମାଟ୍ରିକ ପରୀକ୍ଷା। ଏଥିପାଇଁ କରାଯାଇଛି କଡା ସୁରକ୍ଷା ବ୍ୟବସ୍ଥା। କପି କଲେ ଧରାପଡ଼ିବ। ପ୍ରଶ୍ନପତ୍ର ଲିକ୍‌ କଲେ ଜଣାପଡ଼ିବ। ସବୁଠି ପ୍ରସ୍ତୁତି ଚୁଡାନ୍ତ। ସବୁଠି ସିସିଟିଭିର ଛଞ୍ଚାଣ ଆଖି। କଡ଼ା ସୁରକ୍ଷା ବ୍ୟବସ୍ଥା ଭିତରେ ଆରମ୍ଭ ହେବାକୁ ଯାଉଛି ଛାତ୍ରୀଛାତ୍ରୀଙ୍କ ସ୍କୁଲ କ୍ୟାରିୟରର ଗୁରୁତ୍ୱପୂର୍ଣ୍ଣ ସୋପାନ କୁହାଯାଉଥିବା ମାଟ୍ରିକ ପରୀକ୍ଷା।

Advertisment

ମାଟ୍ରିକ ସହ ମଧ୍ୟମା ଓ ରାଜ୍ୟ ଓପନ୍ ସ୍କୁଲ ସାର୍ଟିଫିକେଟ ପରୀକ୍ଷା ପାଇଁ ହଲରେ ବସିବେ ମୋଟ୍ ୫ ଲକ୍ଷ ୨୨ ହଜାର ୩୩୬ ଛାତ୍ରଛାତ୍ରୀ। କେନ୍ଦ୍ର ହୋଇଛି ୩ ହଜାର ୧୩୩। ସକାଳ ୯ଟାରୁ ଆରମ୍ଭ ହେବ ପରୀକ୍ଷା, ଚାଲିବ ସାଢ଼େ ୧୧ଟା ଯାଏଁ। ପରୀକ୍ଷାର୍ଥୀଙ୍କୁ ସକାଳ ସାଢ଼େ ୭ଟା ସୁଦ୍ଧା କେନ୍ଦ୍ରରେ ପ୍ରବେଶ କରିବାକୁ ପଡ଼ିବ। ସେହିପରି ପ୍ରଶ୍ନପତ୍ର ମଧ୍ୟ ୩୧୪ଟି ନୋଡାଲ୍ ସେଣ୍ଟରରୁ ବାହାରି ସାଢେ ୭ଟାରୁ ସାଢେ ୮ଟା ମଧ୍ୟରେ ପହଞ୍ଚିବ।

ଅଧିକ ପଢ଼ନ୍ତୁ: କାହା ଛତ୍ରଛାୟା ତଳେ କିଟ୍‌ ସାମ୍ରାଜ୍ୟ ବଢାଇଥିଲେ ଅଚ୍ୟୁତ ସାମନ୍ତ?

ପରୀକ୍ଷା ପୂର୍ବରୁ ବୋର୍ଡ ପକ୍ଷରୁ ଚାଲିଛି ଯାଞ୍ଚ। ଚୁଡ଼ାନ୍ତ ସ୍ଥିତି ପରଖିବା ପାଇଁ ଆଜି ବୋର୍ଡ ପକ୍ଷରୁ ୬ଶହଟି ପରୀକ୍ଷା କେନ୍ଦ୍ର ଓ ୩୧୪ଟି ନୋଡାଲ୍ ସେଣ୍ଟରରୁ ଲାଇଭ ଷ୍ଟ୍ରିମିଂର ଡ୍ରାଏ ରନ କରାଯାଇଥିଲା। କଟକ ସ୍ଥିତ କମାଣ୍ଡ କଣ୍ଟ୍ରୋଲ ରୁମରୁ ହୋଇଛି ଏଭଳି ଡ୍ରାଏ ରନ୍। ଅର୍ଥାତ ପରୀକ୍ଷା ବେଳେ ସୁପରିଚାଳନା, ପ୍ରଶ୍ନପତ୍ରର ସୁରକ୍ଷା ଏବଂ କପି ରୋକିବା ପାଇଁ ଛାତ୍ରଛାତ୍ରୀଙ୍କ ଉପରେ ଫୋକସ୍ ରହିବ। ଏପରିକି ପ୍ରଶ୍ନପତ୍ର ଲିକ୍ ଭଳି ପ୍ରସଙ୍ଗ ଆସିଲେ ଲାଇଭ ମୋଡରୁ ଦେଖି ତ୍ୱରିତ ଆକ୍ସନ ନେଇ ହେବ। ପରୀକ୍ଷାରେ ମୋବାଇଲ ବାରଣ ସହ ୪ ଥାକିଆ ସ୍କ୍ବାର୍ଡ ବ୍ୟବସ୍ଥା କରାଯାଇଛି। ସେହିପରି ପ୍ରତ୍ୟେକ ପ୍ରଶ୍ନପତ୍ରର ପ୍ରତି ପୃଷ୍ଠାରେ ରହିଛି ୱାଟର ମାର୍କ। ଏହାଦ୍ବାରା କିଏ ପ୍ରଶ୍ନପତ୍ର ଭାଇରାଲ୍ କିମ୍ବା ଲିକ୍ କରିଛି ତାହା ସ୍ପଷ୍ଟ ହେବ। ପରୀକ୍ଷା ପରିଚାଳନାରେ ଯେଭଳି କୌଣସି ବିଭ୍ରାଟ ନଘଟେ ତାଉପରେ ଗୁରୁତ୍ୱ ଦିଆଯାଇଥିବା ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି।

Advertisment

ଆସନ୍ତାକାଲିଠୁ ଆରମ୍ଭ ହୋଇ ମାର୍ଚ୍ଚ ୬ ପର୍ଯ୍ୟନ୍ତ ଚାଲିବ ପରୀକ୍ଷା। ଏବେ ଅପେକ୍ଷା କେତେ ଶୃଙ୍ଖଳିତ ଢଙ୍ଗରେ ପରୀକ୍ଷା ହେଉଛି ଏବଂ କେବେ ବାହାରୁଛି ଫଳାଫଳ।

Matric Exam
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ